ETV Bharat / sitara

Odia Film Bhoka Release: ମହାମାରୀ ସମୟର କରୁଣ କାହାଣୀ ସିନେମାରେ ଚିତ୍ରିତ

author img

By

Published : Dec 12, 2021, 11:16 AM IST

Odia Film Bhoka Release: ମହାମାରୀ ସମୟର କରୁଣ କାହାଣୀ ସିନେମାରେ ଚିତ୍ରିତ
Odia Film Bhoka Release: ମହାମାରୀ ସମୟର କରୁଣ କାହାଣୀ ସିନେମାରେ ଚିତ୍ରିତ

ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର 'ଭୋକ଼'(Odia Film Bhoka) । ମହାମାରୀ ସମୟରେ ଭୋକର କରୁଣ କାହାଣୀ ଚିତ୍ରିତ ହୋଇଛି ଏହି ସିନେମାରେ । ଅଧିକ ପଢନ୍ତୁ

ଭୁବନେଶ୍ବର: ପରଦାକୁ ଆସିଲା ଓଡ଼ିଆ ଚଳଚିତ୍ର 'ଭୋକ଼'(Odia Film Bhoka) । ମହାମାରୀ ସମୟରେ ସୃଷ୍ଟି ହୋଇଥିବା ସଙ୍କଟ ଏବଂ ଏହି ସମୟରେ ଦେଖିବାକୁ ମିଳିଥିବା କେତେକ ହୃଦୟ ବିଦାରକ ଦୃଶ୍ୟକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର ।

Odia Film Bhoka Release: ମହାମାରୀ ସମୟର କରୁଣ କାହାଣୀ ସିନେମାରେ ଚିତ୍ରିତ

ଭୁବନେଶ୍ବର ଏସପ୍ଳାନେଡର ସିନେପଲିସ ଠାରେ ପ୍ରଥମ କରି ଏହି ସିନେମା ରିଲିଜ ହୋଇଛି । ଅଭିନେତା ଅଙ୍କିତ ଓ ଅଭିନେତ୍ରୀ କାବ୍ୟାକିରଣ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କାହାଣୀ ଓ ସଂଳାପ ଲେଖିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ । ସେହିପରି ସ୍ଵର୍ଗତ ତପୁ ମିଶ୍ର ଶିବ ରଥ ଏବଂ ଶଶାଙ୍କ କଣ୍ଠଦାନ କରିଛନ୍ତି । ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ଏବଂ ପୁଷ୍ପାପଣ୍ଡା ମଧ୍ୟ ନଜର ଆସିଛନ୍ତି ।

ଏହି ସିନେମା ଓଡ଼ିଆ ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇ ଥିବାବେଳେ ମହାମାରୀ ସମୟରେ ସୁରଟରେ କାର୍ଯ୍ୟ କରୁଥିବା କାର୍ତ୍ତିକଙ୍କ ପରିବାର କିଭଳି ଦାନା ମୁଠାଏ ପାଇଁ ଅନେକ ସଂଘର୍ଷର ସାମ୍ନା କରିଛନ୍ତି ତାହା ଚିତ୍ରିତ ହୋଇଛି । ମହାମାରୀ ଆମ ପାଖରୁ କେବଳ ଯେ, ମୂଲ୍ୟବାନ ଜୀବନ ନେଇଯାଇଛି ତାହା ନୁହେଁ, ତା' ସାଙ୍ଗକୁ ରୋଜଗାର ହରାଇ ଅନେକ ଲୋକେ କିଭଳି ଅନାହାର ଜୀବନ କଟାଇଛନ୍ତି ସେହି ସମୟର ନିଚ୍ଛକ ସତ କାହାଣୀ ଏଥିରେ ଚିତ୍ରତ ହୋଇଛି ।

ତେଣୁ ଏହି ମୌଳିକ କାହାଣୀ ଓ ଭୋକର ବିକଳ ଦୃଶ୍ୟପଟକୁ ଦେଖିବା ସହ ଓଡ଼ିଆ ଚଳଚ୍ଚିତ୍ରକୁ ଆଉ ଥରେ ଉଜ୍ଜିବିତ କରିବା ପାଇଁ କହିଛି ପ୍ରଯୋଜନା ସଂସ୍ଥା । ଜ୍ୟୋତି ପ୍ରଡକ୍ସନ ବ୍ୟାନନରେ ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇ ଥିବାବେଳେ ରାଜୀବ ମହାନ୍ତି ପ୍ରଯୋଜନା ଦେଇଛନ୍ତି ଏବଂ ବିକାଶ ଦାସ ସଂଗୀତ ଲେଖିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.