ETV Bharat / sports

Indonesia Masters: କ୍ବାର୍ଟର-ଫାଇନାଲରେ ସିନ୍ଧୁ

author img

By

Published : Nov 18, 2021, 3:16 PM IST

Badminton: Sindhu reaches quarter-finals in Indonesia Masters
Indonesia Masters: କ୍ବାର୍ଟର-ଫାଇନାଲରେ ସିନ୍ଧୁ

ସ୍ପେନର କ୍ଳାରା ଆଜୁରମେନ୍ଦିଙ୍କୁ ହରାଇ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୧ର ମହିଳା ଏକକ କ୍ବାର୍ଟର-ଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ

ବାଲି(ଇଣ୍ଡୋନେସିଆ): ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ (Indonesia Masters) ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ(PV Sindhu)ଙ୍କ ଦମଦାର ପ୍ରଦର୍ଶନ ଜାରି । ଗୁରୁବାର ସ୍ପେନର କ୍ଳାରା ଆଜୁରମେନ୍ଦିଙ୍କୁ ହରାଇ ମହିଳା ଏକକ ବର୍ଗର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ।

୨୬ ବର୍ଷୀୟ ଦୁଇଥରର ଅଲମ୍ପିକ ପଦକ ବିଜେତା ଓ ବିଶ୍ବ ଚମ୍ପିଆନ ସିନ୍ଧୁ, ୧୭-୨୧ରେ ସ୍ପେନ ପ୍ରତିପକ୍ଷଙ୍କ ଠାରୁ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍‌କୁ ୨୧-୧୭ ଓ ୨୧-୧୨ ସେଟ୍‌ରେ ଜିତିନେବା ସହ କ୍ଳାରା ଆଜୁରମେନ୍ଦିଙ୍କୁ ମାତ୍‌ ଦେଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । BWF ୱାର୍ଲ୍ଡ ଟୁର୍‌ ସୁପର ୭୫୦ ଇଭେଣ୍ଟର ଏହି ମ୍ୟାଚ୍‌ ୪୭ ମିନିଟ ଧରି ଖେଳାଯାଇଥିଲା ।

କ୍ବାର୍ଟର ଫାଇନାଲ ମୁକାବିଲାରେ ସିନ୍ଧୁ, ତୁର୍କୀର ନେସଲିହମ ୟିଗିତଙ୍କୁ ଭେଟିବେ । ଅନ୍ୟ ଏକ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ୟୁକ୍ରେନର ମାରିନା ୟୁଲିଟିନାଙ୍କୁ ୨୧-୧୮, ୨୧-୧୩ରେ ହରାଇଛନ୍ତି ନେସଲିହମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.