ETV Bharat / sports

ଇଶାନ କିଶାନଙ୍କ ମାଇଲଷ୍ଟୋନ, ବାଂଲାଦେଶ ବିପକ୍ଷରେ ହାସଲ କଲେ ଦ୍ରୁତତମ ଦ୍ୱିଶତକ

author img

By

Published : Dec 10, 2022, 3:12 PM IST

ଇଶାନ କିଶାନଙ୍କ ମାଇଲଷ୍ଟୋନ, ବାଂଲାଦେଶ ବିପକ୍ଷରେ ହାସଲ କଲେ ଦ୍ରୁତତମ ଦ୍ବିଶତକ
ଇଶାନ କିଶାନଙ୍କ ମାଇଲଷ୍ଟୋନ, ବାଂଲାଦେଶ ବିପକ୍ଷରେ ହାସଲ କଲେ ଦ୍ରୁତତମ ଦ୍ବିଶତକ

। ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ରୁତତମ ଦ୍ବିଶତକ ହାସଲ କରିଛନ୍ତି ଏହି ବାମହାତି ବ୍ୟାଟର । ତାଙ୍କର ଏହି ଉପଲବ୍ଧି ପରେ ସେ ଦ୍ବିଶତକୀୟ ରନ କରିବାରେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇତିହାସ ରଚିଲେ ଇଶାନ କିଶାନ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ରୁତତମ ଦ୍ବିଶତକ ହାସଲ କରିଛନ୍ତି ଏହି ବାମହାତି ବ୍ୟାଟର । ତାଙ୍କର ଏହି ଉପଲବ୍ଧି ପରେ ସେ ଦ୍ବିଶତକୀୟ ରନ କରିବାରେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇପାରିଛନ୍ତି । ଏହା ସହିତ ଷ୍ଟାର ବ୍ୟାଟର ତଥା ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟରୁ ମଧ୍ୟ ଆଜି ଶତକୀୟ ଇନିଂଶ ଦେଖିବାକୁ ମିଳିଛି ।

  • 𝟐𝟎𝟎 𝐑𝐔𝐍𝐒 𝐅𝐎𝐑 𝐈𝐒𝐇𝐀𝐍 𝐊𝐈𝐒𝐇𝐀𝐍 🔥🔥

    𝐖𝐡𝐚𝐭 𝐚 𝐬𝐞𝐧𝐬𝐚𝐭𝐢𝐨𝐧𝐚𝐥 𝐝𝐨𝐮𝐛𝐥𝐞 𝐡𝐮𝐧𝐝𝐫𝐞𝐝 𝐭𝐡𝐢𝐬 𝐡𝐚𝐬 𝐛𝐞𝐞𝐧.

    He is the fourth Indian to do so. Take a bow, @ishankishan51 💥💥#BANvIND pic.twitter.com/Mqr2EdJUJv

    — BCCI (@BCCI) December 10, 2022 " class="align-text-top noRightClick twitterSection" data=" ">

ମାତ୍ର ୧୨୬ ବଲରେ ଇଶାନ କିଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ବାଂଲଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ସେ ୨୧୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହିତ ସହିତ ୨୧୦ ରନର ପାଳି ଖେଳିଛନ୍ତି । ଇଶାନ କିଶାନ ଓ ଶିଖର ଧାୱନ ଓପନିଂ ପାଇଁ ଆସିଥିଲେ । ୩ ରନ କରି ଧାୱନ ଆଉଟ ହୋଇଯାଇଥିବା ବେଳେ ଇଶାନ କିଶାନ ଆରମ୍ଭରୁ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ । ୮୬ ବଲରୁ ସେ ଶତକ ହାସଲ କରିଥିଲେ । ଏହା ପରେ ସେ କ୍ରିଜରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଷ୍ଟାଡିୟମରେ ଚୌକା ଛକାର ବର୍ଷାରେ ସେ ଦ୍ବିଶତକ ହାସଲ କରିଥିଲେ । ଏହା ହେଉଛି ବିଶ୍ବର ପ୍ରଥମ ଦ୍ରୁତତମ ଦ୍ବିଶତକ । ଏହା ସହିତ ବିରାଟ କୋହଲି ମଧ୍ୟ ନିଜର ଦମଦାର ପ୍ରଭାବଶାଳୀ ବ୍ୟାଟିଂ ଶତକ ହାସଲ କରିଛନ୍ତି । ସେ ୯୧ ବଲରୁ ୧୧ ଟି ଚୌକା ଓ ୨ ଟି ଛକା ସହିତ ୧୧୩ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି ।

ଦ୍ବିଶତକ ହାସଲ କରିଥିବା ଭାରତୀୟ

ରୋହିତ ଶର୍ମା - ୨୬୪

ବିରେନ୍ଦ୍ର ସେହ୍ବାଗ - ୨୧୯

ଇଶାନ କିଶାନ - ୨୧୦

ରୋହିତ ଶର୍ମା - ୨୦୮ ଅପରାଜିତ

ସଚିନ ତେନ୍ଦୁଲକର - ୨୦୦ ଅପରାଜିତ

ବିରାଟ କୋହଲିଙ୍କ ସହିତ ପାର୍ଟନରସିପ

ବିରାଟ କୋହଲି ଓ ଇଶାନ କିଶାନଙ୍କ ପାର୍ଟନରସିପ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି । ଉଭୟଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୯୦ ରନ ସଂଗ୍ରହ କରିଥିଲା । ଏହା ପୂର୍ବରୁ ସଚିନ ଓ ଦ୍ରାବିଡଙ୍କ ପାର୍ଟନରସିପରେ ୧୯୯୯ ମସିହାରେ ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୩୧ ରନ ସଂଗ୍ରହ ହୋଇଥିଲା । ସେହିପରି ସେହି ବର୍ଷମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଗାଙ୍ଗୁଲି ଓ ଦ୍ରାବିଡଙ୍କ ଯୋଡି ୩୧୮ ରନର ପାର୍ଟନରସିପ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.