ETV Bharat / sports

ବିଶ୍ବକପ ଫାଇନାଲ ମ୍ୟାଚ୍‌ ମନେପକାଇ ମୋର୍ଗାନଙ୍କୁ ନୈତିକତାର ପାଠ ପଢାଇଲେ ଅଶ୍ବିନ

author img

By

Published : Sep 30, 2021, 6:39 PM IST

ରାଗି ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡର ବିଶ୍ବକପ ବିଜୟୀ କ୍ୟାପଟେନ ଓ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟିମ ସାଉଦିଙ୍କୁ କଡା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ...

Ashwin hits back at England captain Morgan, asks him to "stop taking moral high ground"
ବିଶ୍ବକପ ଫାଇନାଲ ମ୍ୟାଚ୍‌ ମନେପକାଇ ମୋର୍ଗାନଙ୍କୁ ନୈତିକତାର ପାଠ ପଢାଇଲେ ଅଶ୍ବିନ

ଦୁବାଇ: ରାଗି ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡର ବିଶ୍ବକପ ବିଜୟୀ କ୍ୟାପଟେନ ଓ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟିମ ସାଉଦିଙ୍କୁ କଡା ଜବାବ ଦେଇଛନ୍ତି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଉଭୟ ବିଦେଶୀ ଖେଳାଳିଙ୍କ ଉଦ୍ଦେଶ୍ୟରେ ଅଶ୍ବିନ କହିଛନ୍ତି, 'ଅପମାନଜନକ'' ଶବ୍ଦର ବ୍ୟବହାର ଓ ସ୍ପିରିଟ୍‌ ଅଫ କ୍ରିକେଟ(କ୍ରିକେଟ ଭାବନା)ର ନୀତିବାଣୀ ଶୁଣାଇବା ବନ୍ଦ କରନ୍ତୁ ।

ଏକ ଆଇପିଏଲ ମ୍ୟାଚ୍‌ରେ ଏକ ଅତିରିକ୍ତ ରନ୍‌ ନେବା ନେଇ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଶ୍ବିନ ଓ KKR କ୍ୟାପେଟନ ଇଆନ ମୋର୍ଗାନ ।

  • 1. I turned to run the moment I saw the fielder throw and dint know the ball had hit Rishabh.
    2. Will I run if I see it!?
    Of course I will and I am allowed to.
    3. Am I a disgrace like Morgan said I was?
    Of course NOT.

    — Mask up and take your vaccine🙏🙏🇮🇳 (@ashwinravi99) September 30, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର କୋଲକାତା ନାଇଟ ରାଇଡର୍ସ(KKR) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସମୟରେ ଅଶ୍ବିନ, ଏକ ଅତିରିକ୍ତ ନେବାକୁ ଚାହିଁଥିଲେ । ଡିପ୍‌ରେ ଫିଲ୍ଡିଂ କରୁଥିବା ରାହୁଲ ତ୍ରିପାଠୀଙ୍କ ଥ୍ରୋ ଅଶ୍ବିନଙ୍କ ପାର୍ଟନର ଋଷଭ ପନ୍ତଙ୍କ ଶରୀରରେ ଲାଗିବା ସହ ଅନ୍ୟତ୍ର ଚାଲିଯାଇଥିଲା । ଫଳରେ ଓଭର ଥ୍ରୋ ରନ୍‌ ପାଇଁ ଅଶ୍ବିନ ଓ ପନ୍ତ ଦୌଡିଥିଲେ ।

ଏପରି ଘଟଣାରେ MCC ନିୟମ ଅନୁଯାୟୀ, ରନ୍‌ ପାଇଁ ଅନୁମତି ଥିବାବେଳେ ଇଂଲଣ୍ଡ କ୍ୟାପଟେନ ମୋର୍ଗାନ ଅଶ୍ବିନଙ୍କୁ ଅପମାନଜନକ ଶବ୍ଦ କହିଥିଲେ ଓ 'ସ୍ପିରିଟ୍‌ ଅଫ୍‌ କ୍ରିକେଟ୍' ନିୟମର ଉଲଂଘନ ବୋଲି ଅଭିଯୋଗ କରିଥିଲେ । ପର ୱିକେଟ କିପର ଥିବା ଦିନେଶ କାର୍ତ୍ତିକ ଉଭୟଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

  • Give your heart and soul on the field and play within the rules of the game and shake your hands once the game is over.

    The above is the only ‘spirit of the game’ I understand.

    — Mask up and take your vaccine🙏🙏🇮🇳 (@ashwinravi99) September 30, 2021 " class="align-text-top noRightClick twitterSection" data=" ">

ଆଇପିଏଲର ଏହି ଘଟଣା ୨୦୧୯ କ୍ରିକେଟ ବିଶ୍ବକପ ଫାଇନାଲରେ ଘଟିଥିବା ଘଟଣାକୁ ଜୀବନ୍ତ କରିଛି । ୱିକେଟ କିପରଙ୍କ ନିକଟକୁ ନ୍ୟୁଜିଲାଣ୍ଡର ଫିଲ୍ଡର ଥ୍ରୋ କରୁଥିବେଳେ, ରନ୍‌ ପାଇଁ ପ୍ରୟାସ କରୁଥିବା ବେନ ଷ୍ଟୋକ୍ସଙ୍କ ଦେହରେ ଥ୍ରୋ ବାଜିଥିଲା । ଷ୍ଟୋକ୍ସଙ୍କ ଶରୀରରେ ଲାଗିବା ପରେ ସିଧା ବାଉଣ୍ଡ୍ରୀ ବାହାରକୁ ଚାଲିଯାଇଥିଲା । ଫଳରେ ଅମ୍ପାୟର ଏହାକୁ ଓଭର ଥ୍ରୋ ୪ ରନ୍‌ ବୋଲି ଘୋଷଣା କରିବାପରେ ଇଂଲଣ୍ଡ ବିଶ୍ବକପ ବିଜେତା ହୋଇଥିଲା ।

ମଙ୍ଗଳବାର ସାଉଦୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହାପରେ ସାଉଦୀ, ସିନିୟର ଭାରତୀୟ କ୍ରିକେଟର ଅଶ୍ବିନଙ୍କ ଉଦ୍ଦେଶ୍ୟରେ କହିଥିଲେ "ଯେତେବେଳେ ତୁମେ ଠକିବ, ଏପରି ଘଟିବ" ।

  • Do not confuse them by telling them that you will be termed a good person if you refuse the run or warn the non striker, because all these people who are terming you good or bad have already made a living or they are doing what it takes to be successful elsewhere.

    — Mask up and take your vaccine🙏🙏🇮🇳 (@ashwinravi99) September 30, 2021 " class="align-text-top noRightClick twitterSection" data=" ">

ଏହାର ଉତ୍ତରରେ ଏକାଧିକ ଟ୍ବିଟ କରିବା ସହ ଅଶ୍ବିନ ସ୍ପଷ୍ଟ କରିଛନ୍ତି ଯେ, ଯଦି ବଲ୍‌ ଫିଲ୍ଡରଙ୍କ ଶରୀରରେ ଲାଗେ ସେ ନିଶ୍ଚୟ ରନ୍‌ ପାଇଁ ଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.