ETV Bharat / sports

ଝାରସୁଗୁଡ଼ାରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

author img

By

Published : Nov 28, 2021, 6:45 PM IST

Updated : Nov 28, 2021, 6:56 PM IST

ପାରା-ଅଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝାରସୁଗୁଡାରେ ସମ୍ବର୍ଦ୍ଧନା(felicitation ceremony) । ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କଲେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ । ଅଧିକ ପଢନ୍ତୁ

felicitation ceremony for paralympic gold medalist and khel ratna awardee pramod bhagat at jharsuguda
ଝାରସୁଗୁଡ଼ାରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା: ପାରା-ଅଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା(gold medalists) ପ୍ରମୋଦ ଭଗତଙ୍କୁ ଝାରସୁଗୁଡାରେ ସମ୍ବର୍ଦ୍ଧନା । ସହରର ଏକ ଘରୋଇ ହୋଟେଲରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବ୍ୟାଡମିଣ୍ଟନ କ୍ରୀଡାସଂଘ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଝାରସୁଗୁଡ଼ାରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗ ଦେଇ ଗୋଲଡେନ୍ ବଏ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଝାରସୁଗୁଡ଼ା ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ ହେବା ପରେ ପ୍ରମୋଦ ଧନ୍ୟବାଦ ଜଣାଇବା ସହ ଖେଳ ପ୍ରତି ରୁଚି ରଖୁଥିବା ସମସ୍ତଙ୍କୁ ହାର ନମାନି ଆଗକୁ ବଢ଼ନ୍ତୁ ବୋଲି ଉତ୍ସାହିତ କରିଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated :Nov 28, 2021, 6:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.