ETV Bharat / sports

INDvsBAN 1st Test : ଟେଷ୍ଟ କ୍ରିକେଟରେ ପ୍ରଥମ ଶତକୀୟ ଇନିଂସ ଖେଳିଲେ ଗିଲ୍

author img

By

Published : Dec 16, 2022, 4:59 PM IST

INDvsBAN 1st Test : ଟେଷ୍ଟ କ୍ରିକେଟରେ ପ୍ରଥମ ଶତକୀୟ ଇନିଂସ ଖେଳିଲେ ଗିଲ୍
INDvsBAN 1st Test : ଟେଷ୍ଟ କ୍ରିକେଟରେ ପ୍ରଥମ ଶତକୀୟ ଇନିଂସ ଖେଳିଲେ ଗିଲ୍

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କଲେ ଶୁଭମନ ଗିଲ । ଅଧିକ

ହାଇଦ୍ରାବାଦ : କମାଲ କଲେ ଯୁବ ବ୍ୟାଟର ଶୁଭମନ ଗିଲ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ହାସଲ କଲେ ଶତକ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ( Shubman Gill 1st Test century) । ଭାରତ ବାଂଲାଦେଶ ମଧ୍ୟ ପ୍ରଥମ ଟେଷ୍ଟ ମ୍ୟାଚ୍ ଜାରି ରହିଛି । ଟେଷ୍ଟର ତୃତୀୟ ଦିନରେ ଗିଲ ଟେଷ୍ଟ କ୍ରିକେଟରେ ପ୍ରଥମ ତିନି ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି । ହେଲେ ଶତକ ହାସଲ ପରେ ଗିଲ ମେହିଦି ହାସନ ମିରାଜଙ୍କ ବଲରେ ଶିକାର ହୋଇ ପାଭଲିୟନ ଲେଉଟିଥିଲେ । ସେ ୧୧୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ଗିଲ୍ ୧୫୨ ବଲରୁ ୧୦ଟି ଚୌକା ଓ ୩ଟି ଛକା ବଳରେ ୧୧୦ ରନ୍‌ କରିଥିଲେ ।

ବର୍ଷ ୨୦୨୨ ଗିଲଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ବର୍ଷ ୨୦୨୨ରେ ଏହି ଯୁବ ବ୍ୟାଟର କ୍ରିକେଟର ଦୁଇଟି ଫର୍ମାଟରେ ପ୍ରଥମ ଶତକ ହାସଲ କରିଛନ୍ତି । ଅଗଷ୍ଟ ମାସରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଦିନିକିଆରେ ଗିଲ ୧୩୦ ରନର ଶତକୀୟ ଇନିଂସ ଖେଳିଥିଲେ । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଏହା ଥିଲା ତାଙ୍କର ପ୍ରଥମ ଶତକ । ସେହିପରି ଭାବରେ ଟେଷ୍ଟ କ୍ରିକେଟରେ ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କ କ୍ୟାରିଅରର ପ୍ରଥମ ଶତକ ହାସଲ କରିଛନ୍ତି ।

ପ୍ରଥମ ଇନିଂସରେ ଗିଲ ଓପନିଂ କରିବାକୁ ଆସି ମାତ୍ର ୨୦ ରନ କରି ପାଭଲିୟନ ଲେଉଟିଥିଲେ । ଦ୍ବିତୀୟ ଇନିଂସରେ ସେ କ୍ରିଜରେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିବାକୁ ସଫଳ ହୋଇଛନ୍ତି । ଗିଲ୍ ବର୍ଷ ୨୦୨୦ ଡିସେମ୍ବର ୨୬ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୧୨ଟି ଟେଷ୍ଟ୍‌ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ତାଙ୍କ ଖାତାରେ ୭୦୯ ରନର ରହିଛି । ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.