ETV Bharat / sports

Aus W vs Ind W: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଭାରତ ୨୭୪/୭

author img

By

Published : Sep 24, 2021, 4:42 PM IST

Aus W vs Ind W, 2nd ODI: Smriti Mandhana hits fluent 86 as visitors post 274/7
Aus W vs Ind W: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଭାରତ ୨୭୪/୭

ଓପନର ସ୍ମୃତି ମାନ୍ଧାନାଙ୍କ ଦମଦାର ୮୬ ରନ୍‌ ବଳରେ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ମହିଳା ଟିମ ସାମ୍ନାରେ ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଅଧିକ ପଢନ୍ତୁ...

ମାକେ: ଓପନର ସ୍ମୃତି ମାନ୍ଧାନାଙ୍କ ଦମଦାର ୮୬ ରନ୍‌ ବଳରେ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ମହିଳା ଟିମ ସାମ୍ନାରେ ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଶେଷ ଭାଗରେ ବୋଲର ଝୁଲଣ ଗୋସ୍ବାମୀ ମଧ୍ୟ ବ୍ୟାଟ୍‌ରେ କମାଲ କରିବା ସହିତ ଦ୍ରୁତ ୨୮ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୪ ରନ୍‌ ସଂଗ୍ରହ କରିଛି ମିତାଲି ରାଜ୍‌ଙ୍କ ଟିମ ।

ମାନ୍ଧାନା ଅର୍ଦ୍ଧଶତକ ହାସଲ କରିବାପରେ ଶତକ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ଶତକ ଠାରୁ ୧୪ ରନ୍‌ ଦୂରରେ ରହିଯାଇଥିଲେ । ଅନ୍ୟ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ରିଚା ଘୋଷ ୫୦ ବଲ୍‌ରୁ ୪୪ ଓ ପୂଜା ବସ୍ତ୍ରକର ୩୭ ବଲ୍‌ରୁ ୨୯ ରନ୍‌ର ଇଂନିସ ଖେଳିଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ ମେଗ ଲାନିଙ୍ଗ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଓ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପରେ ଦୁଇ ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୧୦ ଓଭରରେ ୬୮ ରନ୍‌ ଉଠାଇଥିଲେ । ପରେ ମ୍ୟାଚର ଦ୍ବାଦଶ ଓଭରରେ ଶେଫାଳି ଆଉଟ୍‌ ହେବାପରେ କ୍ୟାପଟେନ ମିତାଲି ରାଜ କ୍ରିଜ୍‌କୁ ଆସିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୮ ରନ୍‌ କରି ପାଭିଲିୟନ ଫେରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୭୪/୭(ମାନ୍ଧାନା ୮୬; ତାହିଲା ୩/୪୫) vs ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.