ETV Bharat / sitara

Srivalli ଗୀତରେ ନାଚିଲେ କ୍ରିକେଟର ୱାର୍ଣ୍ଣର, ଏମିତି ରିଆକ୍ଟ କଲେ ଅଲ୍ଲୁ

author img

By

Published : Jan 22, 2022, 5:47 PM IST

Srivalli ଗୀତରେ ନାଚିଲେ କ୍ରିକେଟର ୱାର୍ଣ୍ଣର, ଏମିତି ରିଆକ୍ଟ କଲେ ଆକ୍ଟର ଅର୍ଜୁନ
Srivalli ଗୀତରେ ନାଚିଲେ କ୍ରିକେଟର ୱାର୍ଣ୍ଣର, ଏମିତି ରିଆକ୍ଟ କଲେ ଆକ୍ଟର ଅର୍ଜୁନ

ସାଉଥ ଫିଲ୍ମ 'ପୁଷ୍ପା'ର ଲୋକପ୍ରିୟ ଗୀତ ଶ୍ରୀବଲ୍ଲିରେ ନାଚିଲେ ଅଷ୍ଟ୍ରେଲିଆର କ୍ରିକେଟର ଡେଭିଡ଼ ୱାର୍ଣ୍ଣର । ଏହି ଭିଡ଼ିଓରେ ଆକ୍ଟର ଅଲ୍ଲୁ ଅର୍ଜୁନ ରିଆକ୍ଟ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା-ଦି ରାଇଜ ପାର୍ଟ ୧' ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏହି ଫିଲ୍ମର ସୁପରହିଟ ଟ୍ରାକ୍‌ 'ଶ୍ରୀବଲ୍ଲି' ଖାଲି ଦେଶର କୋଣ ଅନୁକୋଣରେ ଲୋକପ୍ରିୟତା ହାସଲ କରିନି ବରଂ ଏହାର ଲୋକପ୍ରିୟତା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଯାହାର ପ୍ରମାଣ ଦେଇଛନ୍ତି ଅଷ୍ଟ୍ରେଲିଆର କ୍ରିକେଟର ଡେଭିଡ଼୍‌ ୱାର୍ଣ୍ଣର । ସେ ଏହି ଗୀତର ସିଗ୍ନେଚର ଷ୍ଟେପରେ ଡ୍ୟାନ୍ସ କରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି ।

ଶ୍ରୀବଲ୍ଲି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଷ୍ଟେପକୁ ଦର୍ଶକଙ୍କ ସମେତ ସେଲିବ୍ରିଟିଙ୍କୁ ଖୁବ ପସନ୍ଦ ଆସିଛି । ଏଥିରେ ସୋସିଆଲ ଇନଫ୍ଲୁଏନ୍ସର ରିଲ୍ସ ବନାଉଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି କ୍ରିକେଟର ୱାର୍ଣ୍ଣର । ୱାର୍ଣ୍ଣର ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିର ଗୀତକୁ ଖୁବ ପସନ୍ଦ କରୁଥିବା ବେଳେ ଏଥିରେ ଡ୍ୟାନ୍ସ ମଧ୍ୟ କରିଥାନ୍ତି । ଏହାରି ମଧ୍ୟରେ ସେ ଏହି ଗୀତରେ ମଧ୍ୟ ନିଜ ଡ୍ୟାନ୍ସର ଝଲକ ଦେଖାଇଛନ୍ତି । ସେ ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏଥିରେ ଅନେକ ଭାରତୀୟ, କ୍ରିକେଟର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଖୋଦ୍‌ ଆକ୍ଟର ଅଲ୍ଲୁ ଅର୍ଜୁନ ମଧ୍ୟ ରିଆକ୍ଟ କରିଛନ୍ତି । ସେ ଏହି ଭିଡ଼ିଓରେ କମେଣ୍ଟ କରି ହସିବାର ଇମୋଜି ଦେଇଛନ୍ତି । ସେପଟେ ଭାରତୀୟ କ୍ରିକେଟର ଖଲିଲ ଅହମ୍ମଦ ଓ ଶ୍ରବୀତ୍ସ ଗୋସ୍ବାମୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାସହିତ ୱାର୍ଣ୍ଣରଙ୍କ ପତ୍ନୀ କୈଣ୍ଡିସ ମଧ୍ୟ 'ଫାୟାର' ଇମୋଜି କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।

ୱାର୍ଣ୍ଣର ହେଉଛନ୍ତି ଏକମାତ୍ର ବିଦେଶୀ କ୍ରିକେଟର ଯିଏକି ବଲିଉଡ଼ ଗୀତ ଓ ଡାଏଲଗ ଉପରେ ରିକ୍ରିଏଟ ସିନ୍‌ର ଭିଡ଼ିଓ ବନାଇ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଏଥିରେ ସେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ସାମିଲ କରନ୍ତି । ୱାର୍ଣ୍ଣରଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସ ମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନ ଶ୍ରୀବଲ୍ଲୀ ଗୀତରେ ରିକ୍ରିଏଟ ଭିଡ଼ିଓ କରି ଇନଷ୍ଟାଗ୍ରାମ ସେୟାର କରିଥିଲେ । ସେପଟେ ରବୀନ୍ଦ୍ର ଜାଡ଼େଜା ଓ ଶିଖର ଧୱନ ପୁଷ୍ପା ଲୁକ୍‌ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.