ETV Bharat / sports

ଖୁବଶୀଘ୍ର ବିବାହ କରିବେ ରାହୁଲ-ଆଥିୟା !

author img

By

Published : Jul 12, 2022, 10:14 PM IST

ରାହୁଲ-ଆଥିୟାଙ୍କ ବିବାହ ଗୁଜବକୁ ନେଇ ସୁନୀଲ ସେଟ୍ଟୀଙ୍କ ବୟାନ
ରାହୁଲ-ଆଥିୟାଙ୍କ ବିବାହ ଗୁଜବକୁ ନେଇ ସୁନୀଲ ସେଟ୍ଟୀଙ୍କ ବୟାନ

ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକଟର ଲୋକେଶ ରାହୁଲଙ୍କ ବାହାଘରକୁ ନେଇ ଗୁଜବ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକଟର ଲୋକେଶ ରାହୁଲ ପରସ୍ପରକୁ ଦୀର୍ଘ ଦିନ ହେବ ଡେଟିଂ କରିଆସୁଛନ୍ତି । ତାଙ୍କ ବାହାଘରକୁ ନେଇ ଗୁଜବ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତିନି ମାସ ଭିତରେ ତାଙ୍କର ବାହାଘର ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଏହି ବାବଦରେ ସୁନୀଲ ସେଟ୍ଟୀ କହିଛନ୍ତି ଉଭୟ ଡେଟିଂ କରୁଥିଲେ ମଧ୍ୟ ବିବାହ ପାଇଁ ପରିବାର ପକ୍ଷରୁ କୌଣସି ଯୋଜନା କରାଯାଇ ନାହଁ ।

ରାହୁଲ ଏବଂ ଆଥିୟା ସେଟ୍ଟୀ ଉଭୟ ଦୀର୍ଘ ଦିନ ହେବ ଡେଟିଂ କରିଆସୁଛନ୍ତି । ଉଭୟ ଏକା ସାଙ୍ଗରେ ଫୋଟୋ ଉଠାଇବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ରାହୁଲଙ୍କ ପରିବାର ଆଥିୟା ସେଟ୍ଟୀଙ୍କ ପରିବାରକୁ ଭେଟିବା ପାଇଁ ମୁମ୍ବାଇ ଆସିଥିଲେ । ତେବେ ରାହୁଲ ଏବଂ ଆଥିୟା ନିଜ ପାଇଁ ଏକ ଆପାର୍ଟମେଣ୍ଟ କିଣିଛନ୍ତି । ସେମାନେ ତାଙ୍କ ବିବାହ ପରେ ନୂଆ ଆପାର୍ଟମେଣ୍ଟରେ ରହିବାର ଯୋଜନା ରହିଛି ।

ଏବେ ରାହୁଲଙ୍କୁ ଆଘାତ ଲାଗିଥିବାରୁ ସେ ଦଳରୁ ବାଦ ରହି ବିଶ୍ରାମ ନେଉଛନ୍ତି । ତାଙ୍କ ଆଘାତ କାରଣରୁ ସେ ଜର୍ମାନୀରେ ଚିକିତ୍ସା ହେଉଛନ୍ତି । ଆଘାତ କାରଣରୁ ଜର୍ମାନୀରେ ରାହୁଲ ଏବଂ ଆଥିୟା ଏକା ସାଙ୍ଗରେ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.