ETV Bharat / sitara

33 ବର୍ଷରେ ପାଦ ଥାପିଲେ ବାନି କପୁର

author img

By

Published : Aug 23, 2021, 10:29 AM IST

33 ବର୍ଷରେ ପାଦ ଥାପିଛନ୍ତି ବି-ଟାଉନର ବାନି କପୁର
33 ବର୍ଷରେ ପାଦ ଥାପିଛନ୍ତି ବି-ଟାଉନର ବାନି କପୁର

33 ବର୍ଷରେ ପାଦ ଥାପିଛନ୍ତି ବି-ଟାଉନର ବାନି କପୁର । 1988 ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବାନି । ଅଧିକ ପଢନ୍ତୁ...

ମୁମ୍ବାଇ: 33 ବର୍ଷରେ ପାଦ ଥାପିଛନ୍ତି ବି-ଟାଉନର ବାନି କପୁର । 1988 ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବାନୀ । ଦିଲ୍ଲୀର ମାତା ଜୟୀ କୌର ପବ୍ଲିକ ସ୍କୁଲରୁ ପାଠପଢା ଶେଷ କରି ଇନ୍ଧିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟରେ ସ୍ନାତ୍ତକତ୍ତୋର ଶେଷ କରିଥିଲେ । ପିଲାଟିବେଳୁ ବାନିଙ୍କର ଅଭିନୟରେ ରୁଚିଥିଲା ।

୨୦୧୩ରେ ସୁଶାନ୍ତ ସିଂ ରାଜପୁତ, ପରିଣୀତି ଚୋପ୍ରାଙ୍କ ସହିତ 'ସୁଦ୍ଧ ଦେଶୀ ରୋମାନ୍ସ' ଚଳଚ୍ଚିତ୍ରରେ ନଜର ଆସିଥିଲେ ବାନି । ଏହି ଫିଲ୍ମ ବକ୍ସ ଅଫିସରେ ୪୬ କୋଟି କମାଇଥିଲା । ଏହି ଫିଲ୍ମ ପାଇଁ ୫୯ତମ ଫିଲ୍ମ ଫେୟାର ଆୱାର୍ଡରେ ବେଷ୍ଟ ଡେବ୍ୟୁ ମହିଳା ପୁରସ୍କାର ପାଇଥିଲେ ସେ । ଏହା ପରେ ଆଉ ଫଛକୁ ଫେରି ନଥିଲେ । ବଲିଉଡକୁ ବ୍ୟାକ ଟୁ ବ୍ୟାକ ଦେଇଥିଲେ ଫିଲ୍ମ ଭେଟି ।

ଖାଲି ବଲିଉଡ ନୁହେଁ ତାମିଲ ଫିଲ୍ମରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ବାନି । ତାମିଲ ଫିଲ୍ମ 'ଆହା କଲ୍ୟାଣମ'ରେ ଅଭିନୟ କରିଛନ୍ତି ସେ । ୨୦୧୬ରେ ଆଦିତ୍ୟ ଚୋପ୍ରାଙ୍କ ନିର୍ମିତ 'ବେଫିକରେ’ ଫିଲ୍ମରେ ରଣବୀର ସିଂଙ୍କ ସହିତ ନଜର ଆସିଥିଲେ ବାନୀ । ୨୦୧୬ ଡିସେମ୍ବର ୯ରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମ ଏତେ ଭଲ କମାଇପାରି ନଥିଲା । ଏହା ଛଡା ୱାର, ବେଲ ବଟନ, ସାମଶେର ଓ 'ଚଣ୍ଡିଗଡ କରେ ଆଶିକୀ ଭଳି ବଡ ବଡ ଫିଲ୍ମରେ ନଜର ଆସିଛନ୍ତି ବାନି ।

ଅଭିନୟରେ ଉନ୍ନତ ପ୍ରଦର୍ଶନ ପାଇଁ ଜୀ ସିନେ ଆୱାର୍ଡ, ଷ୍ଟାର ଗିଲ୍ଟ ଆୱାର୍ଡ ଓ ବିଗ ଷ୍ଟାର ଆୱାର୍ଡ ପାଇଛନ୍ତି ବାନି । ଆଗାମୀ ଫିଲ୍ମ ସାମଶେର ଓ 'ଚଣ୍ଡିଗଡ କରେ ଆଶିକୀ' ଯାହା ଏକ ଆଧୁନିକ ପ୍ରେମ କାହାଣୀ ଉପରେ ନିର୍ମିତ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ବାନି । ଆଜି ତାଙ୍କ ଜନ୍ମ ଦିନରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.