ETV Bharat / sports

KL Rahul marriage: ପଡିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ କଲେ ରାହୁଲ

author img

By

Published : Jan 23, 2023, 6:28 PM IST

Updated : Jan 23, 2023, 9:13 PM IST

ଆଥିଆ ସେଟ୍ଟୀ ଓ  ଲୋକେଶ ରାହୁଲ
ଆଥିଆ ସେଟ୍ଟୀ ଓ ଲୋକେଶ ରାହୁଲ

ଦୀର୍ଘ ଦିନର ବାନ୍ଧବୀ ଆଥିଆ ସେଟ୍ଟୀଙ୍କ ସହିତ ଆଜି (ସୋମବାର) ସାତ ଫେରା ନେଇଛନ୍ତି ରାହୁଲ । ଅଧିକ ପଢନ୍ତୁ

ମୁମ୍ବାଇ: ଜୀବନରେ ନୂଆ ଇଂନିସ ଆରମ୍ଭ କଲେ ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ । ଦୀର୍ଘ ଦିନର ବାନ୍ଧବୀ ଆଥିଆ ସେଟ୍ଟୀଙ୍କ ସହିତ ଆଜି (ସୋମବାର) ସାତ ଫେରା ନେଇଛନ୍ତି ରାହୁଲ । ଭାରତୀୟ କ୍ରିକେଟର ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ହାତକୁ ଦି ହାତ ହୋଇଛି । ମୁମ୍ବାଇସ୍ଥିତ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ଉଭୟଙ୍କ ବିବାହ ଆଜି ସମ୍ପନ୍ନ ହୋଇଛି । ଏନେଇ ଆଥିଆ ସେଟ୍ଟୀଙ୍କ ପିତା ତଥା ବରିଷ୍ଠ ଅଭିନେତା ସୁନୀଲ ସେଟ୍ଟୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ହେଲେ ଉଭୟଙ୍କ ବିବାହ ସମୟରେ ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରକାଶ ପାଇନାହିଁ । ଯାହା ଉଭୟଙ୍କ ଫ୍ୟାନ୍ସ ଚାତକ ପରି ଚାହିଁ ରହିଛନ୍ତି ।

  • “In your light, I learn how to love…” ♥️

    Today, with our most loved ones, we got married in the home that’s given us immense joy and serenity. With a heart full of gratitude and love, we seek your blessings on this journey of togetherness. 🙏🏽@theathiyashetty pic.twitter.com/1VWxio5w6W

    — K L Rahul (@klrahul) January 23, 2023 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର ଲୋକେଶ ରାହୁଲ ଦୀର୍ଘ ଦିନ ଧର ପରସ୍ପରକୁ ଡେଟିଂ କରୁଥିଲେ । ଉଭୟଙ୍କ ବିବାହ ବାବଦରେ ପୂର୍ବରୁ ବହୁତ ଗୁଜବ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଆଜି ଶେଷରେ ସବୁ ଗୁଜବ ଉପରେ ପରଦା ଉଠାଉ ରାହୁଲ ଓ ଆଥିୟା ସାତ ଫେରାନେଇଛନ୍ତି । ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଉଭୟଙ୍କ ବିବାହ ସମ୍ପନ୍ନ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଆସି ନଥିବା ବେଳେ ଉଭୟ ଗଣମାଧ୍ୟମ ସାମ୍ନାକୁ ମଧ୍ୟ ଆସିନାହାଁନ୍ତି ।

ସୁନୀଲ ସେଟ୍ଟୀ ଏବଂ ଆହାନ ସେଟ୍ଟୀ
ସୁନୀଲ ସେଟ୍ଟୀ ଏବଂ ଆହାନ ସେଟ୍ଟୀ

ସୋସିଆଲ ମିଡିଆରେ ଭାଇରାଲ ହେଲା ବାପା-ପୁଅଙ୍କ ଫଟୋ

ଆଥିୟାଙ୍କ ପିତା ସୁନୀଲ ସେଟ୍ଟୀ ଏବଂ ଭାଇ ଆହାନ ସେଟ୍ଟୀ ବିବାହରେ ପାରମ୍ପାରିକ ପୋଷାକରେ ବେଶ୍ ଆକର୍ଷିତ ଲଗୁଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁନୀଲ ସେଟ୍ଟୀ ଷ୍ଟିଲ ଗ୍ରେ ରଙ୍ଗର ଶେରୱାନୀ ପିନ୍ଧି ଜବରଦସ୍ତ ଲୁକରେ ନଜର ଆସିଥିଲେ । ଆହାନ ସେଟ୍ଟୀ କ୍ରିମି ରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ମୁଣ୍ଡରେ ତିଲକ ଲଗାଇଥିବାର ନଜର ଆସିଛନ୍ତି ।

ସୁନୀଲ ସେଟ୍ଟୀ ଏବଂ ଆହାନ ସେଟ୍ଟୀ
ସୁନୀଲ ସେଟ୍ଟୀ ଏବଂ ଆହାନ ସେଟ୍ଟୀ

ମିଡିଆ ରିପୋର୍ଟ ଅନୁସାରେ କେଏଲ ରାହୁଲ ଏବଂ ଆଥିଆ ସେଟ୍ଟୀଙ୍କ ବିବାହ ଉତ୍ସବରେ ଆଇପିଏଲ ଫ୍ରାଞ୍ଚାଇଜ ଲଖନଉ ସୁପର ଜିଆଣ୍ଟସର ମାଲିକ ସଞ୍ଜିବ ଗୋୟନିକା, ମେଣ୍ଟର ଗୌତମ ଗମ୍ଭୀର ଏବଂ ଫାଷ୍ଟ ବୋଲର ବରୁଣ ଆରୋନ ଯୋଗ ଦେଇଥିଲେ । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଜାରି ରହିଥିବା ବେଳେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦକ ପାଣ୍ଡ୍ୟା ଏବଂ ଅନ୍ୟାନ୍ୟ ଭାରତୀୟ ଖେଳାଳି ରାହୁଲଙ୍କ ବିବାହରେ ଯୋଗ ଦେଇ ପାରିନାହାଁନ୍ତି । ତେବେ ଉଭୟଙ୍କ ପରିବାର ଆଗକୁ ଗ୍ରାଣ୍ଡ ରିସେପସନ ପାର୍ଟି ଦେବାର ଯୋଜନା ରହିଛି । ଯେଉଁଥିରେ ୩୦୦୦ ଅତିଥି ସାମିଲ ହେବେ ବୋଲି କୁହାଯାଉଛି ।

ଆହାନ ସେଟ୍ଟୀ
ଆହାନ ସେଟ୍ଟୀ
Last Updated :Jan 23, 2023, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.