ETV Bharat / sports

ଇଂଲଣ୍ଡରେ କେଏଲ ରାହୁଲଙ୍କ ଗୁଜବ ଗର୍ଲଫ୍ରେଣ୍ଡ ଆଥିୟା

author img

By

Published : Jun 27, 2021, 10:44 PM IST

Athiya Shetty hints she is in England following India's fortunes
ଇଂଲଣ୍ଡରେ କେଏଲ ରାହୁଲଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ଆଥିୟା

ଚର୍ଚ୍ଚାରେ ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଅଧିକ ପଢନ୍ତୁ...

ଲଣ୍ଡନ: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ । ରାହୁଲଙ୍କ ସହ ତାଙ୍କର ସଂପର୍କ ନିବିଡ ଥିବା ପ୍ରଚାର ହେବାରେ ଲାଗିଛି । ଭାରତୀୟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ତେବେ ଆଥିୟା ମଧ୍ୟ ଇଂଲଣ୍ଡ ଥିବା ସୋସିଆଲ ମିଡିଆ ମାଧ୍ୟମରେ ସଙ୍କେତ ଦେଇଛନ୍ତି ।

ରବିବାର ସକାଳେ ଆଥିୟା ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଚା କପ୍‌ର ଫଟୋ ସେୟାର କରିଛନ୍ତି । ତେବେ ଏହି ଫଟୋରେ ସେ ବିସିସିଆଇର ପ୍ରଯୋଜକ ରାଜଲ ଆରୋରାଙ୍କୁ ଟ୍ୟାଗ କରିଛନ୍ତି । ଫଳରେ ଆଥିୟା ମଧ୍ୟ ଇଂଲଣ୍ଡରେ କ୍ରିକେଟ ଆକ୍ସନର ମଜା ଉଠାଉଥିବା ଜଣାପଡିଛି । ଏପ୍ରିଲରେ ରାହୁଲଙ୍କ ଜନ୍ମଦିନରେ ଆଥିୟା ଏକ ହୃଦୟଭରା ଶୁଭେଚ୍ଛାବାର୍ତ୍ତା ପଠାଇଥିଲେ । ଇନଷ୍ଟାଗ୍ରାମରେ ହାରୁଲଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ।

ଆଥିୟା ଶେଷ ଥର ପାଇଁ ସିଲଭର ସ୍କ୍ରିନରେ 2019ର ଏକ କମେଡି ଡ୍ରାମା ଫିଲ୍ମ "ମୋତିଚୋର ଚକନାଚୁର" ରେ ନୱାଜଉଦ୍ଦିନ ସିଦ୍ଦିକଙ୍କ ସହିତ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.