ETV Bharat / sitara

ପ୍ରବାସୀଙ୍କ ଦେବଦୂତ ସବ୍ୟସାଚୀ, ଭୋକିଲା ପେଟକୁ ଦେଲେ ଆହାର

author img

By

Published : Apr 28, 2021, 7:27 AM IST

Updated : Apr 28, 2021, 7:44 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ସବ୍ୟସାଚୀଙ୍କ ମାନବିକତା । ବେଙ୍ଗାଲୁରୁରେ ଭୋକରେ ରହିଥିବା ପ୍ରବାସୀଙ୍କୁ ସାହାଯ୍ୟ କଲେ ସବ୍ୟ । 5 ଜଣ ପ୍ରବାସୀଙ୍କୁ ଖାଦ୍ୟ ଖୁଆଇବା ପରେ ନିଜେ ଖାଇଲେ ସବ୍ୟସାଚୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବେଙ୍ଗାଲୁରୁରେ ଲଡକାଉନ୍ ଲାଗୁ ହୋଇଥିବା ବେଳେ କାମଧନ୍ଦା ସବୁ ବନ୍ଦ ହୋଇଯାଇଛି । କୋରୋନା ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ। କୋରୋନା ପାଇଁ କିଏ ମେଡିକାଲରେ ରହିଛି ତ ଆଉ କିଏ ବାହାରେ ଘଣ୍ଟା ଘଣ୍ଟା ଧରି ବେଡ୍, ଅକ୍ସିଜେନ୍ ପାଇଁ ଠିଆ ହୋଇଛି । ଆଉ କିଏ ଜୀବିକା ଚାଲିଯିବା ପରେ ପେଟପାଟଣାକୁ ନେଇ ଖାଇବା ନପାଇ ଡହଳ ବିକଳ ହେଉଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଓଡ଼ିଆଙ୍କୁ ସହାୟତାର ହାତ ବଢାଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

ଫଟୋ ସୌଜନ୍ୟ: ଟ୍ବିଟର@ସବ୍ୟସାଚୀ ମିଶ୍ର
ଫଟୋ ସୌଜନ୍ୟ: ଟ୍ବିଟର@ସବ୍ୟସାଚୀ ମିଶ୍ର

ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ । ଯାହାକୁ ନେଇ ପ୍ରବାସୀ ମାନେ ପେଟ ପୁରା ଖାଇବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ ପାଇଁ ୫ ଜଣ ଯାଇଥିବା ବେଳେ ଚାକିରି ଚାଲିଥିବାରୁ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ବିଟ କରିଥିଲେ ।

ଯାହା ଦେଖି ସଙ୍ଗେ ସଙ୍ଗେ ସହଯୋଗର ହାତ ବଢାଇଥିଲେ ଅଭିନେତା । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ‘ତୁମେ ନ ଖାଇବା ଯାଏ ମୁଁ ଖାଇବିନି’ ବୋଲି କହି ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ଆଉ ଠିକ୍ ଏମିତି କରିଥିଲେ ସବ୍ୟସାଚୀ । ସେମାନେ ଖାଇସାରିବା ପରେ ସେ ଖାଇଥିଲେ ।

ଏହାସହ ପୁନଃ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ଗତ ବର୍ଷରୁ ସବ୍ୟସାଚୀ ଓଡିଶାବାସୀଙ୍କ ସେବା କରିଆସୁଛନ୍ତି । ଏବର୍ଷ ମଧ୍ୟ ସେ ଅଭାବୀ ଶ୍ରମିକ, ପ୍ରବାସୀଙ୍କୁ ସାହାଯ୍ୟ, ସହଯୋଗ କରୁଥିବାର ଦେଖାଯାଉଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Apr 28, 2021, 7:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.