ETV Bharat / sports

Asia Cup 2022: ବାବରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ଥାନ

author img

By

Published : Sep 7, 2022, 7:30 PM IST

ପାକିସ୍ତାନ ଟସ ଜିତି ଅଧିନାୟକ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫାଇନାଲ ରାଉଣ୍ଡର ଟିକେଟ ପାଇଁ ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେବେ ଆଜିର ମ୍ୟାଚ ନିର୍ଭର କରେ ଭାରତ ଫାଇନାଲ ମ୍ୟାଚ ଖେଳି ପାରିବ କି ନାହିଁ । ଅଧିକ ପଢନ୍ତୁ

asia cup 2022 : ବାବର ଆଜମଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ଥାନ
asia cup 2022 : ବାବର ଆଜମଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ଥାନ

ହାଇଦ୍ରାବାଦ: ଏସିଆ କପରେ ସୁପର ୪ ରାଉଣ୍ଡରେ ଆଜି ପାକିସ୍ତାନ ବନାମ ଆଫଗାନିସ୍ଥାନ ମୁକାବିଲା ଚାଲିଛି । ପାକିସ୍ତାନ ଟସ ଜିତି ଅଧିନାୟକ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପାକିସ୍ତାନଠୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିବାକୁ ମହମ୍ମଦ ନବୀଙ୍କ ଦଳ । ଫାଇନାଲ ରାଉଣ୍ଡର ଟିକେଟ ପାଇଁ ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେବେ ଆଜିର ମ୍ୟାଚ ନିର୍ଭର କରେ ଭାରତ ଫାଇନାଲ ମ୍ୟାଚ ଖେଳି ପାରିବ କି ନାହିଁ ।

ସୁପର 4 ରାଉଣ୍ଡରେ ଦୁଇଟି ମ୍ୟାଚ ହାରିବା ସହିତ ଭାରତ ପାଖରେ ଫାଇନାଲକୁ ପ୍ରବେଶ କରିବାର ସୁଯୋଗ ରହିଛି । ପ୍ରଥମେ ଭାରତକୁ ଆଫଗାନିସ୍ତାନ ସହିତ ବଡ ବ୍ୟବଧାନରେ ମ୍ୟାଚ ଜିତିବାକୁ ଜିତିବାକୁ ହେବ । ଏହା ସହିତ ଭାରତ ଫାଇନାଲକୁ ପ୍ରବେଶ କରିବା ପାଇଁ ଦୁଇ ପ୍ରତିଦ୍ବନ୍ଦୀ ହାର-ଜିତ ଉପରେ ନିର୍ଭର କରୁଛି । ଭାରତର ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସୁପର ୪ ରାଉଣ୍ଡରେ ବାକିଥିବା ଦୁଇଟି ମ୍ୟାଚ ହାରିଲେ ଭାରତର ଫାଇନାଲ ପ୍ରବେଶ ପଥ ପରିଷ୍କାର ହୋଇପାରିବ । ଆଜି ଖେଳାଯିବାକୁ ଥିବା ଆଫଗାନିସ୍ଥାନ ବନାମ ପାକିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ଥାନକୁ ହରାଇ ଆଫଗାନିସ୍ଥାନକୁ ମ୍ୟାଚ ଜିତିବାକୁ ପଡିବ । ସେହିପରି ସେପ୍ଟେମ୍ବର ୯ ତାରିଖ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବନାମ ପାକିସ୍ତାନ ମ୍ୟାଚରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କାକୁ ମ୍ୟାଚ ଜିତିବାକୁ ପଡିବ । ଯାହା ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ଜାହିର କରି ଭାରତ ଫାଇନାଲ ମ୍ୟାଚ ଖେଳିବାରେ ସୁଯୋଗ ପାଇବ ।

ପ୍ଲେଇଂ ଇଲେଭେନ ପାକିସ୍ତାନ

ମହମ୍ମଦ ରିୱାଜ, ବାବର ଆଜମ ( ଅଧିନାୟକ ), ଫଖର ଜମାନ, ଇଫତିଖର ଅହମ୍ମଦ, ଖୁସଦିଲ ଶାହା, ଅସିଫ ଅଲ୍ଲୀ, ମହମ୍ମଦ ନୱାଜ, ସହଦାବ ଖାନ, ହରିସ ରୌଫ, ମହମ୍ମଦ ହସନେନ, ନସିମ ଅଲ୍ଲୀ

ପ୍ଲେଇଂ ଇଲେଭେନ ଆଫଗାନିସ୍ଥାନ

ହଜ୍ରତୁଲ୍ଲା ଜଜାଇ, ରହମାନୁଲ୍ଲାହ ଗୁରୁବାଜ, ଇବ୍ରାହିମ ଜୋଦ୍ରାନ, ନାଜିବୁଲ୍ଲା ଜୋଦ୍ରାନ, ମହମ୍ମଦ ନବୀ ( ଅଧିନାୟକ ), କରିମ ଜନତ, ରସିଦ ଖାନ, ଆଜମାତୁଲ୍ଲାହ ଓମରଜାୟି, ମୁଜିବର ରେହମାନ, ଫରିଦ ଅହମ୍ମଦ ମାଲିକ, ଫାଜାଲାକ ଫାରୁକି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.