ETV Bharat / sports

National Para-Badminton Championship: ସେମିରେ ହାରିଲେ ଟୋକିଓ ଚାମ୍ପିଅନ ପ୍ରମୋଦ

author img

By

Published : Dec 26, 2021, 7:28 PM IST

National Para-Badminton C'ship: Haryana's Nitesh Kumar beats Tokyo champion Pramod Bhagat in semis
National Para-Badminton Championship: ସେମିରେ ହାରିଲେ ଟୋକିଓ ଚାମ୍ପିଅନ ପ୍ରମୋଦ

ଚଳିତ ଚତୁର୍ଥ ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦ ଭଗତଙ୍କୁ ଝଟକା । ରବିବାର ଖେଳାଯାଇଥିବା ପୁରୁଷ SL3 ବର୍ଗର ସେମିଫାଇନାଲରେ ହରିୟାଣାର ନିତେଶ କୁମାରଙ୍କ ଠାରୁ ପରାସ୍ତ ହୋଇଛନ୍ତି ପାରାଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ଚତୁର୍ଥ ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ(National Para-Badminton C'ship) ପ୍ରମୋଦ ଭଗତଙ୍କୁ ଝଟକା । ରବିବାର ଖେଳାଯାଇଥିବା ପୁରୁଷ SL3 ବର୍ଗର ସେମିଫାଇନାଲରେ ହରିୟାଣାର ନିତେଶ କୁମାରଙ୍କ ଠାରୁ ପରାସ୍ତ ହୋଇଛନ୍ତି ପାରାଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ । ଏହା ପ୍ରତିଯୋଗିତାର ବଡ ବିପର୍ଯ୍ୟୟ(Major Upset) ହୋଇଛି ।

ସେମିଫାଇନାଲ ମୁକାବିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବିଜେତା ଖେଳାଳିଙ୍କୁ ଫାଇନାଲ ଟିକେଟ ମିଳିବାକୁ ଥିବାରୁ ଗୋଟିଏ ପଏଣ୍ଟ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ନିତେଶ କୁମାର ଭଗତଙ୍କୁ ସିଧାସଳଖ ସେଟ୍‌ରେ(straight sets) ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଏହି କଡା ପ୍ରତିନ୍ଦ୍ବନ୍ଦ୍ବୀତାପୂର୍ଣ୍ଣ ମ୍ୟାଚ୍‌ର ସ୍କୋର୍‌ ରହିଥିଲା ୨୧-୧୭ ଓ ୨୧-୧୯ । ପ୍ରାୟ ୨୦ ମିନିଟ୍‌ରୁ ଅଧିକ ସମୟ ଧରି ଏହା ମୁକାବିଲା ଚାଲିଥିଲା । ପ୍ରମୋଦ ବିଜୟ ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ନିତେଶଙ୍କ ପାଖରେ ସବୁର ଜବାବ ରହିଥିଲା ।

ଏହାମଧ୍ୟ ପଢନ୍ତୁ: National Para-Badminton: ସ୍ବର୍ଣ୍ଣରେ ଚମକିଲେ ପାରୁଲ ପରମାର

ଅନ୍ୟପଟେ SH୬ ବର୍ଗରେ ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା କ୍ରୀଷ୍ଣା ନାଗର ୩ଟି ସ୍ବର୍ଣ୍ଣ ପଦକ ସହ ଭୁବନେଶ୍ବରରେ ଚାଲିଥିବା ଚତୁର୍ଥ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ବିଜୟ ଧାରା ଜାରି ରଖିଛନ୍ତି । ସେ ଅଂଶଗ୍ରହଣ କରିଥିବା ସମସ୍ତ ୩ଟି ବର୍ଗରେ ୩ଟି ସ୍ବର୍ଣ୍ଣ ପଦକ ଜିତି ବର୍ଷ ୨୦୧୯ ନ୍ୟାସନାଲ ପ୍ରଦର୍ଶନକୁ ଦୋହରାଇଛନ୍ତି ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.