ETV Bharat / sitara

ସୋନାଙ୍କ ଗୀତରେ ଦୁଲୁକିଲା ବାଲିଯାତ୍ରା ପଡିଆ

author img

By

Published : Nov 18, 2019, 5:54 AM IST

ସୋନାଙ୍କ ଗୀତରେ ଦୁଲୁକିଲା ବାଲିଯାତ୍ରା ପଡିଆ

ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ବାଲିଯାତ୍ରାରେ ଧୁମ୍ ମଚାଇଲେ । ସଙ୍ଗୀତ ପରିବେଷଣ ସମୟରେ ନାଚି ଉଠିଲା ସାରା ପଡିଆ....

କଟକ: କଟକ ବାଲିଯାତ୍ରାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତଙ୍କ ହାର୍ଟ ବିଟ୍ ବଢାଇଲେ ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ।

ସୋନାଙ୍କ ସଙ୍ଗୀତ ପରିବେଷଣ ସମୟରେ ନାଚି ଉଠିଲା ସାରା ପଡିଆ ଆଉ ଝୁମିଲେ ସମସ୍ତେ । ବାଲିଯାତ୍ରାରେ ଧୁମ୍ ମଚାଇଲେ ସିଙ୍ଗର ସୋନା ମହାପାତ୍ର । ଗୀତ ଅମ୍ବର ଶରୀୟାଠୁ ଆରମ୍ଭ କରି, ନସେସି ଚଢ ଗୟୀ ପର୍ଯ୍ୟନ୍ତ ସମସ୍ତ ଗୀତକୁ ବେଶ ମଜେଦାର ଢଙ୍ଗରେ ଗାଇଲେ ସୋନା ।

ସୋନାଙ୍କ ଗୀତରେ ଦୁଲୁକିଲା ବାଲିଯାତ୍ରା ପଡିଆ

ଏହାସହ ତାଙ୍କର ପପୁଲାର ସଙ୍ଗ ରଙ୍ଗବତୀ ଗୀତରେ ମଧ୍ୟ ସମସ୍ତଙ୍କୁ ହଜାଇ ଦେଲେ ସୋନା । ତେବେ କଟକରେ ଏପରି ଆୟୋଜନକୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ଏହା ତାଙ୍କର ଘର ବାହୁଡା ବୋଲି ସେ କହିଥିଲେ ସୋନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କଟକ ବାଲିଯାତ୍ରାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ସମସ୍ତଙ୍କ ହାର୍ଟ ବିଟ ବଢାଇଲେ ବଲିଉଡ ସୁପରଷ୍ଟାର ଗାୟକ ତଥା ଓଡ଼ିଆ ଝିଅ ସୋନା ମହାପାତ୍ର। ନାଚି ଉଠିଲା ସାରା ପଡିଲା ଆଉ ଝୁମିଲେ ସମସ୍ତେ।ବାଲିଯାତ୍ରା ରେ ଧୁମ ମଚାଇଲେ ସିଙ୍ଗର ସୋନା ମହାପାତ୍ର । ଗୀତ ଅମ୍ବର ଶରୀୟା ଠୁ ଆରମ୍ଭ କରି, ନସେସେ ଚଡ ଗୟୀ ହୋଏ ପର୍ଯ୍ୟନ୍ତ ସବୁ ଗୀତ କୁ ବେଶ ମଜେଦାର ଢଙ୍ଗରେ ଗାଇଲେ ସୋନା । ଆଉ ସମସ୍ତ ଗୀତରେ ବେଶ ଖୁସି ହୋଇ ଡ୍ୟାନ୍ସ କରିଥିଲେ ଫ୍ୟାନ ।ତେବେ ରଙ୍ଗବତୀ ଗୀତ ରେ ସବୁଠୁ ହିଟ ଦେଇଥିଲେ ସୋନା । ଜହାକୁ ବେଶ ଗ୍ରହଣ କରିଥିଲେ ଦର୍ଶକ । ତେବେ କଟକ ରେ ଏପରି ଆୟୋଜନ କୁ ଜିଲା ପ୍ରଶାସନ କୁ ଧନ୍ୟବାଦ ଦେବା ସହ ମୋର ଘର ବାହୁଡା ବୋଲି କହିଥିଲେ ସୋନା । ରଙ୍ଗବତୀ, ଅମ୍ବର ସରିଆ, ଲେଇଲା ଓ ଲେଇଲା ଗୀତ ର ତାଳେ ତାଳେ ଝୁମିଥିଲେ ଦର୍ଶକ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.