ETV Bharat / sports

Tokyo Olympics: ସେମିରେ ଅଟକିଲେ ସିନ୍ଧୁ, ରବିବାର ବ୍ରୋଞ୍ଜ ଲଢେଇ

author img

By

Published : Jul 31, 2021, 4:52 PM IST

Updated : Jul 31, 2021, 5:30 PM IST

Tokyo Olympics: ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମିଫାଇନାଲରେ ହାରିଗଲେ ସିନ୍ଧୁ
Tokyo Olympics: ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲମ୍ପିକ୍‌ର ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମିଫାଇନାଲରେ ପିଭି ସିନ୍ଧୁ ପରାସ୍ତ । ରବିବାର ବ୍ରୋଞ୍ଜ ପାଇଁ ଲଢେଇ କରିବେ । ଅଧିକ ପଢନ୍ତୁ...

ଟୋକିଓ: ଭାରତୀୟ ସର୍ଟଲର ପିଭି ସିନ୍ଧୁ ଚଳିତ ଟୋକିଓ ଅଲମ୍ପିକରେ ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ଆଣି ଫେରିବା ଆଶା ମଉଳିଯାଇଛି । ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚରେ ଚାଇନିଜ ତାଇପେଇର ତାଇ ଜୁ-ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଜୁ-ୟିଙ୍ଗ୍‌ ୨୧-୧୮, ୨୧-୧୨ ସିଧାସଳଖ ସେଟ୍‌ରେ ସିନ୍ଧୁଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ତେବେ ସେମିରେ ପରାଜୟ ପରେ ରବିବାର ସିନ୍ଧୁ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବେ ।

କ୍ବାର୍ଟର ଫାଇନାଲ ପରି ସେମିରେ ମଧ୍ୟ ସିନ୍ଧୁଙ୍କୁ ଗୋଟିଏ ଗୋଟିଏ ପଏଣ୍ଟ ପାଇଁ କଡା ସଂଘର୍ଷର ସାମ୍ନା କରିବାକୁ ପଡିଥିଲା । ତେବେ ପ୍ରଥମ ସେଟ୍‌କୁ ୧୮-୨୧ରେ ହାରିବା ପରେ ସିନ୍ଧୁଙ୍କ ପାଇଁ ମ୍ୟାଚକୁ ଫେରିବା କଷ୍ଟକର ହୋଇ ପଡିଥିଲା । ଦ୍ବିତୀୟ ସେଟ୍‌ରେ ବିଜୟ ପାଇଁ ସମସ୍ତ ପ୍ରୟାସ ସତ୍ତ୍ବେ ନିରାଶ ହୋଇଥିଲେ ସିନ୍ଧୁ ।

ସଂପୂର୍ଣ୍ଣ ମ୍ୟାଚ ୪୦ ମିନିଟ୍‌ ଧରି ଖେଳାଯାଇଥିଲା । ସିନ୍ଧୁ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ସେମିରେ ପରାଜୟକୁ ରୋକିପାରିନଥିଲେ ।

ପୂର୍ବରୁ ଶୁକ୍ରବାର, ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲ ମୁକିବାଲରେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ସେଟ୍‌ରେ ହରାଇ ସେମିରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 31, 2021, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.