ETV Bharat / sports

BCCI President Election: ଫୋକସରେ ପ୍ରତିଷ୍ଠିତ କ୍ରିକେଟ ପ୍ରଶାସକଙ୍କ ୫ ପୁଅ

author img

By

Published : Oct 8, 2022, 1:32 PM IST

Updated : Oct 8, 2022, 3:24 PM IST

BCCI AGM: Five famous sons in fray
BCCI President Election: ଫୋକସରେ ପ୍ରତିଷ୍ଠିତ ପାପାଙ୍କ ୫ ପୁଅ

ବିସିସିଆଇକୁ ଏଥର ମିଳିପାରନ୍ତି ନୂଆ ବସ୍‌ । ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ସଭାପତି ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ଅକ୍ଟୋବର ୧୧ ଓ ୧୨ ତାରିଖରେ ନାମାଙ୍କନ ଦାଖଲ ତାରିଖ ରହିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବର ବିତ୍ତଶାଳୀ କ୍ରିକେଟ ବୋର୍ଡ ହେଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ଫଳରେ ବିସିସିଆଇକୁ ନେଇ କୌଣସି ଖବର ଖେଳ ଦୁନିଆରେ ବିଶେଷ ଗୁରୁତ୍ବ ରଖେ । ଏପରିକି ବିସିସିଆଇର ନିର୍ବାଚନ, ପରବର୍ତ୍ତୀ ଅଧ୍ୟକ୍ଷ ଭଳି ଖବର ଭାରତୀୟ ଗଣମାଧ୍ୟମ ବ୍ୟତୀତ ବିଦେଶୀ ଗଣମାଧ୍ୟମରେ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଯାଏ । କାରଣ ଭାରତୀୟ ଟିମ ସହ ମ୍ୟାଚ୍‌ ଖେଳିଲେ ଅଧିକ ଲାଭବାନ ହୋଇଥାନ୍ତି ଅନ୍ୟ ଦେଶର କ୍ରିକେଟ ବୋର୍ଡ ।

BCCI AGM: Five famous sons in fray
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ଚଳିତ ମାସ ୧୮ ତାରିଖରେ ମୁମ୍ବାଇରେ ଭାରତୀୟ କ୍ରିକେଟ ବୋର୍ଡର ବାର୍ଷିକ ସାଧାରଣ ବୈଠକ(BCCI AGM) ଅନୁଷ୍ଠିତ ହେବାକୁ ଯାଉଥିବାରୁ ପୁଣିଥରେ ଚର୍ଚ୍ଚାରେ ରହିଛି BCCI । ତେବେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବୈଠକ ଠାରୁ ଏଥର AGMରେ କିଛି ରୋଚକ ଘଟଣା ଘଟିବାକୁ ଯାଉଛି । କାରଣ ଚଳିତଥର କିଛି ପରିଚିତ କ୍ରିକେଟ ପ୍ରଶାସକଙ୍କ ନାମ ସହିତ ୫ରୁ ଅଧିକ ପ୍ରଖ୍ୟାତ ପୁଅଙ୍କୁ ନିର୍ବାଚନୀ ଭୂମିକାରେ ଦେଖିବାକୁ ମିଳିବ ।

BCCI AGM: Five famous sons in fray
ଜୟଦେବ ଶାହ

ସେହିପରି ବିସିସିଆଇକୁ ଏଥର ନୂଆ ବସ୍‌ ମିଳିପାରନ୍ତି ବୋଲି ମଧ୍ୟ କିଛି ପ୍ରମୁଖ କ୍ରିକେଟ ୱେବସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି । ଏହାର କାରଣ ହେଉଛି ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ସଭାପତି ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା କୁହାଯାଉଛି । ଯଦି ଏପରି ହୁଏ ପ୍ରିନ୍ସ ଅଫ କୋଲକାତା, ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ପାଇଁ ନିଜର ଭାଗ୍ୟ ପରୀକ୍ଷା କରାଇପାରନ୍ତି । ଏପରିକି ପୂର୍ବତନ ଆଇସିସି ନିର୍ବାଚନବେଳେ, ମଧ୍ୟ ଦାଦାଙ୍କ ନାମ ଚର୍ଚ୍ଚାରେ ରହିଥିଲା । ଏପରି ହେଲେ ଭାରତୀୟ କ୍ରିକେଟ ବୋର୍ଡର ନୂଆ ସଭାପତି କିଏ ହେବେ ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ବକପ ବିଜୟୀ ଦଳର ସଦସ୍ୟ ରୋଜର ବିନ୍ନିଙ୍କ ନାମ ସଭାପତି ଭାବେ ଚର୍ଚ୍ଚାରେ ରହିଛି । ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ମୈଦାନରେ(BCCI President Election) କେତେଜଣ ପ୍ରାର୍ଥୀ ରହୁଛନ୍ତି ତାହା ଅକ୍ଟୋବର ୧୨ ତାରିଖରେ ସ୍ପଷ୍ଟ ହୋଇଯିବ । ଅକ୍ଟୋବର ୧୧ ଓ ୧୨ ତାରିଖରେ ନାମାଙ୍କନ ଦାଖଲ ତାରିଖ ରହିଥିବାବେଳେ, ଏହାର ପରଦିନ ଅର୍ଥାତ ପ୍ରାର୍ଥୀପତ୍ର ଯାଞ୍ଚ ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେହିପରି ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ।

ସୂଚନା ରହିଛି ଯେ, ରେଲୱେ ଓ ସର୍ଭିସେସ ଭଳି ସହଯୋଗୀ ୟୁନିଟ୍‌ ବ୍ୟତୀତ ଅଧିକାଂଶ ରାଜ୍ୟ ସଂଘ ଗୁଡିକ ଗୁରୁତ୍ବପୂର୍ଣ୍ଣ AGM ପାଇଁ ନିଜର ପ୍ରତିନିଧି ଚୟନ କରିସାରିଛନ୍ତି । ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ରାଜସ୍ଥାନ ସଦସ୍ୟ ଭାବେ ନିର୍ବାଚନୀ ପ୍ରକ୍ରିୟାରେ AGMରେ ଅଂଶଗ୍ରହଣ କରିବେ । ପୂର୍ବତନ BCCI ଅଧିକାରୀ ନିରଞ୍ଜନ ଶାହଙ୍କ ପୁଅ ଜୟଦେବ ଶାହ ସୌରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ସେହିପରି ପୂର୍ବତନ ବିସିସିଆଇ ଓ ICC ସୁପ୍ରିମୋ ଶଶାଙ୍କ ମନୋହରଙ୍କ ପୁଅ ଅଦ୍ବେତ ମନୋହର ବିଦର୍ଭ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଅନ୍ୟପଟେ ବରୋଦା କ୍ରିକେଟ ଆସୋସିଏସନ ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଅଧ୍ୟକ୍ଷ ଚିରାୟୁ ଅମିନଙ୍କ ପୁଅ ପ୍ରଣବ ଅମିନଙ୍କୁ ଅକ୍ଟୋବର ୧୮ରେ ହେବାକୁ ଥିବା ହାଇଭୋଲଟେଜ ଶକ୍ତି ପ୍ରଦର୍ଶନ ପାଇଁ ଚୟନ କରିଛି ।

ପୂର୍ବରୁ କ୍ରିକେଟ ପ୍ରଶାସକ କିମ୍ବା ପ୍ରତିଷ୍ଠିତ ରାଜନେତା ରହିସାରିଥିବା ପରିବାରର ଉତ୍ତରାଧିକାରୀ ବିସିସିଆଇ ପ୍ରଶାସକ ହେବାର ଏହି ତାଲିକା ଏହିଠାରେ ଶେଷ ହୋଇନାହିଁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା BCCI ଅଧିକାରୀ ସ୍ବର୍ଗତ ଅରୁଣ ଜେଟ୍‌ଲିଙ୍କ ପୁଅ ରୋହନ ଜେଟ୍‌ଲି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) ପକ୍ଷରୁ AGMରେ ପ୍ରତିନିଧିତ୍ବ କରିବେ । ଅନ୍ୟଜଣେ ପ୍ରଖ୍ୟାତ ପୁଅ ହେଉଛନ୍ତି ପୂର୍ବତନ BCCI ତଥା ICC ମୁଖ୍ୟ ଜଗମୋହନ ଡାଲମିୟାଙ୍କ ପୁଅ ଅଭିଷେକ ଡାଲମିୟା ।

ମାତ୍ର BCCI ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଆସୋସିଏସନ ଅଫ୍‌ ବେଙ୍ଗଲ(CAB) ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ନିଷ୍ପତି ନେଇଥିବାରୁ ବାଧ୍ୟ ସୁନାପୁଅ ହୋଇ ବଞ୍ଚିତ ହେବେ । ଅଭିଷେକଙ୍କୁ BCCIରେ ପ୍ରତିନିଧିତ୍ବ କରିବାକୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିପାରେ ।

BCCI ସୁତ୍ରରୁ ଜଣାପଡିଛି ଯେ, କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ(KSCA), ସମ୍ପାଦକ ସନ୍ତୋଷ ମେନନଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନିଙ୍କୁ ପଠାଇବ । ଏଥିସହ ପରିଚିତ ମୁହଁ ଜୟ ଶାହ(ଗୁଜରାଟ କ୍ରିକେଟ ଆସୋସିଏସନ), ଅନିରୁଦ୍ଧ ଚୌଧୁରୀ(ହରିୟାଣା କ୍ରିକେଟ ଆସୋସିଏସନ), ଅରୁଣ ସିଂହ ଧୂମଲ(ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ) ସେମାନଙ୍କର ରାଜ୍ୟ ସଂଘ ଗୁଡିକର ପ୍ରତିନିଧିତ୍ବ କରିବେ । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସମ୍ପାଦକ ସଞ୍ଜୟ ବେହେରା ପ୍ରତିନିଧିତ୍ବ କରିବାର ସମ୍ଭାବନା ଅଧିକ ।

Last Updated :Oct 8, 2022, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.