ETV Bharat / sports

Women T20 Challenge: ବିସିସିଆଇ ଘୋଷଣା କଲା ଦଳ, ୩ ଟିମ ମଧ୍ୟରେ ହେବ ଲଢେଇ

author img

By

Published : May 16, 2022, 5:18 PM IST

Women T20 Challenge: ବିସିସିଆଇ ଘୋଷଣା କଲା ଦଳ
Women T20 Challenge: ବିସିସିଆଇ ଘୋଷଣା କଲା ଦଳ

ମହିଳା ଟି -20 ଚ୍ୟାଲେଞ୍ଜ ପାଇଁ ବିସିସିଆଇ(BCCI) ଦଳ ଘୋଷଣା କରିଛି । ସ୍ମୃତି ମନ୍ଧାନା, ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କୁ ୩ଟି ଭିନ୍ନ ଦଳର ଅଧିନାୟିକା କରାଯାଇଛି । ପୁଣେର MCA ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହିଳା ଟି -20 ଚ୍ୟାଲେଞ୍ଜ(Women T20 Challenge) ପାଇଁ ବିସିସିଆଇ(BCCI) ଦଳ ଘୋଷଣା କରିଛି । ମହିଳା ଟି -20 ଚ୍ୟାଲେଞ୍ଜ 2022 ସିଜନ ପାଇଁ ହରମନ ପ୍ରୀତ୍‌ କୌରଙ୍କୁ ସୁପରନୋଭାସ୍ ଦଳର ଅଧିନାୟିକା ଦାୟିତ୍ବ ଦିଆଯାଇଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ଟ୍ରେଲବ୍ଲେଜର ଏବଂ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ଅଧିନାୟକା ଦାୟିତ୍ବ ଦିଆଯାଇଛି ।

ମହିଳା ଟି -20 ଚ୍ୟାଲେଞ୍ଜ ଖେଳସୂଚୀ
ମହିଳା ଟି -20 ଚ୍ୟାଲେଞ୍ଜ ଖେଳସୂଚୀ

ଅଲ ଇଣ୍ଡିଆ ମହିଳା ଚୟନ କମିଟି ଏହି ୩ଟି ଦଳ ପାଇଁ ଖେଳାଳୀଙ୍କୁ ଚୟନ କରିଛି । ପ୍ରତ୍ୟେକ ଦଳରେ 16 ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି । ଆଇପିଏଲ୍ 2022 ମ୍ୟାଚର ଶେଷ ପର୍ଯ୍ୟାୟରେ ମହିଳା ଟି -20 ଚ୍ୟାଲେଞ୍ଜ ଆୟୋଜିତ ହେବ । ଏହି ସିଜନରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମ୍ (MCA) ରେ 23 ରୁ 28 ମେ ପର୍ଯ୍ୟନ୍ତ ମହିଳା ଟି -20 ଚ୍ୟାଲେଞ୍ଜ ଆୟୋଜିତ ହେବ ।

ଏହି ଟୁର୍ଣ୍ଣାମେଣ୍ଟ ବେଳେ ବିସିସିଆଇ ଏହି ସିଜନରେ ମୋଟ ୪ଟି ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆକୁ ନେଇ ମୋଟ 12 ଜଣ ବିଦେଶୀ ଖେଳାଳୀ ମହିଳା ଟି -20 ଚ୍ୟାଲେଞ୍ଜର ଅଂଶଗ୍ରହଣ କରିବେ ବୋଲି ବିସିସିଆଇ ଘୋଷଣା କରିଛି । ମହିଳା ଟି -20 ଚ୍ୟାଲେଞ୍ଜ ମେ 23ରେ ସୁପରନୋଭାସ୍ ଏବଂ ଟ୍ରେଲବ୍ଲେଜର ମ୍ୟାଚ୍ ସହିତ ଆରମ୍ଭ ହେବ ।

ସିଜନର 3 ଟି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7.30 ରେ ଆରମ୍ଭ ହେବାକୁ ଥିବା ବେଳେ ମେ 24 ରେ ସୁପରନୋଭାସ୍ ଏବଂ ଭେଲୋସିଟି ମଧ୍ୟରେ ମ୍ୟାଚ୍ ଅପରାହ୍ନ 3.30ଟା ରୁ ଖେଳାଯିବ । ତୃତୀୟ ମ୍ୟାଚ୍ ମେ 26 ରେ ଭେଲୋସିଟି ଏବଂ ଟ୍ରେଲବ୍ଲେଜର ମଧ୍ୟରେ ହେବ । ମେ 28 ତାରିଖରେ ଫାଇନାଲ୍ ଖେଳାଯିବ । ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଅଧିନାୟିକା ମିତାଲି ରାଜ ଏବଂ ଭେଟେରାନ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କୁ ବିଶ୍ରାମ ଦେଇଛି ।

ମହିଳା ଟି -20 ଚ୍ୟାଲେଞ୍ଜ ଟିମ:-

ସୁପରନୋଭାସ୍: ହରମନ ପ୍ରୀତ୍‌ କୌର (C), ତାନିଆ ଭାଟ୍ଟିଆ, ଏଲାନା କିଙ୍ଗ, ଆୟୁଷୀ ସୋନି, ଚନ୍ଦୁ ଭି, ଡିଏଣ୍ଡ୍ରା ଡଟ୍ଟିନ୍, ହରଲିନ ଦେଓଲ୍, ମେଘନା ସିଂ, ମୋନିକା ପଟେଲ, ମୁସ୍କାନ ମଲିକ, ପୂଜା ବସ୍ତ୍ରାକାର, ପ୍ରିୟା ପୁନିଆ, ରାଶି କନୌଜିଆ, ସୋଫି ଏକ୍ଲେଷ୍ଟୋନ୍, ମାନସୀ ଯୋଶୀ ।

ଟ୍ରେଲବ୍ଲେଜର୍ସ: ସ୍ମୃତି ମନ୍ଧାନା (C), ପୁନମ୍ ଯାଦବ, ଅରୁନ୍ଧତୀ ରେଡ୍ଡୀ, ହେଲି ମାଥ୍ୟୁସ୍, ଜେମିହା ରୋଡ୍ରିଗ୍ସ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରାଜେଶ୍ବରୀ ଗାଏକ୍ୱାଡ, ରେଣୁକା ସିଂ, ଋଚା ଘୋଷ, ଏସ ମେଘନା, ସୈକା ଇସାକ୍, ସଲମା ଖାତୁନ୍, ଶର୍ମିନ ଅଖତର, ସୋଫିୟା ବ୍ରାଉନ, ସୁଜାତା ମଲିକ ଓ ଏସବି ପୋଖରକର ।

ଭେଲୋସିଟି: ଦୀପ୍ତି ଶର୍ମା (C), ସ୍ନେହ ରାଣା, ଶୈଫାଲି ବର୍ମା, ଅୟାବୋଙ୍ଗା ଖାକା, କେପି ନଭଗିର, କ୍ୟାଥରିନ୍ କ୍ରସ୍, କିର୍ତ୍ତୀ ଜେମ୍ସ, ଲୌରା ୱୋଲୱାର୍ଡଟ, ମାୟା ସୋନାୱନେ, ନଥାକନ ଚନ୍ତମ, ରାଧା ଯାଦବ, ଆରତୀ କେଦାର, ଶିବଲି ଶିନ୍ଦେ, ସିମ୍ରନ ବାହାଦୁର, ଯାସ୍ତିକା ଭାଟିଆ ଓ ପ୍ରଣବୀ ଚନ୍ଦ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.