ETV Bharat / sitara

ଇନଷ୍ଟାରେ ମାତ୍ର 6 ଜଣଙ୍କୁ ଫଲୋ କରୁଛନ୍ତି କିଙ୍ଗ ଖାନ, ଜାଣନ୍ତୁ କାହିଁକି ?

author img

By

Published : May 24, 2021, 3:39 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଅନ୍ୟ ଷ୍ଟାର୍ସଙ୍କ ପରି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରୁହନ୍ତିନି ଶାହରୁଖ । ଏଥିପାଇଁ ତାଙ୍କ ଫଲୋଇଂ ଲିଷ୍ଟରେ ମାତ୍ର 6 ଜଣଙ୍କୁ ସାମିଲ କରିଛନ୍ତି ସେ । ଅଧିକ ପଢନ୍ତୁ...

ମୁମ୍ବାଇ: ପାଖାପାଖି ଦୁଇ ବର୍ଷ ପରେ ଅଭିନୟ ଦୁନିଆକୁ ଫେରୁଛନ୍ତି କିଙ୍ଗ ଖାନ ଶାହରୁଖ । ସେ ଖୁବଶୀଘ୍ର ‘ପଠାନ’ରେ ନଜର ଆସିବେ । ବର୍ତ୍ତମାନ ଲକଡାଉନ ପାଇଁ ଫିଲ୍ମର ସୁଟିଂ ସ୍ଥଗିତ ରଖିଛନ୍ତି ମେକର୍ସ । ଇତିମଧ୍ୟରେ ଶାହରୁଖଙ୍କ ଇନଷ୍ଟାଗ୍ରାମକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । କାରଣ ଅନ୍ୟ ଷ୍ଟାରଙ୍କ ପରି ବେଶୀ ଲୋକଙ୍କୁ ଫଲୋ କରୁନାହାଁନ୍ତି ସେ । 48 ଲକ୍ଷ ଫଲୋଅର୍ସ ସଂଖ୍ୟା ଥିବା ବେଳେ ସେ ମାତ୍ର 6 ଜଣଙ୍କୁ କରୁଛନ୍ତି ଫଲୋ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଆସନ୍ତୁ ନଜର ପକାଇବା ସେ ଫଲୋ କରୁଥିବା ଏହି ଲୋକଙ୍କ ଉପରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଶାହରୁଖଙ୍କ ଫଲୋଇଂ ଲିଷ୍ଟରେ ପ୍ରଥମ ନାମ ତାଙ୍କ ବନ୍ଧୁ କାଜଲ ଆନନ୍ଦଙ୍କ ଅଛି । ଆଉ ଦ୍ବିତୀୟ ନମ୍ବରରେ ତାଙ୍କ ବଡ ପୁଅ ଆର୍ୟନ ଖାନଙ୍କ ନାମ ଥିବା ବେଳେ ତୃତୀୟରେ ପୂଜା ଦଦଲାନିଙ୍କ ନାମ ଅଛି । ସେହିପରି ଆଲିୟା ଛିବା, ପତ୍ନୀ ଗୌରୀ ଖାନ ଓ ଝିଅ ସୁହାନା ଖାନଙ୍କୁ ଫଲୋଇଂ ଲିଷ୍ଟରେ ସାମିଲ କରିଛନ୍ତି ସେ ।

ପରିବାରରୁ ତିନି ଜଣଙ୍କୁ ଶାହରୁଖ ଫଲୋ କରୁଥିବା ବେଳେ ଆଉ ତିନିଜଣ ବନ୍ଧୁଙ୍କୁ ମଧ୍ୟ ଫଲୋ କରୁଛନ୍ତି ସେ। ତାଙ୍କ ଫଲୋଇଂ ଲିଷ୍ଟରେ କୌଣସି ବଲିଉଡ ଷ୍ଟାର୍ସଙ୍କ ନାମ ସାମିଲ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.