ETV Bharat / sitara

ଦେବରକୋଣ୍ଡାଙ୍କ ସହ ହଟ୍ ବେବି ଜଣଙ୍କ କିଏ ? ଭିଡିଓ ଭାଇରାଲ

author img

By

Published : Mar 18, 2022, 6:20 PM IST

ବିଜୟ ଦେବରାକୋଣ୍ଡାଙ୍କ ସହ ହଟ୍ ବେବି ଜଣକ କିଏ
ବିଜୟ ଦେବରାକୋଣ୍ଡାଙ୍କ ସହ ହଟ୍ ବେବି ଜଣକ କିଏ

ନିର୍ମାତା ଚାର୍ମି କୌରଙ୍କ ଦ୍ୱାରା ସୋୟାର ହୋଇଥିବା ଏକ ଭିଡିଓରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରାକୋଣ୍ଡାଙ୍କୁ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନନ୍ୟା ପାଣ୍ଡେଙ୍କୁ ଅନେକ ସମୟରେ ଟ୍ରୋଲର ସାମ୍ନା କରିବାକୁ ପଡେ । ସେ ମଧ୍ୟ ସ୍ବୀକାର କରିଛନ୍ତି ଯେ, ଏହା ପୂର୍ବରୁ ତାଙ୍କ ଉପରେ ପ୍ରଭାବ ପକାଉଥିଲା କିନ୍ତୁ ବର୍ତ୍ତମାନ ସେ ଟ୍ରୋଲର ପ୍ରତି ଧ୍ୟାନ ଦେଉନାହାଁନ୍ତି । କେତେବେଳେ ତାଙ୍କ ଅଭିନୟ ଦକ୍ଷତାକୁ ନେଇ ଥଟ୍ଟା କରାଯାଏ ପୁଣି କେତେବେଳେ ଡ୍ରେସିଂ ସେନ୍ସକୁ ନେଇ ଟାର୍ଗେଟକୁ ଆସିଯାଆନ୍ତି ଅନନ୍ୟା । ଗୁରୁବାର ରାତିରେ ଅନନ୍ୟା ପାଣ୍ଡେ ବହୁତ ବୋଲ୍ଡ ଡ୍ରେସରେ ନଜର ଆସିଥିଲେ । ସେ ଧର୍ମା ପ୍ରଡକ୍ସନ୍ସର ସିଇଓ ଅପୂର୍ବା ମେହେତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ବଡ ବଡ ବଲିଉଡ ତାରକା ମଧ୍ୟ ପହଞ୍ଚିଥିଲେ କିନ୍ତୁ ଅନନ୍ୟା ପାଣ୍ଡେଙ୍କ ବୌଲ୍ଡ ଡ୍ରେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​। ଏହି କାରଣରୁ ତାଙ୍କୁ ଟ୍ରୋଲ କରାଯାଇଥିଲା ।

ବିଜୟ ଦେବରାକୋଣ୍ଡାଙ୍କ ସହ ହଟ୍ ବେବି ଅନନ୍ୟା ପାଣ୍ଡେ

ନିର୍ମାତା ଚାର୍ମି କୌରଙ୍କ ଦ୍ୱାରା ସୋୟାର ହୋଇଥିବା ଏକ ଭିଡିଓରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଜଣେ ଯୁବତୀଙ୍କ ସହ ବାର୍ତ୍ତାଳାପରେ ବ୍ୟସ୍ତ ଅଛନ୍ତି । ଏହା ଦେଖି ଚାର୍ମି କହୁଛନ୍ତି, ଏହି ହଟ୍ ବେବି କିଏ ? ତାପରେ ଯୁବତୀ ଜଣକ ମୁହଁ ବୁଲାଇ ଦେଖୁଛନ୍ତି।

ଶୁକ୍ରବାର ଦିନ, ଧର୍ମା ପ୍ରଡକ୍ସନ୍ସର ମୁଖ୍ୟ କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ଅପୂର୍ବା ମେହେତାଙ୍କ ଜନ୍ମଦିନ ପାର୍ଟିର ଏକ ଭିଡିଓ ଚାର୍ମି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଆରେ ବିଜୟ ଦେବରାକୋଣ୍ଡା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି। ଜନ୍ମଦିନ ପାର୍ଟିରେ ଅନନ୍ୟା ଏକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ଏହା ସହିତ ସେ କଳା ହାଇ ହିଲ୍ ପିନ୍ଧି ଥିଲେ । ଅନନ୍ୟା ତାଙ୍କର ଏହି ଭିନ୍ନ ଅବତାର ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ଏବଂ ତାଙ୍କ ପୋଷାକକୁ ଉପହାସ କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.