ETV Bharat / sports

Asia Cup 2023 Super 4: ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

author img

By ETV Bharat Odisha Team

Published : Sep 12, 2023, 11:05 AM IST

Asia Cup 2023 Super 4
ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

ଏସିଆ କପ ସୁପର 4 ରାଉଣ୍ଡରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ । ପାକିସ୍ତାନ ବିପକ୍ଷରେ ଭାରତ ଯେଉଁ ବିଶାଳ ବିଜୟ ହାସଲ କରିଛି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ସମାନ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଅଧିକ ପଢ଼ନ୍ତୁ

କଲୋମ୍ବେ: ଚଳିତ ଏସିଆ କପ୍‌ ସୁପର 4 ରାଉଣ୍ଡରେ ଭାରତ ଆଜି ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କାକୁ ଭେଟିବ । ପାକିସ୍ତାନ ବିପକ୍ଷରେ ଭାରତ ଯେଉଁ ଭଳି ଉଭୟ ବ୍ୟାଟିଂ ଓ ବୋଲିଂ ଦମଦାର ପ୍ରଦର୍ଶନ କରି ବିଶାଳ ବିଜୟ ହାସଲ କରିଥିଲା ଆଜି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ବାଜିମାତ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ସପଟେ ସୁପର 4 ରାଉଣ୍ଡରେ ବାଂଲାଦେଶକୁ ହରାଇ ଦ୍ବିତୀୟରେ ଥିବା ଶ୍ରୀଲଙ୍କା ଆଜିର ମୁକବିଲା ଜିତିବାକୁ ସମସ୍ତ ପ୍ରୟାସ କରିବ । ଅପରାହ୍ନ 3ଟାରୁ ଆରମ୍ଭ ହେବ ଭାରତ ଶ୍ରୀଲଙ୍କା ମୁକାବିଲା ।

ଦୁଇ ଦିନ ବର୍ଷାର ଲୁଚକାଳି ଏବଂ ଫ୍ୟାନ୍ସଙ୍କ ଉତ୍ସାହ ଭିତରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବପକ୍ଷରେ ଭାରତ ଯେଉଁ ଭଳି ବିଜୟ ହାସଲ କରିଛି ତାକୁ ନେଇ ଫ୍ୟାନ୍ସଙ୍କ ଖୁସି ଦ୍ବୁଗୁଣିତ ହୋଇଛି । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ପରେ ରିଜର୍ଭ ଡେ ଖେଳ ଦିନ ବିରାଟ ଶୋ ଓ କେଏଲ ରାହୁଲଙ୍କ ଜବରଦସ୍ତ କମବ୍ୟାକରେ ଭାରତ ଯେଉଁ ବିଜୟ ହାସଲ କରିଛି ତାକୁ ନେଇ ସବୁଠି ଉତ୍ସାହ । କୋହଲି ଓ ରାହୁଲଙ୍କ ଅପରାଜିତ ଶତକ ଓ କୁଳଦୀପ ଯାଦବଙ୍କ 5 ୱିକେଟ ବଳ ପାକିସ୍ତାନ ପରାସ୍ତ ହୋଇଥିଲା । ଆଜି ଶ୍ରୀଲଙ୍କା ବିପକ୍ଷରେ ଭାରତର ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ଡିଫେଣ୍ଡି ଚମ୍ପିଆନ ବିପକ୍ଷରେ ଭାରତକୁ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ହେବ । ଆଜି ମଧ୍ୟ କଲମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ବିକଳ୍ପ ବାଟ ବଛା ଯିବ ।

ଏହା ବି ପଢନ୍ତୁ...Asia Cup 2023 Ind vs Pak: ଟିମ୍‌ ଇଣ୍ଡିଆ ବ୍ୟାଟିଂ-ବୋଲିଂରେ ଚିତ୍‌ପଟାଙ୍ଗ ପାକିସ୍ତାନ, ୨୨୮ ରନରେ ଭାରତର ବିରାଟ ବିଜୟ

ଏହା ବି ପଢନ୍ତୁ...Asia Cup 2023: ବିଜୟ ଦ୍ବାରରୁ ହାରିଗଲା ଆଫଗାନିସ୍ତାନ, ସୁପର-୪ରେ ଶ୍ରୀଲଙ୍କା

ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଚଳିତ ଏସିଆ କପରେ ଏଯାବତ ଅପରାଜେୟ ରହିଛି । ଗତ ସେପ୍ଟେମ୍ବର 5 ତାରିଖରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରି ସୁପର 4 ରାଉଣ୍ଡରେ ପ୍ରବେଶ କରିଥିଲା ଡିଫେଣ୍ଡିଂ ଚମ୍ପିଆନ । ଆଜି ଭାରତକୁ ହରାଇବାକୁ ପ୍ରୟାସ କରିବ ଦଶୁଣ ଶାଣକାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା । ଦଳର ନିଶଙ୍କା, କରୁଣାରତ୍ନେ ଓ କୁଶଳ ମେଣ୍ଡିସ ଭଲ ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ କୁଶଲ ମେଣ୍ଡିସ ଲଢୁଆ ବ୍ୟାଟିଂ କରି 84 ବଲରୁ ସର୍ବାଧିକ 92ରନ କରିଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଶ୍ରୀଲଙ୍କା ସମର୍ଥକ । ଅଫଗାନିସ୍ତାନ ବିପକ୍ଷରେ ୱାଲାଙ୍ଗେ ଓ ମହିସ ତିକ୍ଷାଣା ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ଏକ ଉପଯୋଗୀ ରନ ଯୋଡିଥିଲେ ଏମାନଙ୍କଠୁ ଆଜି ମଧ୍ୟ ସଫଳ ଇନିଂସ ଆଶା କରାଯାଉଛି । ଶ୍ରୀଲଙ୍କା ତାର ସୁପର 4 ରାଉଣ୍ଡ ମ୍ୟାଚରେ ବାଂଲାଦେଶକୁ 21ରନରେ ପରାସ୍ତ କରିଥିଲା । ଏଥିରେ 93ରନର ପାଳି ଖେଳିଥିଲେ ସମରବିକ୍ରମ । ବୋଲିଂରେ ଅଧିନାୟକ ଦାସୁନ ଶାଣକା ଓ ମଥିଶା ପଥିରଣା 3ଟି ଲେଖାଏଁ ୱିକେଟ ନେଇଥିଲେ । ଆଜି ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ ।

ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ଈଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ସାର୍ଦୁଳ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଳ ମେଣ୍ଡିସ (ୱିକେଟ କିପର), ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା (ଅଧିନାୟକ), ଦୁଶନ ହେମଥ /ଦୁନିଥ ୱିଲୋଲେଜ, ମହେଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଞ୍ଜିଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.