ETV Bharat / sports

AUS vs PAK: ପାକିସ୍ତାନ ମାଟିରେ ଅଷ୍ଟ୍ରେଲିଆର ଐତିହାସିକ ଟେଷ୍ଟ ବିଜୟ

author img

By

Published : Mar 25, 2022, 5:41 PM IST

Updated : Mar 25, 2022, 8:28 PM IST

Australia register a historic victory in Pakistan
AUS vs PAK: ପାକିସ୍ତାନ ମାଟିରେ ଅଷ୍ଟ୍ରେଲିଆର ଐତିହାସିକ ଟେଷ୍ଟ ସିରିଜ ବିଜୟ

ଲାହୋରରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟକୁ ପାଟ୍‌ କମିନ୍ସଙ୍କ ନେତୃତାଧୀନ ଅଷ୍ଟ୍ରେଲିଆ ଟିମ ୧୧୫ ରନ୍‌ରେ ଜିତିନେଇଛି । ତିନି ମାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ଅଷ୍ଟ୍ରେଲିଆ ।

ଲାହୋର: ପାକିସ୍ତାନ ମାଟିରେ ଅଷ୍ଟ୍ରେଲିଆର ଐତିହାସିକ ଟେଷ୍ଟ ସିରିଜ ବିଜୟ । ଲାହୋରରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟକୁ ପାଟ୍‌ କମିନ୍ସଙ୍କ ନେତୃତାଧୀନ ଅଷ୍ଟ୍ରେଲିଆ ଟିମ ୧୧୫ ରନ୍‌ରେ ଜିତିନେଇଛି । ଫଳରେ ତିନି ମାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ଅଷ୍ଟ୍ରେଲିଆ । ପ୍ରାୟ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ କୌଣସି ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଯାଇଥିଲା ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ । ଏଥିସହିତ ଗଦ୍ଦାଫି ଷ୍ଟାଡିୟମ ଲାହୋରରେ ମଧ୍ୟ ୧୩ ବର୍ଷ ପରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ଶୁକ୍ରବାର ତୃତୀୟ ଟେଷ୍ଟର ଶେଷ ଦିନରେ ପାକିସ୍ତାନକୁ ୨୩୫ ରନ୍‌ରେ ଅଲଆଉଟ୍‌ କରି ୧୧୫ ରନ୍‌ର ବିଜୟ ହାସଲ କରିଛି ପାଟ୍‌ କମିନ୍ସଙ୍କ ଟିମ ।

  • Inspired bowling spells from Nathan Lyon and Pat Cummins on the final day in Lahore helped Australia clinch the historic #PAKvAUS Test series 👏

    Report 👇 https://t.co/HmYw6Y0YLH

    — ICC (@ICC) March 25, 2022 " class="align-text-top noRightClick twitterSection" data=" ">

ଚତୁର୍ଥ ଦିନର ଅସମାପ୍ତ ସ୍କୋର ୭୩/୦ରୁ ଶେଷ ଦିନର ଖେଳ ଆରମ୍ଭ କରିଥିଲା ଘରୋଇ ଟିମ । ଦଳୀୟ ସ୍କୋର ୭୭ ଥିବାବେଳେ ଅବଦୁଲ୍ଲା ସାଫିକ୍‌ଙ୍କୁ ଆଲେକ୍ସ କ୍ୟାରୀଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ କରାଇ କେମରନ ଗ୍ରୀନ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଭେଟିଦେଇଥିଲେ । ପରେ ଆଝାର ଅଲୀ ଇମାମ ଉଲ-ହକ୍‌ଙ୍କ ସହ ଇଂନିସ ସମ୍ଭାଳିଥିଲେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ । ମାତ୍ର ରନ୍‌ରେ ବ୍ୟାଟିଂ କରୁଥିବାବେଳେ ଭେଟେରାନ ସ୍ପିନର ନାଥନ ଲାୟନଙ୍କ ଶିକାର ହୋଇଥିଲେ । ପରେ କ୍ୟାପଟେନ ବାବର ଆଜମଙ୍କ ସହ ମିଶି ଇମାମ ଉଲ-ହକ୍‌ ଇଂନିସକୁ ଆଗକୁ ବଢାଇଥିଲେ ।

  • 🗣 "I am at a point in my life and my career where it's more about enjoyment than anything else."

    Usman Khawaja's brilliant 2022 continued as he bagged the Player of the Series award against Pakistan 🏆

    His year so far 👉 https://t.co/yiWfua6CWh pic.twitter.com/GlnagG8NkE

    — ICC (@ICC) March 25, 2022 " class="align-text-top noRightClick twitterSection" data=" ">

ଇମାମ ୭୦ ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଲାୟନଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପାକିସ୍ତାନର ସ୍କୋର ୧୪୨/୩ ହୋଇଥିଲା । ପରେ କମିନ୍ସ ଫୱାଦ ଆଲାମ, ମହମ୍ମଦ ରିଜୱାନଙ୍କୁ ପାଭିଲିୟନ ପଠାଇ ପାକିସ୍ତାନକୁ ପରାଜୟ ମୁହଁକୁ ଠେଲିଦେଇଥିଲେ । ବାବାର ଆଜମ ଲଢୁଆ ଅର୍ଦ୍ଧଶତକ ହାସଲ କରି ପାକିସ୍ତାନ ପାଇଁ ସାମାନ୍ୟ ଆଶା ଦେଖାଇଥିଲେ, ମାତ୍ର ୫୫ ରନ୍‌ର ବ୍ୟାଟିଂ କରୁଥିବା ସମୟରେ ଲାୟନଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ । ପରେ ସାହିନ ଆଫ୍ରିଦୀ , ହାସନ ଅଲୀ, ନାଉମନ ଅଲୀ ବ୍ୟାଟିଂ ପାଇଁ ଆସି କିଛି ଖାସ୍‌ କରିପାରିନଥିଲେ । ପରେ କଙ୍ଗାରୁ ଟିମର କ୍ୟାପେଟନ କମିନ୍ସ ନସୀମ ଶାହଙ୍କୁ ଆଉଟ୍‌ କରି ପାକିସ୍ତାନ ଇଂନିସକୁ ଶେଷ କରିଥିଲେ ।

ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟକୁ ୧-୦ରେ ଜିତିନେଇଥିଲା । ପୂର୍ବରୁ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଉଭୟ ଟିମ ମଧ୍ୟରେ ମାର୍ଚ୍ଚ ୨୯ରୁ ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ଖେଳାଯିବ ।

ANI

Last Updated :Mar 25, 2022, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.