ETV Bharat / sports

Asia Cup: ପ୍ରଥମେ ବ୍ୟାଟିଂ କରିବ ଭାରତ, ରୋହିତଙ୍କୁ ବିଶ୍ରାମ ରାହୁଲ କ୍ୟାପଟେନ୍‌

author img

By

Published : Sep 8, 2022, 7:31 PM IST

Updated : Sep 8, 2022, 7:42 PM IST

Asia Cup 2022 IND vs AFG
Etv BharatAsia Cup: ପ୍ରଥମେ ବ୍ୟାଟିଂ କରିବ ଭାରତ, ରୋହିତଙ୍କୁ ବିଶ୍ରାମ ରାହୁଲ କ୍ୟାପଟେନ୍‌

ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଟସ୍‌ ଜିତି ଆଫଗାନ କ୍ୟାପଟେନ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଦୁବାଇ: ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଟସ୍‌ ଜିତି ଆଫଗାନ(Afghanistan have won the toss) କ୍ୟାପଟେନ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଫାଇନାଲ ରେସ୍‌ରୁ ବାଦ ପଡିବା ପରେ ଶେଷ ସୁପର ୪ ମୁକାବିଲା ଖେଳୁଛି ଭାରତୀୟ ଟିମ । ଫଳରେ ନିୟମିତ କ୍ୟାପଟେନ ରୋହିତଙ୍କ ବଦଳରେ କେଏଲ ରାହୁଲ ଏହି ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଉଛନ୍ତି । ସେହିପରି ଚୁଡାନ୍ତ ଏକାଦଶକୁ ଦିନେଶ କାର୍ତ୍ତିକ ଫେରିଛନ୍ତି ଓ ଦୀପକ ଚହରଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ଚୁଡାନ୍ତ ଏକାଦଶ

ଭାରତ: କେଏଲ ରାହୁଲ(କ୍ୟାପଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଦୀପକ ଚହର, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ।

ଆଫଗାନିସ୍ତାନ: ହଜ୍ରାତୁଲ୍ଲା ଜଜାଇ, ରମମନୁଲ୍ଲା ଗୁରବାଜ(ୱିକେଟ କିପର), ଇବ୍ରାହିମ ଜର୍ଡାନ, ନଜିବୁଲ୍ଲା ଜର୍ଡାନ, ମହମ୍ମଦ ନବି(କ୍ୟାପଟେନ୍‌), କରିମ ଜନତ, ରସିଦ ଖାନ, ଅଜମୁତୁଲ୍ଲା ଓମରଜାଇ, ମୁଜୀବ ଅର ରେହମାନ, ଫରିଦ ଅହମ୍ମଦ ମଲିକ ଓ ଫଜାତହକ୍‌ ଫାରୋକି ।

ସର୍ବାଧିକ ୭ ଥର ଟ୍ରଫି ଜିତିବା ସହ ଏସିଆ କପ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଟିମ ରହିଛି ଟିମ ଇଣ୍ଡିଆ । ମାତ୍ର ଚଳିତ ସଂସ୍କରଣରେ ଲିଗ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ଟିମ । ଫଳରେ ଫାଇନାଲ ଖେଳିବା ଆଶା ଚୁର୍‌ମାର ହୋଇଛି । ଏଥିସହ ଟି୨୦ ବିଶ୍ବକପ ପୂର୍ବରୁ ଏକ ବଡ ଟୁର୍ଣ୍ଣାମେଣ୍ଟ ଜିତିବାର ସ୍ବପ୍ନ ମଧ୍ୟ ଧୂଳିଶାତ୍‌ ହୋଇଛି ।

ଅନ୍ୟପଟେ ଆଫଗାନିସ୍ତାନ ମଧ୍ୟ ସୁପର ୪ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନ ଠାରୁ ପରାସ୍ତ ହେବାପରେ ଫାଇନାଲ୍‌ ରେସ୍‌ରୁ ବାଦ୍‌ ପଡିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଆସନ୍ତା ରବିବାର ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଖେଳାଯିବ । ଉଭୟ ଟିମ ଶେଷ ସୁପର ୪ ମ୍ୟାଚ୍‌ ଖେଳିଥିବା ବାକି ଥିବାବେଳେ ଲଗାତାର ଦୁଇଟି ଲେଖାଏଁ ବିଜୟ ସହ ଫାଇନାଲରେ ସ୍ଥାନ ପକ୍କା କରିସାରିଛନ୍ତି ।

Last Updated :Sep 8, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.