ETV Bharat / sitara

କପିଲଙ୍କ କମେଡି ଶୋରେ ହସିବା ଏକଦମ ମାଗଣା

author img

By

Published : Apr 27, 2020, 8:56 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ନିଜ ଶୋକୁ ନେଇ କପିଲ ଶର୍ମାଙ୍କ ବଡ ଖୁଲାସା। ଟ୍ବିଟରରେ ଦେଲେ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର। ଅଧିକା ପଢନ୍ତୁ...

ମୁମ୍ବାଇ: ଲକଡାଉନ ପାଇଁ ଘରେ ଥିବା ନିଜ ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ କନକ୍ଟେ ହେଉଛନ୍ତି ସେଲିବ୍ରିଟି। କିଛି ଦିନ ପୂର୍ବରୁ ସୁପରଷ୍ଟାର ଶାହରୁଖ ଖାନ #AskSRK ନାମକ ଟ୍ବିଟର ସେଶନ କରିଥିଲେ। ଯେଉଁଥିରେ ସେ ଫ୍ୟାନ୍ସଙ୍କ ପ୍ରଶ୍ନର ମଜାଦାର ଉତ୍ତର ଦେଇ ଚର୍ଚ୍ଚାରେ ଆସିଥିଲେ। ଏହାପୂର୍ବରୁ ଗତ ଜାନୁଆରୀର ମଧ୍ୟ ଫ୍ୟାନ୍ସଙ୍କ ସହ ପ୍ରଶ୍ନ-ଉତ୍ତର ଗେମ ଖେଳିସାରିଛନ୍ତି ସେ। ବର୍ତ୍ତମାନ ତାଙ୍କ ପଥ ଅନୁସରଣ କରିଛନ୍ତି କମେଡି କିଙ୍ଗ କପିଲ ଶର୍ମା । ସେ ମଧ୍ୟ ଏପରି ସେଶନ ଆରମ୍ଭ କରିଛନ୍ତି । ସେ ଟ୍ବିଟରରେ ଫ୍ୟାନ୍ସଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି।

ତାଙ୍କୁ ଜଣେ ୟୁଜର ପ୍ରଶ୍ନ କରିଥିଲେ ଯେ ତାଙ୍କ ଶୋରେ ଆସୁଥିବା ଦର୍ଶକଙ୍କୁ କଣ ପୂର୍ବରୁ ଟିକେଟ ବୁକିଂ କରିବାକୁ ପଡୁଛି । ନା ଆପଣ ଦର୍ଶକଙ୍କୁ ଟଙ୍କା ଦେଇ ଶୋ ଦେଖାଉଛନ୍ତି।

ଏହାର ଉତ୍ତରରେ କପିଲ କହିଥିଲେ ଯେ ନିଜ ଦର୍ଶକଙ୍କ ଠାରୁ କୌଣସି ଫିସ୍ ନେଉନାହାଁନ୍ତି ସେ । ଶୋରେ ଆସିବା ଏକଦମ ମାଗଣା । ପ୍ରକାଶ ଥାଉକି କପିଲ ଗତ କିଛି ବର୍ଷ ମଧ୍ୟରେ ନିଜର ଦୁଇ ଶୋ ଜରିଆରେ ଅନେକ ସଫଳତା ପାଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.