ଟି୨୦ ସିରିଜ ପୂର୍ବରୁ କୋହଲିଙ୍କ ପ୍ରଶଂସା କଲେ ଆରୋନ ଫିଞ୍ଚ

author img

By

Published : Sep 19, 2022, 7:10 PM IST

Updated : Sep 19, 2022, 7:40 PM IST

ଟି୨୦ ସିରିଜ ପୂର୍ବରୁ କୋହିଲିଙ୍କ ପ୍ରଶଂସା କଲେ ଆରୋନ ଫିଞ୍ଚ

ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ( Virat Kohli ) ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସନ୍ତାକାଲିଠୁ ( ମଙ୍ଗଳବାର ) ଅଷ୍ଟ୍ରେଲିଆ ବିପକ୍ଷରେ ( India VS Austrelia ) ଭାରତ ଟି-୨୦ ସିରିଜ ଖେଳିବାକୁ ଯାଉଛି । ତେବେ ସିରିଜ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ( Virat Kohli ) ଭୂୟସୀ ପ୍ରଶଂସା କରିଛନ୍ତି । ବିରାଟ କୋହଲିଙ୍କ ପରି ବ୍ୟାଟରଙ୍କ ସହିତ ଚ୍ୟାଲେଞ୍ଜ ଲଗେଇବା ପାଇଁ ତାଙ୍କ ଭଳି ଏକ ସାହସୀ ବ୍ୟକ୍ତିର ଆବଶ୍ୟକ ରହିଛି ।

ଭାରତ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ( Australia skipper Aaron Finch ) କହିଛନ୍ତି ଗତ ୧୫ ବର୍ଷ ଧରି ବିରାଟ କୋହଲି ଦମଦାର ପ୍ରଦର୍ଶନ ଜାରି ରଖି ବିଶ୍ବର ଜଣେ ମହାନ ଖେଳାଳି ଭାବରେ ସେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ତାଙ୍କ ଭଳି ଜଣେ ମହାନ ଖେଳାଳିଙ୍କ ସହିତ ଚ୍ୟାଲେଞ୍ଜ ଲଗେଇବାକୁ ହେଲେ ଠିକ ତାଙ୍କ ପରି ଜଣେ ସାହସୀ ଖେଳାଳିଙ୍କର ଆବଶ୍ୟକ ରହିଛି । ଭାରତର ଏହି ପୂର୍ବତନ ଅଧିନାୟକ ୧୫ ବର୍ଷ ଧରି କ୍ରିକେଟ କ୍ୟାରିୟରେ ଯେଉଁ ସବୁ ସଫଳତା ହାସଲ କରିଛନ୍ତି ସେସବୁ ଜଣେ ମହାନ କ୍ରିକେଟର ହିସାବରେ ତାଙ୍କର ଦବଦବା ରହିଛି । ବିରାଟ କୋହଲି ଏସିଆ କପରେ ନିଜ ଫର୍ମକୁ କମ୍‌ବ୍ୟାକ୍‌ କରି ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୭୧ ତମ ଶତକ ହାସଲ କରିଛନ୍ତି । ବର୍ଷ ୨୦୧୯ ତଥା ୧୦୨୦ ଦିନରେ ବିରାଟଙ୍କ ବ୍ୟାଟରୁ ବିସ୍ଫୋରକ ଶତକୀୟ ଇନିଂସ । ଯାହା ତାଙ୍କ ଟି-୨୦ କ୍ୟାରିୟରର ଶତକ ରହିଥିଲା ।

ଆରୋନ ଫିଞ୍ଚ ଆହୁରି ମଧ୍ୟ କହିଛନ୍ତି "ନିଜ ଫର୍ମକୁ କମ୍‌ବ୍ୟାକ୍‌ କରି ବିରାଟ କୋହଲି ଏସିଆ କପ ଟି-୨୦ ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିବା ପରେ ଟି-୨୦ ଫର୍ମାଟରେ ନିଜ ଫର୍ମକୁ ଏକ ଉଚ୍ଚ ସ୍ତରରେ ପହଁଞ୍ଚାଇ ପାରିଛନ୍ତି । ଆଉ ଯେତେବେଳେ ଆପଣଙ୍କୁ ତାଙ୍କୁ ସାମ୍ନା କରିବାକୁ ପଡିବ ତେବେ ଆପଣଙ୍କୁ ସେଭଳି ପ୍ରସ୍ତୁତ ରହିବାକୁ ପଡିବ । ସେ ଜଣେ ଚମତ୍କାର କ୍ରିକେଟର । ସେ ଅନ୍ତର୍ଜାତୀୟ କ୍ରିକେଟରେ ୭୧ ତମ ଶତକ ହାସଲ କରିଛନ୍ତି ।" ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । 23 ତାରିଖରେ ଦ୍ବିତୀୟ ଓ 25 ତାରିଖରେ ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯିବ ।

Last Updated :Sep 19, 2022, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.