ETV Bharat / sports

T20 World Cup: ଆଡିଲେଡ୍ ପାଣିପାଗ ରିପୋର୍ଟ, ବର୍ଷାରେ ଧୋଇଯିବ ଭାରତ-ବାଂଲାଦେଶ ମ୍ୟାଚ !

author img

By

Published : Nov 1, 2022, 10:58 PM IST

T20 World Cup : ଆଡିଲେଡ୍ ପାଣିପାଗ ରିପୋର୍ଟ
T20 World Cup : ଆଡିଲେଡ୍ ପାଣିପାଗ ରିପୋର୍ଟ

ବାଂଲାଦେଶ ବିପକ୍ଷ ମ୍ୟାଚ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ସେପଟେ ଆଡିଲେଡରେ ୬୦ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ

ଆଡିଲେଡ : ଆଡିଲେଡରେ ୬୦ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶକ୍ତିଶାଳୀ ଟିମ୍ ପାଇଁ ବିଜୟ ରାସ୍ତାରେ ଖଳନାୟକ ସାଜୁଛି ବର୍ଷା । ଯାହା ଫଳରେ ପଏଣ୍ଟ ଟେବୁଲରେ ସମୀକରଣ ଓଲଟ ପାଲଟ ହେଉଛି । ସୁପର ୧୨ ପର୍ଯ୍ୟାୟରେ ଭାରତ ଆଉ ଦୁଇଟି ମ୍ୟାଚ ଖେଳିବ । ଭାରତକୁ ସେମିଫାଇନାଲ ଟିକଟ୍ ହାତେଇବା ପାଇଁ ଏହି ଦୁଇଟି ମ୍ୟାଚରେ ବିଜୟ ଲାଭ କରିବାକୁ ପଡିବ । ଯଦି ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହେଉଛି ତାହେଲେ ଭାରତ ପାଇଁ ଅଡୁଆ ହୋଇପାରେ । କାରଣ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହେବା ସହିତ ୨ ପଏଣ୍ଟରେ କ୍ଷତି ଘଟିଛି ।

ଆସନ୍ତାକାଲି (ବୁଧବାର) ଆଡିଲେଡରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ମ୍ୟାଚ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ମ୍ୟାଚ ଭାରତୀୟ ସମୟ ୧.୩୦ PM ରେ ଆଡିଲେଡରେ ଖେଳାଯିବ । ତେବେ ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆସନ୍ତାକାଲି ତଥା ନଭେମ୍ବର ୨ ତାରିଖରେ ୬୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଏହା ବି କୁହାଯାଇଛି ଯେ ଆକାଶରେ ବାଦଲ ରହିବ । ସେଠାକାର ସ୍ଥାନୀୟ ସମୟ ଅନୁସାରେ ଭାରତ ଏହି ମ୍ୟାଚ ସନ୍ଧ୍ୟା ୬.୩୦ ମିନିଟରେ ଆରମ୍ଭ ହେବ । ଯଦି ବର୍ଷା ଜାରି ରୁହେ ତାହେଲେ ମ୍ୟାଚ ବାତିଲ ହୋଇପାରେ । ମ୍ୟାଚ ବାତିଲ ହେଲେ ଭାରତକୁ ସେମିଫାଇନାଲରେ ପ୍ରବେଶ ପାଇଁ ମୁସ୍କିଲ ହୋଇପାରେ ।

T20 World Cup : ଆଡିଲେଡ୍ ପାଣିପାଗ ରିପୋର୍ଟ
T20 World Cup : ଆଡିଲେଡ୍ ପାଣିପାଗ ରିପୋର୍ଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.