ETV Bharat / sports

ଚକଦା ଏକ୍ସପ୍ରେସକୁ ଏମିତି କହିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

author img

By

Published : Aug 31, 2022, 12:23 PM IST

ଚକଦା ଏକ୍ସପ୍ରେସକୁ ନେଇ ଅନୁଷ୍କା କହିଲେ କ୍ରିକେଟ ଦୁନିଆରେ ଆଖି ଖୋଲିଛି
ଚକଦା ଏକ୍ସପ୍ରେସକୁ ନେଇ ଅନୁଷ୍କା କହିଲେ କ୍ରିକେଟ ଦୁନିଆରେ ଆଖି ଖୋଲିଛି

ଝୁଲଣ ଗୋସ୍ବାମୀଙ୍କ ଆତ୍ମ ଜୀବନୀକୁ ନେଇ ଅନୁଷ୍କା ଶର୍ମାଙ୍କର 'ଚକଦା ଏକ୍ସପ୍ରେସ' ଆସୁଛି । ଏନେଇ ଅନୁଷ୍କା ଶର୍ମା କହିଛନ୍ତି ତାଙ୍କର ଆସୁଥିବା 'ଚକଦା ଏକ୍ସପ୍ରେସ' ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର ଅଟେ । କାରଣ ସେ ଏଠାରେ ମହିଳା କ୍ରିକେଟ ଦୁନିଆକୁ ପରିଚିତ କରିଛନ୍ତି । ଏହା ସହିତ ସେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଅବତାରରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିକଟରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଥିଲେ । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିବାରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କର ରେକର୍ଡ ରହିଛି । ତାଙ୍କ ଆତ୍ମ ଜୀବନୀକୁ ଅନୁଷ୍କା ଶର୍ମା 'ଚକଦା ଏକ୍ସପ୍ରେସ' ମାଧ୍ୟମରେ ପରଦାରେ ଉପସ୍ଥାପନ କରିବେ । ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଚକଦା ଏକ୍ସପ୍ରେସ' ପାଇଁ ପ୍ରସ୍ତୁତି ଶେଷ କରୁଛନ୍ତି ।

ଏନେଇ ଅନୁଷ୍କା ଶର୍ମା କହିଛନ୍ତି ତାଙ୍କର ଆସୁଥିବା 'ଚକଦା ଏକ୍ସପ୍ରେସ' ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର ଅଟେ । କାରଣ ସେ ଏଠାରେ ମହିଳା କ୍ରିକେଟ ଦୁନିଆକୁ ପରିଚିତ କରିଛନ୍ତି । ଏହା ସହିତ ସେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ ଜାରି ରଖିଛନ୍ତି । ଯେଉଁଥିରେ ସେ ଝୁଲଣ ଗୋସ୍ବାମୀଙ୍କର ରୋଲ ପ୍ଲେ କରୁଛନ୍ତି । ପ୍ରୋସିତ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

ଏକ ଭିଡିଓ ଜରିଆରେ ସେ କହିଛନ୍ତି "ମୁଁ ଅନୁଷ୍କା ଶର୍ମା । ଯିଏକି ବର୍ତ୍ତମାନ 'ଚକଦା ଏକ୍ସପ୍ରେସ' ନାମକ ଏକ ସ୍ବତନ୍ତ୍ର ଫିଲ୍ମ ପାଇଁ ୟୁନାଇଟେଡ କିଙ୍ଗଡମ ଲିଡ୍ସର ଏକ କ୍ରିକେଟ ମଇଦାନରେ ପ୍ରଶିକ୍ଷଣ ନେଉଛି । ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମାୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ମୁଁ ତାଙ୍କର ଭୂମିକା ନିଭାଉଛି । ମୁଁ ଏହାର ସ୍କ୍ରିପ୍ଟ ଦେଖିବା ପରେ ଚକିତ ହୋଇଯାଇଥିଲି । ଏହା ମୋ ପାଇଁ ମହିଳା କ୍ରିକେଟ ଦୁନିଆରେ ଆଖି ଖୋଲିଲା ଭଳି ସ୍ଥିତି ରହିଥିଲା । ଖାଲି ମୋ ପାଇଁ ନୁହେଁ ଆପଣ ସମସ୍ତଙ୍କ ପାଇଁ ମଧ୍ୟ ଏହିପରି ଅନୁଭୂତି ହେବ । 'ଚକଦା ଏକ୍ସପ୍ରେସ' ଝୁଲଣ ଗୋସ୍ବାମୀଙ୍କର ଜୀବନ ଯାତ୍ରା ବିଷୟରେ ସୂଚନା ଦେବ । ଭାରତ ପାଇଁ କ୍ରିକେଟ ଖେଳିବାକୁ ନିଜ ସ୍ବପ୍ନକୁ ପୁରା କରିବା ପାଇଁ ବିଭିନ୍ନ ଖରାପ ପରିସ୍ଥିତିକୁ ସାମ୍ନା କରି ସେ ସଫଳତାର ପାହାଚ ଚଢିଛନ୍ତି ।"

ଝୁଲଣ ଗୋସ୍ବାମୀ 201ଟି ଦିନିକିଆ ମ୍ୟାଚ ଖେଳି 252ଟି ୱିକେଟ ନେଇଛନ୍ତି । ସେ ମହିଳା ଦିନିକିଆ ବିଶ୍ବକପରେ ମଧ୍ୟ ସର୍ବାଧିକ ୱିକେଟ ନେଇଛନ୍ତି । ବିଶ୍ବକପରେ 34ଟି ମ୍ୟାଚରେ 43ଟି ୱିକେଟ ନେଇଛନ୍ତି । ଏହାସହ ସେ ବିଶ୍ବକପରେ ଦୁଇଥର 4ଟି ୱିକେଟ ନେଇଛନ୍ତି । ସେହିପରି ସେ 12ଟି ଟେଷ୍ଟ ମ୍ୟାଚ ଖେଳି 44 ୱିକେଟ ନେଇଥିବାବେଳେ, 68ଟି ଟି20 ଖେଳି 56ଟି ୱିକେଟ ନେଇଛନ୍ତି । ଆଗକୁ ଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଝୁଲଣ ତାଙ୍କର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.