ETV Bharat / sitara

‘କେବିସି 12’ର ନୂଆ ରେକର୍ଡ, ଅଡିଶନ ଦେଲେ 3 କୋଟିରୁ ଅଧିକ ଲୋକ

author img

By

Published : Jun 11, 2020, 8:00 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ଲୋକପ୍ରିୟ ଶୋ କେବିସିକୁ ନେଇ ନୂଆ ଚର୍ଚ୍ଚା । ଜଲଦି ଆରମ୍ଭ ହେବାକୁ ଯାଉଛି ଶୋ । ଇତିମଧ୍ୟରେ କରିଛି ନୂଆ ରେକର୍ଡ ।

ମୁମ୍ବାଇ: ଟିଭିର ପପୁଲାର ରିୟାଲିଟି ଶୋ ‘କୌନ ବନେଗା କରୋଡପତି’ ସିଜନ 12 ଖୁବଶୀଘ୍ର ଦେଖିବାକୁ ଯାଉଛନ୍ତି ଦର୍ଶକ । କିଛି ଦିନ ପୂର୍ବରୁ ଏହାର ଡିଜିଟାଲ ଅଡିଶନ ମଧ୍ୟ ଆରମ୍ଭ ହୋଇଥିଲା । କୋରୋନା ଭାଇରସ ପାଇଁ ଚାଲିଥିବା ଲକଡାଉନ ପାଇଁ ବିଗ ବି ଅମିତାଭ ବଚ୍ଚନ ଘରେ ହିଁ ଏହାର ସୁଟିଂ କରିଥିଲେ । ଆଉ ଲୋକଙ୍କୁ ଡିଜିଟାଲ ଉପାୟର ପ୍ରଶ୍ନ ମଧ୍ୟ ପଚାରିଥିଲେ । ଏବେ ଏହି ଶୋ ନୂଆ ରେକର୍ଡ ସୃଷ୍ଟି କରିଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

ସୋନି ଲିଭ ଆପରୁ ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ କେବିସି ସିଜନ 12ର ଡିଜିଟାଲ ଅଡିଶନ ପାଇଁ 3 କୋଟିରୁ ଅଧିକ ଲୋକେ ଅଂଶଗ୍ରହଣ କରିଛନ୍ତି । ପାର୍ଟିସିପେଶନ ଆନୁଯାୟୀ ଏହି ସଂଖ୍ୟା ଗତ କିଛି ବର୍ଷ ତୁଳନାରେ 42 ପ୍ରତିଶତ ଅଧିକ ଅଛି ।

ପ୍ରକାଶ ଥାଉକି ଆପ ଜରିଆରେ ସବୁଦିନ ଅଡିଶନ ଆୟୋଜିତ କରାଯାଇଥିଲା । ଯେଉଁଥିରେ 12 ହଜାର ଲୋକେ ପ୍ରତିଦିନ ଭାଗ ନେଇଥିଲେ । ଯାହା ଗତ ବର୍ଷ ତୁଳନାରେ 4 ଗୁଣା ଅଧିକ ଥିଲା । ମେ 9 ତାରିଖରେ ଆରମ୍ଭ ହୋଇଥିବା ଏହି ସିଜିନର ଅଡିଶନ ପାଖାପାଖି ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.