ETV Bharat / sports

ଭାରତ ଆଗରେ ୨୭୨ ରନର ଟାର୍ଗେଟ, ହାସନ ମିରାଜଙ୍କ ଦମଦାର ଶତକ

author img

By

Published : Dec 7, 2022, 3:46 PM IST

ଭାରତ ଆଗରେ ୨୭୨ ରନର ଟାର୍ଗେଟ, ହାସନ ମିରାଜଙ୍କ ଶତକ
ଭାରତ ଆଗରେ ୨୭୨ ରନର ଟାର୍ଗେଟ, ହାସନ ମିରାଜଙ୍କ ଶତକ

ଭାରତ ଆଗରେ ୨୭୨ ରନର ଟାର୍ଗେଟ ରଖିଲା ବାଂଲାଦେଶ । ମେହିଦ ହାସନ ମିରାଜ ଦମଦାର ଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଢାକା : ଭାରତ ଆଗରେ ୨୭୨ ରନର ଟାର୍ଗେଟ ରଖିଲା ବାଂଲାଦେଶ । ଆଜି (ବୁଧବାର) ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯାଉଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ କରିଛି । ମେହିଦ ହାସନ ମିରାଜ ଦମଦାର ଶତକ ହାସଲ କରିଛନ୍ତି ।

ବାଂଲାଦେଶ ଟସ ଜିତି ଅଧିନାୟକ ଲିଟନ ଦାସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମହମୁଦଲାହଙ୍କ ଅର୍ଦ୍ଧଶତକ ଓ ହାସନ ମିରାଜଙ୍କ ଦମଦାର ଶତକ ବଳରେ ବାଂଲଦେଶ ୨୭୧ ରନ କରିବାରେ ସକ୍ଷମ ହୋଇପାରିଛି । ବାଂଲାଦେଶର ଆରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇ ବାଂଲଦେଶର ଦୁଇ ଓପନର ସଅଳ ପାଭଲିୟନ ଲେଉଟିଥିଲେ । ଏହା ପରେ ବାଂଲାଦେଶର ନିୟମିତ ବ୍ୟବଧାନର ୱିକେଟ ପତନ ଘଟିଥିଲା । ୧୮.୬ ଓଭର ବେଳକୁ ବାଂଲାଦେଶ ୬ ଟି ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ମହମୁଦଲହା ଓ ହାସନ ମିରାଜଙ୍କ ପାର୍ଟନରସିପ ସ୍କୋରବୋର୍ଡକୁ ଆଗକୁ ବଢାଇଥିଲେ । ହାସନ ମିରାଜ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିଥିଲେ । ସେ ୮୩ ବଲରୁ ୮ ଟି ଚୌକା ଓ ୪ ଟି ଛକା ସହିତ ୧୦୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ମହମୁଦଲହା ଧୀମା ବ୍ୟାଟିଂ କରି ୯୬ ବଲରେ ୭୭ ରନର ଇନିଂସ ଖେଳି ଆଉଟ ହୋଇଥିଲେ ।

ଅଧିନାୟକ ଲିଟନ ଦାସ ୭ ରନ, ଅନମୁଲ ହକ ୭ ରନ, ନାଜମୁଲ ହୋସେନ ଶାଣ୍ଟୋ ୨୧ ରନ, ସାକିବ ଅଲ ହାସନ ୮ ରନ, ମୁସଫିକର ରହିମ ୧୨ ରନ, ଏବଂ ଆଫିଫ ହସେନ ଖାତା ଖୋଲି ନପାରି ଶୂନରେ ଆଉଟ ହୋଇଥିଲେ । ସେହିପରି ନାସୁମ ଅହମ୍ମଦ ୧୮ ରନ କରି ଅପରାଜିତ ରହିଥିଲେ । ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ସିରାଜ ଓ ଉମରାନ ମଲ୍ଲିକ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ରୋହିତ ଏଣ୍ଡ କୋ ଦ୍ବିତୀୟ ଦିନିିକିଆ ବିଜୟ ଲକ୍ଷ୍ୟରେ ୨୭୨ ରନ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.