ETV Bharat / sports

T20 World Cup: ଇଂଲଣ୍ଡ ଫେବରେଟ୍ କହିଲେ ପୂର୍ବତନ ପାକ୍ ଅଧିନାୟକ ମୁସ୍ତାକ ମହମ୍ମଦ

author img

By

Published : Nov 12, 2022, 10:09 PM IST

ahead of T20 World Cup final match former Pakistan skipper Mushtaq Mohammad said England is better side
T20 World Cup 2022 Final Match: ଇଂଲଣ୍ଡ ଅଧିକ ଶକ୍ତିଶାଳୀ କହିଲେ ପୂର୍ବତନ ପାକ୍ ଅଧିନାୟକ ମୁସ୍ତାକ ମହମ୍ମଦ

ଆସନ୍ତାକାଲି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଚଳିତ ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଏହି ନିର୍ଣ୍ଣାୟକ ମୁକାବିଲା ଖେଳାଯିବ । ତେବେ ଏହା ପୂର୍ବରୁ ପାକିସ୍ତାନ ଅପେକ୍ଷା ଇଂଲଣ୍ଡ ଦଳ ଅଧିକ ଶକ୍ତିଶାଳୀ ବୋଲି ଇଟିଭି ଭାରତକୁ ସାକ୍ଷାତକାର ଅବସରରେ କହିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ମୁସ୍ତାକ ମହମ୍ମଦ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଆସନ୍ତାକାଲି ଖେଳାଯିବ ଚଳିତ ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ୍‌ । ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଏହି ନିର୍ଣ୍ଣାୟକ ମୁକାବିଲା ଖେଳାଯିବ । ତେବେ ଏହା ପୂର୍ବରୁ ଇଟିଭି ଭାରତକୁ ଏକ ସାକ୍ଷାତକାରରେ ଉଭୟ ଦଳ ବିଷୟରେ ମତ ରଖିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ମୁସ୍ତାକ ମହମ୍ମଦ । ପାକିସ୍ତାନ ଅପେକ୍ଷା ଇଂଲଣ୍ଡ ଦଳ ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି ।

କୁହାଯାଏ ଇତିହାସର ପୁନରାବୃତ୍ତି ଘଟେ । ପୂର୍ବରୁ ୧୯୯୨ ମସିହାରେ ସମାନ ଗ୍ରାଉଣ୍ଡରେ (ମେଲବୋର୍ଣ୍ଣ) ଦିନିକିଆ ବିଶ୍ବକପ (ODIs World Cup) ଫାଇନାଲ ଖେଳିବାକୁ ଓହ୍ଲାଇଥିଲେ ପାକିସ୍ତାନ ଓ ଇଂଲଣ୍ଡ । ଏଥିରେ ୨୨ ରନରେ ଇଂଲଣ୍ଡକୁ ହରାଇ ବିଶ୍ବ ବିଜେତା ବନିଥିଲା ପାକିସ୍ତାନ । ତେବେ ଏହାପରେ ପ୍ରଥମ ଥର ପାଇଁ ପୁଣିଥରେ ଏହି କ୍ରିକେଟ ଗ୍ରାଉଣ୍ଡରେ ଟି୨୦ ବିଶ୍ବକପର ଫାଇନାଲରେ ପରସ୍ପରକୁ ଭେଟିବେ ଉଭୟ ଦଳ । ଏନେଇ ଇତିହାସର ପୁନରାବୃତ୍ତି ଘଟିପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ମୁସ୍ତାକ ମୋହମ୍ମଦ ନିଜର ମତ ରଖିଛନ୍ତି । ବର୍ତ୍ତମାନ ସମୟରେ ପାକିସ୍ତାନ ଅପେକ୍ଷା ଇଂଲଣ୍ଡ ଦଳ ଅଧିକ ଶକ୍ତିଶାଳୀ ବୋଲି ଇଟିଭି ଭାରତକୁ ସାକ୍ଷାତକାର ଅବସରରେ କହିଛନ୍ତି ପୂର୍ବତନ ପାକିସ୍ତାନୀ ଅଧିନାୟକ ।

ବିଶ୍ବକପର ଫାଇନାଲ ମୁକାବିଲା ପୂର୍ବରୁ ଉଭୟ ଦଳ ବିଷୟରେ ନିଜର ମତ ରଖିବାକୁ ଯାଇ ମୁସ୍ତାକ ମହମ୍ମଦ କହିଛନ୍ତି, "ବର୍ତ୍ତମାନ ସମୟରେ ବିଶ୍ବରେ ଇଂଲଣ୍ଡ ହେଉଛି ସବୁଠାରୁ ଶକ୍ତିଶାଳୀ ଦଳ । ଇଂରାଜୀ ଦଳର କ୍ରିକେଟ ଖେଳିବାର ସାମର୍ଥ୍ୟ ଯୋଗୁଁ ସେମାନେ ଫାଇନାଲ ମୁକାବିଲାରେ ପହଞ୍ଚି ପାରିଛନ୍ତ । କିନ୍ତୁ ପାକିସ୍ତାନ ଭାଗ୍ୟଶାଳୀ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । କାରଣ ବିଶ୍ବକପ ଅଭିଯାନ ଆରମ୍ଭରୁ ପାକ୍‌ ଦଳର ପ୍ରଦର୍ଶନ ଭଲ ନଥିଲା । ଯଦିଓ ପରବର୍ତ୍ତୀ ସମୟରେ ଦଳ ଲୟକୁ ଫେରିଥିଲା, କିନ୍ତୁ ନେଦରଲାଣ୍ଡର ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାକିସ୍ତାନ ସପକ୍ଷରେ ଯାଇଥିଲା ।"

ତେବେ ୧୯୯୨ ଦିନିକିଆ ବିଶ୍ବକପ ଓ ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନର ଯାତ୍ରା ମଧ୍ୟରେ ସମାନତା ରହିଥିବା ନେଇ ସେ କହିଛନ୍ତି, "ପାକିସ୍ତାନ ଦଳକୁ ୧୯୯୨ ବିଶ୍ବକପ ସମୟ ଭଳି ଏଥର ମଧ୍ୟ ଭାଗ୍ୟ ସାଥ ଦେଉଛି । ସେତେବେଳେ ମଧ୍ୟ ପାକିସ୍ତାନ ବିଶ୍ବକପ ଅଭିଯାନରୁ ବାହାର ହେବା ପରିସ୍ଥିତିରେ ରହିଥିଲା । ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିରେ ବିଜୟ ଲାଭ କରି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଏଭଳି ଦେଖିବାକୁ ଗଲେ ଇତିହାସର ପୁନରାବୃତ୍ତି ଘଟିପାରେ ।" ତେବେ ପାକିସ୍ତାନ ଅପେକ୍ଷା କ୍ରିକେଟର ସମସ୍ତ କ୍ଷେତ୍ରରେ ଇଂଲଣ୍ଡ ଦଳ ଅଧିକ ଶକ୍ତିଶାଳୀ ଓ ପାକିସ୍ତାନକୁ ଏହି ବିଶ୍ବକପ ଜିତିବା ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.