ETV Bharat / sports

ମହିଳା ଏସିଆ କପ : ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମହାମୁକାବିଲା

author img

By

Published : Oct 14, 2022, 6:01 PM IST

ମହିଳା ଏସିଆ କପ : ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମହାମୁକାବିଲା
ମହିଳା ଏସିଆ କପ : ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମହାମୁକାବିଲା

ଆସନ୍ତାକାଲି ମହିଳା ଏସିଆ କପର ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଶ୍ରୀଲଙ୍କା ବନାମ ଭାରତ । ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହିଳା ଏସିଆ କପ ୨୦୨୨ ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ( ଶନିବାର ) ହାଇଭୋଲେଟେଜ ମ୍ୟାଚ ଦେଖିବାକୁ ମିଳିବ । ପ୍ରଥମ ସେମିଫାଇନାଲରେ ଥାଇଲାଣ୍ଡକୁ ୭୪ ରନରେ ହରାଇ ଭାରତ ଫାଇନାଲ ପାଇଁ ଟିକଟ ହାତେଇଥିଲା । ସେହିପରି ଦ୍ବିତୀୟ ସେମିଫାଇନାରେ ପାକିସ୍ତାନକୁ ୧ରନରେ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଛି । ତେବେ ହରମନପ୍ରୀତ କୌର ଦଳ ଚଳିତ ବର୍ଷ ମହିଳା ଏସିଆ କପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଆସନ୍ତାକାଲି ଭାରତୀୟ ସମୟ 1pm ରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଆସନ୍ତାକାଲିର ଫାଇନାଲ ମ୍ୟାଚରେ ହରମନପ୍ରୀତ କୌର ଦଳ ରଣନୀତି ସହିତ ମଇଦାନକୁ ଓହ୍ଲାଇବ । ଷ୍ଟାର ବ୍ୟାଟର ସ୍ମୃତି ମାନନ୍ଧା ଏବଂ ଅଲରାଉଣ୍ଡର ସେଫାଳି ବର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ । ଉଭୟ ଓପନର ଦଳୀୟ ସ୍କୋରକୁ ଆଗକୁ ବଢାଇ ସ୍ଥିତି ମଜବୁତ କରିବାକୁ ପଡିବ । ସେହିପରି ଜେମିମା ରେଡ୍ରିଗସ ଏବଂ ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଦର୍ଶନ ମିଡିଲ ଅର୍ଡରେ ବ୍ୟାଟିଂରେ ଦଳ ପାଇଁ ଗୁରୁତ୍ବବହନ କରୁଛି । ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୩ ଟି ୱିକେଟ ନେଇଥିବା ଦିପ୍ତି ଶର୍ମା ଏବେ ଦମଦାର ଫର୍ମରେ ରହିଛନ୍ତି । ତେବେ ଦଳ ବୋଲିଂ ବିଭାଗ ତାଙ୍କ ଉପରେ ନିର୍ଭର କରିବ ।

ମହିଳା ଏସିଆ କପରେ ୱମେନ ଇନ ବ୍ଲୁର ଦବଦବା ଜାରି ରହିଛି । ମହିଳା ଏସିଆ କପରେ ଭାରତ ୬ ଥର ଟାଇଟଲ ହାସଲ କରିଛି । ଦିନିକିଆ ଫର୍ମାଟରେ ଖେଳାଯାଇଥିବା ଏସିଆ କପରେ ଭାରତୀୟ ମହିଳା କ୍ରିକେଟ ଟିମ ୨୦୦୪, ୨୦୦୫, ୨୦୦୬ ଏବଂ ୨୦୦୮ ମସିହାରେ ମହିଳା ଏସିଆ କପ ଟାଇଟଲ ହାତେଇଥିଲା । ସେହିପରି ଟି୨୦ ଫର୍ମାଟରେ ଖେଳାଯାଇଥିବା ଏସିଆ କପରେ ଭାରତ ମହିଳା କ୍ରିକେଟ ଟିମ ୨୦୧୨ ଏବଂ ୨୦୧୬ ମସିହାରେ ଏସିଆ କପ ଟାଇଟଲ ଜିତି ଥିଲା । ହେଲେ ୨୦୧୮ ମସିହାରେ ଟି୨୦ ଫର୍ମାଟରେ ଖେଳାଯାଇଥିବା ଏସିଆ କପରେ ଭାରତ ବାଂଲାଦେଶ ଠାରୁ ପରାସ୍ତ ହୋଇଥିଲା ।

ମହିଳା ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ପ୍ରବେଶ କରିବାର ଯାତ୍ରା ସହଜ ରହିଥିଲା । ତେବେ ଚଳିତ ଥର ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ହାସଲ କରିଥିବା ଟିମ ଇଣ୍ଡିଆ ଏସିଆ କପ ଟାଇଟଲ ହାତେବାରେ ଲକ୍ଷ୍ୟ ରଖିଛି । ଏସିଆ କପର ପ୍ରଥମ ଲିଗ୍ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ରନରେ ପରାସ୍ତ କରିଥିଲା । ଦ୍ବିତୀୟ ଲିଗ ମ୍ୟାଚରେ ମାଲେସିଆକୁ ୩୦ ରନରେ ପରାସ୍ତ କରିଥିଲା ଭାରତ । ତୃତୀୟ ଲିଗ ମ୍ୟାଚରେ UAEକୁ ୧୦୪ ରନରେ ପରାସ୍ତ କରିଥିଲା ୱମେନ ଇନ ବ୍ଲୁ । ହେଲେ ଚତୁର୍ଥ ମ୍ୟାଚରେ ଭାରତ ପାକିସ୍ତାନଠାରୁ ୧୩ ରନରେ ପରାସ୍ତ ହୋଇଥିଲା । ସେହିପରି ପଞ୍ଚମ ଲିଗ ମ୍ୟାଚରେ ବାଂଲାଦେଶକୁ ୫୯ ରନରେ ପରାସ୍ତ କରି ଭାରତ ବିଜୟ ଦ୍ବାରକୁ ଜବରଦସ୍ତ କମବ୍ୟାକ କରିଥିଲା । ଷଷ୍ଠ ଲିଗ ମ୍ୟାଚରେ ଥାଇଲାଣ୍ଡକୁ ୯ ୱିକେଟ ପରାସ୍ତ କରି ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ସେହିପରି ସେମିଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୭୪ ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ହରମନପ୍ରୀତ କୌରଙ୍କ ଦଳ । ଆସନ୍ତାକାଲି ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.