ETV Bharat / sports

Asia Cup 2022, ଭୁବିଙ୍କ ଘାତକ ବୋଲିଂ ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

author img

By

Published : Aug 28, 2022, 9:48 PM IST

Updated : Aug 28, 2022, 10:11 PM IST

୧୪୮ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ । ଏସିଆ କପ୍‌ ମ୍ୟାଚ୍‌ରେ ପାକିସ୍ତାନ ନିର୍ଦ୍ଧାରିତ ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ୍‌ । ଅଧିକ ପଢନ୍ତୁ

Asia Cup 2022, ଭାରତକୁ ୧୪୮ ରନର ଟାର୍ଗେଟ, ଭୁବନେଶ୍ବର କୁମାରଙ୍କୁ ୪ ୱିକେଟ
Asia Cup 2022, ଭାରତକୁ ୧୪୮ ରନର ଟାର୍ଗେଟ, ଭୁବନେଶ୍ବର କୁମାରଙ୍କୁ ୪ ୱିକେଟ

ହାଇଦ୍ରାବାଦ: ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ହାଇଭୋଲଟେଜ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ବୋଲିଂ ନିଷ୍ପତି ନେବାପରେ ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ୍‌ ହୋଇଛି । ଫଳରେ ବିଜୟ ପାଇଁ ଭାରତ ସାମ୍ନାରେ ୧୪୮ ରନର ଟାର୍ଗେଟ ରହିଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ପାକ୍‌ ବ୍ୟାଟ୍‌ର । ଫଳରେ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ସମର୍ଥ ହୋଇନଥିଲା ବାବର ଆଜମଙ୍କ ଟିମ ।

ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଜବରଦସ୍ତ ବୋଲିଂ ସହ ୨୬ ରନ୍‌ ବ୍ୟୟରେ ସର୍ବାଧିକ ୪ ଜଣ ପାକିସ୍ତାନ ବ୍ୟାଟ୍‌ରଙ୍କୁ ପାଭିଲିୟନ ଫେରାଇଦେଇଛନ୍ତି । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପାକିସ୍ତାନ ବ୍ୟାଟ୍‌ରଙ୍କ ପାଇଁ ସଙ୍କଟ ସାଜିବା ସହ ୩ଟି ୱିକେଟ ହାତେଇଛନ୍ତି । ଅର୍ଶଦୀପ ସିଂହ ୨ଟି ଓ ଅଭେଷ ଖାନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ପାକିସ୍ତାନ କ୍ୟାପଟେନ ବାବର ଆଜମଙ୍କୁ ଭୁବନେଶ୍ବର ପ୍ରଥମ ଶିକାର କରିଥିଲେ । ପରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥିବା ଆସିଥିବା ଫଖର ଜମାନଙ୍କୁ ୧୦ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଅଭେଷ ଶୀଘ୍ର ପାଭିଲିୟନ ପଠାଇ ଦେଇଥିଲେ । ପରେ ନିୟମିତ ବ୍ୟବଧାନରେ ଭାରତୀୟ ବୋଲର ୱିକେଟ ହାସଲ କରିବା ସହ ବଡ ସଟ୍‌ ଖେଳିବାକୁ ଦେଇନଥିଲେ । ପାକିସ୍ତାନ ପକ୍ଷରୁ ୱିକେଟ କିପର ବ୍ୟାଟ୍‌ର ମହମ୍ମଦ ରିଜୱାନ ସର୍ବାଧିକ ୪୩ ରନ୍‌ର ଇଂନିସ ଖେଳିଥିଲେ ।

Last Updated : Aug 28, 2022, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.