ETV Bharat / sports

IND vs BAN 2nd ODI: ଇତିହାସ ରଚିଲା ବାଂଲା ଟାଇଗର, ଭାରତଠୁ ଛଡାଇ ନେଲା ସିରିଜ

author img

By

Published : Dec 7, 2022, 8:02 PM IST

Updated : Dec 7, 2022, 8:52 PM IST

IND vs BAN 2nd ODI : ଭାରତର ଲଜ୍ଜାଜନକ ପରାଜୟ, ୫ ରନରେ ଜିତିଲା ବାଂଲାଦେଶ
IND vs BAN 2nd ODI : ଭାରତର ଲଜ୍ଜାଜନକ ପରାଜୟ, ୫ ରନରେ ଜିତିଲା ବାଂଲାଦେଶ

ଢାକା: ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ । ଘରୋଇ ଦଳ ବାଂଲାଦେଶଠାରୁ ୫ ରନରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ସିରିଜ ଜିତିଲା ବାଂଲାଦେଶ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ କରିଥିଲା । ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୬ ରନ କରିଥିଲା । ଏହା ସହିତ ବାଂଲାଦେଶ ୨-୦ ରେ ସିରିଜରେ ଆଗୁଆ ରହିଛି ।

୨୭୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଆହତ କାରଣରୁ ଓପନିଂ ପାଇଁ ଆସିନଥିଲେ । ତାଙ୍କ ବଦଳରେ ବିରାଟ କୋହଲି ଓ ଶିଖର ଧାୱନ ଓପନିଂ ପାଇଁ ଆସିଥିଲେ । ହେଲେ ପ୍ରାରମ୍ଭରୁ ଭାରତୀୟ ଓପନିଂ ଯୋଡି ଫେଲ୍ ମାରିଥିଲେ । ବିରାଟ କୋହଲି ଓ ଶିଖର ଧାୱନ ଯଥାକ୍ରମେ ୫ ଓ ୮ ରନ କରି ଆଉଟ ହୋଇଥିଲେ । ଏହାପରେ ତୃତୀୟ ବ୍ୟାଟିଂ ଅର୍ଡରରେ ମଇଦାନକୁ ଓହ୍ଲାଇଥିଲେ ଶ୍ରେୟାସ ଆୟାର । ସେ କ୍ରିଜରେ ଧୀମା ବ୍ୟାଟିଂ ଜାରି ରଖିବା ସହିତ ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେ ୧୦୨ ବଲରୁ ୬ ଟି ଚୌକା ଓ ୩ ଟି ଛକା ସହିତ ୮୨ ରନ ଇନିଂସ ଖେଳିଥିଲେ । ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ଓ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଉଭୟ ଯଥାକ୍ରମେ ୫୬ ଓ ୫୧ ରନ କରିଥିଲେ । ସେହିପରି ୱାସିଙ୍ଗଟନ ସୁନ୍ଦର ୧୧ ରନ, କେଏଲ ରାହୁଲ ୧୪ ରନ, ଶାର୍ଦ୍ଦୁଲ ଠାକୁର ୭ ରନ, ଦୀପକ ଚହର ୧୧ ରନ କରି ଆଉଟ ହୋଇଥିଲେ ।

ବାଂଲାଦେଶ ଟସ ଜିତି ଅଧିନାୟକ ଲିଟନ ଦାସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମହମୁଦଲାହଙ୍କ ଅର୍ଦ୍ଧଶତକ ଓ ହାସନ ମିରାଜଙ୍କ ଦମଦାର ଶତକ ବଳରେ ବାଂଲଦେଶ ୨୭୧ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆରମ୍ଭରୁ ବାଂଲାଦେଶର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ୧୮.୬ ଓଭର ବେଳକୁ ବାଂଲାଦେଶ ୬ ଟି ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ମହମୁଦଲହା ଓ ହାସନ ମିରାଜଙ୍କ ପାର୍ଟନରସିପ ସ୍କୋରବୋର୍ଡକୁ ଆଗକୁ ବଢାଇଥିଲେ । ହାସନ ମିରାଜ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିଥିଲେ । ସେ ୮୩ ବଲରୁ ୮ ଟି ଚୌକା ଓ ୪ ଟି ଛକା ସହିତ ୧୦୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ମହମୁଦଲହା ଧୀମା ବ୍ୟାଟିଂ କରି ୯୬ ବଲରେ ୭୭ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ମେହିଦି ହାସନ ମିରାଜ ପ୍ଲେୟର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ଦିନିକିଆ ଡିସେମ୍ବର ୧୦ ତାରିଖରେ ଖେଳାଯିବ ।

Last Updated :Dec 7, 2022, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.