ETV Bharat / sitara

ପରଦାରେ ପୁଣି ଜମିବ ଶାହରୁଖ-ଆମୀରଙ୍କ ଯୋଡି

author img

By

Published : Nov 9, 2020, 12:55 PM IST

ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ‘ଲାଲ ସିଂ ଚଡ୍ଡା’କୁ ନେଇ ଉତ୍ସାହିତ ସମସ୍ତେ । ଏବେ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦୀର୍ଘ ସମୟରୁ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ତାଙ୍କ ସହ ନଜର ଆସିବେ ବେବୋ କରୀନା କପୁର ଖାନ । ନିକଟରେ ଫିଲ୍ମର ସୁଟିଂ ଶେଷ କରିଥିଲେ ଦ୍ବିତୀୟଥର ଗର୍ଭବତୀ ଥିବା କରୀନା । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ନେଇ ଖୁସି ହୋଇଯିବେ ସମସ୍ତେ । କାରଣ ‘ଲାଲ ସିଂ ଚଡ୍ଡା’ରେ ବଲିଉଡର ଆଉ ଜଣେ ଫେମସ ଖାନଙ୍କୁ ଦେଖିବାକୁ ମିଳିବ ।

ଆଜ୍ଞା ହଁ, ସୁପରଷ୍ଟାର ଶାହରୁଖ ଖାନ ଏହି ଫିଲ୍ମରେ ଅତିଥି ଅଭିନେତା ରୂପେ ଅଭିନୟ କରିଛନ୍ତି । ବର୍ତ୍ତମାନ ଦୁବାଇରେ ଅଛନ୍ତି ସେ । ହେଲେ ଦୁବାଇ ଯିବା ପୂର୍ବରୁ ଆମୀରଙ୍କ ସହ ମିଶି ଦିଲ୍ଲୀରେ ଫିଲ୍ମର ସୁଟିଂ କରିଥିଲେ । ଯାହାକୁ ନେଇ ଖୁସି ଅଛନ୍ତି ଆମୀର । ସେହିପରି ଫ୍ୟାନ୍ସ ମଧ୍ୟ ଦୁଇ ଖାନଙ୍କୁ ପରଦାରେ ଦେଖିବା ପାଇଁ ଉତ୍ସାହିତ ।

ପ୍ରକାଶ ଥାଉକି ଶେଷ ଥର ‘ଜିରୋ’ରେ ନଜର ଆସିଥିଲେ ଶାହରୁଖ । ଏହି ଫିଲ୍ମ ଫ୍ଲପ ହେବା ପରେ ସେ ଏଯାବତ ଅନ୍ୟ କୌଣସି ଫିଲ୍ମରେ ଅଭିନୟ କରିନାହାଁନ୍ତି । ହେଲେ ଗୁଡନ୍ୟୁଜ ହେଲା ଯେ ସେ ଖୁବଶୀଘ୍ର ପରଦାରେ ନଜର ଆସିବେ । ଅପକମିଂ ଫିଲ୍ମ ‘ପଠାନ’ର ସୁଟିଂ ସେ ଆଉ କିଛି ଦିନ ପରେ ଆରମ୍ଭ କରିବେ । ସେହିପରି ଏହି ଫିଲ୍ମରେ ତାଙ୍କ ସହ ପୁଣିଥରେ ଅତିଥି ଅଭିନେତା ରୂପେ ଅଭିନୟ କରୁଥିବାର ଦେଖାଯିବେ ସୁପରଷ୍ଟାର ସଲମାନ ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.