ETV Bharat / sitara

ତପୁଙ୍କ ପାଇଁ ସାହାଯ୍ୟ ସହ ଆଶୀର୍ବାଦ କାମନା କଲେ କଳାକାର

author img

By

Published : Jun 18, 2021, 7:56 AM IST

ତପୁଙ୍କ ପାଇଁ  ସାହାଯ୍ୟ ସହ ଆଶୀର୍ବାଦ କାମନା କଲେ କଳାକାର
ତପୁଙ୍କ ପାଇଁ ସାହାଯ୍ୟ ସହ ଆଶୀର୍ବାଦ କାମନା କଲେ କଳାକାର

କୋରୋନା ସଂକ୍ରମିତ ହୋଇ ଏବେ ଆଇସିୟୁରେ ଅଛନ୍ତି ଗାୟିକା ତପୁ । ଗତ ମାସ 20 ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ଅନୁରୋଧ କଲେ କଳାକାର। ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଭିଡରେ ଆକ୍ରନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଜଣାଶୁଣା ଗାୟିକା ତପୁ ମିଶ୍ର । ସମୟ ଗଡ଼ିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି । ସେପଟେ ତାଙ୍କୁ ନେଇ ଚିନ୍ତିତ ସମସ୍ତେ। ତେଣୁ ତାଙ୍କର ଆରୋଗ୍ୟ ପାଇଁ ଓଡ଼ିଶାବାସୀଙ୍କୁ ଆଶୀର୍ବାଦ କରିବା ସହ ସକ୍ଷମ ଅନୁଯାୟୀ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ଓଡ଼ିଆ କଳାକାର ।

ତପୁଙ୍କ ପାଇଁ ସାହାଯ୍ୟ ସହ ଆଶୀର୍ବାଦ କାମନା କଲେ କଳାକାର

ତପୁ କୋରୋନାରୁ ଭଲ ହୋଇଛନ୍ତି ସତ କିନ୍ତୁ ଫୁସଫୁସରେ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ପ୍ରକାଶ ଥାଉକି, କୋରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ ସ୍ତର ଦିନକୁ ଦିନ କମିବାରେ ଲାଗିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.