ETV Bharat / sitara

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଶାହରୁଖ, ସୁଟିଂକୁ ଫେରିବା ନେଇ କହିଲେ ଏମିତି କିଛି

author img

By

Published : Jun 12, 2021, 2:44 PM IST

ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଗୁଡନ୍ୟୁଜ ଦେଲେ ଶାହରୁଖ । ସୁଟିଂ ସେଟକୁ ଫେରିବାକୁ ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ପରଦାରେ କିଙ୍ଗ ଖାନ ଶାହରୁଖଙ୍କୁ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ । ଶେଷଥର ତାଙ୍କୁ 2018ରେ ରିଲିଜ ହୋଇଥିବା ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା । ଏଯାବତ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ହେଲେ ସେ ‘ପଠାନ’ ଫିଲ୍ମ ଜରିଆରେ କମବ୍ୟାକ କରିବାକୁ ଯାଉଛନ୍ତି । ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଶୁଣାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଦାଢି ବଢେଇଥିବାର ନଜର ଆସୁଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ସେମାନେ କହୁନ୍ତି ଯେ ଦିନ, ମାସ ଦାଢି ଦ୍ବାରା ମାପ ଯାଏ । ବର୍ତ୍ତମାନ ଏକାକୁ କାଟିବାର ସମୟ ଆସିଯାଇଛି । କାରଣ କାମକୁ ଫେରିବାକୁ ଯାଉଛି । ଯେଉଁମାନେ କିଛି ସ୍ବାଭାବିକତାକୁ ଫେରିଛନ୍ତି ସେମାନଙ୍କୁ ଶୁଭେଚ୍ଛା | ନିରାପଦ ଏବଂ ସୁସ୍ଥ ଦିନ ଏବଂ କାର୍ଯ୍ୟର ମାସ । ସମସ୍ତଙ୍କୁ ବହୁତ ପ୍ରେମ ଏବଂ ମୋର ସ୍ନେହ |’

ପ୍ରକାଶ ଥାଉକି ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅନ୍ୟପଟେ ସଲମାନ ଖାନ ମଧ୍ୟ ଏକ କ୍ୟାମୋ କରୁଥିବାର ଦେଖିବାକୁ ମିଳିବ । ମୁମ୍ବାଇ, ଦୁବାଇ ଏବଂ ଅନ୍ୟାନ୍ୟ ବିଦେଶୀ ସ୍ଥାନରେ ମଧ୍ୟ ଏହାର ସୁଟିଂ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.