ETV Bharat / sitara

ଇଣ୍ଡିଆନ ଆଇଡଲରୁ ବିଦା ହେଲେ ଅନୁ, ହସିଲେ ସୋନା

author img

By

Published : Nov 22, 2019, 8:57 PM IST

ଡିଜାଇନ ଫଟୋ

ଏବେ ଫେମସ ଗାୟିକା ସୋନା ମହାପାତ୍ରଙ୍କ ଖୁସି କହିଲେ ନ କହିଲେ ସରେ । କାରଣ ଦୀର୍ଘ ସମୟରୁ ସଙ୍ଗୀତକାର ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ ଆଇଡଲରୁ ହଟାଇବାକୁ ଦାବି କରିଆସୁଥିବା ସୋନାକୁ ମିଳିଛି ଶାନ୍ତି । ଶୋ’ରୁ ହଟିଲେ ଅନୁ ।

ମୁମ୍ବାଇ: ଗତବର୍ଷରୁ ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକ ଓ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ସେହି ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଦେଶର ମହିଳା ‘ମି ଠୁ’ ଅଭିଯାନ ଜରିଆରେ ନିଜ ସ୍ବର ଉଠାଇଥିଲେ । ଏବେ ସୋନା ଇଣ୍ଡିଆନ ଆଇଡଲର ବିଚାରକ ମଣ୍ଡଳୀ ଅନୁଙ୍କୁ ହଟାଯିବା ନିଷ୍ପତ୍ତିକୁ ଯୌନ ନିର୍ଯାତନା ଶିକାର ହୋଇଥିବା ମହିଳାଙ୍କ ବିଜୟ କହି ଚର୍ଚ୍ଚାରେ ଆସିଛନ୍ତି ।

ସୋନା କହିଛନ୍ତି ଯେ ଏହା ବହୁତ ଶାନଦାର ଖବର । ସୋନି ଟିଭି ଏହି ନିଷ୍ପତ୍ତି ନେବାକୁ ବହୁତ ବିଳମ୍ବ କରିଥିଲା, କିନ୍ତୁ ସେ ବହୁତ ଖୁସି ଅଛନ୍ତି କି ପରିଶେଷରେ ଅନୁଙ୍କୁ ଶୋରୁ ହଟାଯାଇଛି । ଏହା ପୁରା ଦେଶର ଲଢେଇ ଥିଲା । ଅନେକ ଏମିତି ଲୋକ ଥିଲେ, ଯେଉଁମାନେ ଏହି ବ୍ୟକ୍ତିକୁ ରାଷ୍ଟ୍ରୀୟ ଟେଲିଭିଜନରେ ଦେଖିବାକୁ ଚାହୁଁନଥିଲେ । କାରଣ ଏହି ବ୍ୟକ୍ତି ଭୁଲ ଲୋକଙ୍କୁ ଭୁଲ ସୂଚନା ଦେଇଥିଲା ଯେ ସମସ୍ତେ ଏପରି କରି ବଞ୍ଚି ଯିବେ ।

‘ମୁଁ ନ୍ୟାୟ ପାଇଁ ଲଢୁଥିଲି । ଏବେ ଏହି ଖବର ଶୁଣି ଲାଗୁଛି ଯେ ଏହା ସମସ୍ତଙ୍କ ବିଜୟ । କେବଳ ମୋର ନୁହେଁ ବରଂ ସେହି ସବୁ ମହିଳାଙ୍କର ମଧ୍ୟ, ଯାହାଙ୍କ ସହ ଏହି ବ୍ୟକ୍ତି ର୍ଦୁବ୍ୟବହାର କରିଥିଲା । ଆମର ଲଢେଇ ଏଯାବତ ଶେଷ ହୋଇନାହିଁ । ଏହା ଆରମ୍ଭ ମାତ୍ର । ଆମେ ଚୁପଚାପ ବସିବା ମହିଳା ନୁହେଁ ।’ ବୋଲି କହିଛନ୍ତି ସୋନା ।

ପ୍ରକାଶ ଥାଉକି ଏହି ମାମଲା 2018ରେ ଆରମ୍ଭ ହୋଇଥିଲା । ଯେବେ ସୋନା, ଅନୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ । ତାଙ୍କ ପରେ ଗାୟିକା ନେହା ଭସୀମ ଓ ଶ୍ବେତା ପଣ୍ଡିତ ମଧ୍ୟ ଅନୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଆଉ ଯେତେବଳେ ସୋନି ଟିଭି ଚଳିତ ବର୍ଷ ଇଣ୍ଡିଆନ ଆଇଡଲ ସିଜନ 11 ଜଜ ରୂପେ ଅନୁଙ୍କୁ ନିଯୁକ୍ତ କଲା । ସେହି ସମୟରେ ସୋନା, ଜଜ ପଦରୁ ଅନୁଙ୍କୁ ହଟାଇବା ପାଇଁ ଦାବି କରିଥିଲେ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.