ETV Bharat / sitara

ମୁମ୍ବାଇ ପୋଲିସକୁ ବିଶ୍ୱାସ କରନ୍ତିନି ତନୁଶ୍ରୀ

author img

By

Published : Aug 2, 2020, 5:14 PM IST

tanushree dutta on sushant singh rajput death case
ସୁଶାନ୍ତଙ୍କ ମାମଲାରେ ମନ୍ତବ୍ୟ ଦେଲେ ତନୁଶ୍ରୀ, କହିଲେ ମୁମ୍ବାଇ ପୋଲିସଙ୍କ ଉପରେ ମୋର ବିଶ୍ୱାସ ନାହିଁ

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବର୍ତ୍ତମାନ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି । ତନୁଶ୍ରୀ କହିଛନ୍ତି ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସଙ୍କ ତଦନ୍ତରେ ମୋର ଜମା ବିଶ୍ୱାସ ନାହିଁ ଏବଂ ଏହି ମାମଲାରେ ସିବିଆଇ ତଦନ୍ତ ହେବା ଉଚିତ । ଅଧିକ ପଢନ୍ତୁ...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି ।

ଆଜିକାଲି ବିହାର ପୋଲିସର ଏକ ଟିମ୍ ମୁମ୍ବାଇରେ ଏହି ମାମଲାର ତଦନ୍ତ କରୁଛି । ଯେଉଁଥିରେ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ କରାଯାଉଛି ।

ଏସବୁ ମଧ୍ୟରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କର ମୁମ୍ବାଇ ପୋଲିସଙ୍କ ଉପରେ ଜମା ବିଶ୍ୱାସ ନାହିଁ ।

ତନୁଶ୍ରୀ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସର୍ବସାଧାରଣରେ ନିଜର ମତ ପ୍ରକାଶ କରିଛନ୍ତି ।

ତନୁଶ୍ରୀ ଭିଡିଓରେ ପ୍ରଶଂସକଙ୍କ ସହ ଲାଇଭ୍ ଚାଟ୍ ରେ ଥିବାବେଳେ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ସମେତ ବଲିଉଡର ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି ।

ସେ କହିଛନ୍ତି, ନ୍ୟାୟପୂର୍ଣ୍ଣ ତଦନ୍ତ ମାମଲାରେ ମୁମ୍ବାଇ ପୋଲିସକୁ ଆଦୌ ବିଶ୍ୱାସ କରାଯାଇପାରିବ ନାହିଁ । ଏଭଳି ମାମଲା ଗୁଡ଼ିକର ମୁକାବିଲା ପାଇଁ ସେମାନେ ଅଭିଯୁକ୍ତଙ୍କୁ ଜାଣନ୍ତି ଏବଂ ଆରମ୍ଭରୁ ବହୁ ନେତାମାନଙ୍କୁ ଭେଟିଥାନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପୋଲିସ ନିରୀହ ଲୋକଙ୍କୁ ଡାକି 9 ରୁ 10 ଦିନ ଧରି ବସିବେ କିନ୍ତୁ ଦୂରଦୂରାନ୍ତରେ ନ୍ୟାୟ ମିଳିବ ନାହିଁ । ଯଦି ନ୍ୟାୟ ଚାହୁଁଛ ତେବେ ପୋଲିସ ତଦନ୍ତରେ ବିଶ୍ବାସ କରନାହିଁ । ପୋଲିସ ହେଉଛି କେବଳ ଠକ, ଯେଉଁମାନେ ଜନସାଧାରଣଙ୍କୁ ବୋକା ବନାଇବା ପାଇଁ ବସିଛନ୍ତି । ତେଣୁ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.