ETV Bharat / sports

2013 ଚମ୍ପିଆନ୍ସ ଟ୍ରଫି ବିଜୟକୁ ପୁରିଲା 8 ବର୍ଷ

author img

By

Published : Jun 23, 2021, 4:57 PM IST

8 years completed to 2013 icc champions trophy win
8 years completed to 2013 icc champions trophy win

8 ବର୍ଷ ପୂର୍ବେ ଆଜିର ଦିନରେ ଭାରତ ରଚିଥିଲା ଇତିହାସ । 2013 ମସିହା ଜୁନ 23 ତାରିଖରେ ଇଂଲଣ୍ଡକୁ ମାତ ଦେଇ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା ଭାରତ । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: 8 ବର୍ଷ ପୂର୍ବେ ଆଜିର ଦିନରେ ଭାରତ ରଚିଥିଲା ଇତିହାସ । 2013 ମସିହା ଜୁନ 23 ତାରିଖରେ ଇଂଲଣ୍ଡକୁ ମାତ ଦେଇ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା ଭାରତ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ 50 ଓଭର ପରିବର୍ତ୍ତେ 20 ଓଭର ଖେଳ ହୋଇଥିଲା । ରୋମାଞ୍ଚକର ସ୍ଥିତିରେ ମ୍ୟାଚ ବିଜୟୀ ହୋଇଥିଲା ଭାରତ ।

ମ୍ୟାଚରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଇଂଲଣ୍ଡ ଅଧିନାୟକ ଆଲିଷ୍ଟର କୁକ । ଭାରତକୁ ଏକ ଭଲ ଆରମ୍ଭ ଦେଇ ପାରିନଥିଲେ ଓପନର । ରୋହିତ ଶର୍ମା କେବଳ 9 ରନ କରି ପାଭେଲିୟନ ଫେରିଥିଲେ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଓ ଶିଖର ଧୱନ ଦ୍ୱିତୀୟ ୱିକେଟ ପାଇଁ 31 ରନ ଯୋଡ଼ି ଥିଲେ ।

ତେବେ ରବି ବୋପାରାଙ୍କ ବଲରେ ଶିଖର ଧୱନ ଆଉଟ ହୋଇଥିଲେ । ଏହାପରେ ସୁରେଶ ରାଇନା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ବୋପାରାଙ୍କ ଶିକାର ହୋଇ ପାଭେଲିୟନ ଫେରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ 43 ରନ କରିଥିଲେ । ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ 33 ରନ ଯୋଡ଼ି ଥିଲେ ।

ଭାରତ 7 ୱିକେଟ ହରାଇ ନିର୍ଦ୍ଧାରିତ 20 ଓଭରରେ 129 ରନ କରିଥିଲା । 130 ରନ ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ଇଂଲଣ୍ଡ । ମାତ୍ର 8.4 ଓଭରରେ 4ଟି ୱିକେଟ ହରାଇଥିଲା ଘରୋଇ ଦଳ । ତେବେ ପଞ୍ଚମ ୱିକେଟ ପାଇଁ ଇଅନ ମୋର୍ଗାନ ଓ ରବି ବୋପାରା ସ୍କୋରବୋର୍ଡରେ 64 ରନ ଯୋଡ଼ିଥିଲେ ।

ତେବେ ଅଭିଜ୍ଞ ଇଶାନ୍ତ ଶର୍ମା ବଲରେ ଇଅନ ମୋର୍ଗାନ କଓ ରବି ବୋପାରା ଆଉଟ ହୋଇଥିଲେ । 5 ରନରେ ଭାରତ ଏହି ମ୍ୟାଚକୁ ହାତେଇଥିଲା । ଫଳରେ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱର ପ୍ରଥମ ଏଭଳି ଅଧିନାୟକ ହୋଇ ପାରିଥିଲେ ଯିଏ ଆଇସିସିର ତିନୋଟି ପ୍ରମୁଖ ଫର୍ମାଟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ । ଏଥିରେ ଟି-20 ବିଶ୍ୱକପ 2007, ବିଶ୍ୱକପ 2011 ଓ ଆଇସିସି ଚମ୍ପିଆନ୍ସ ଟ୍ରଫି 2013 ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.