ETV Bharat / sitara

ରଙ୍ଗୋଲୀଙ୍କୁ ସମର୍ଥନ କରି ହଟହଟା ସୋନା

author img

By

Published : Apr 17, 2020, 1:31 PM IST

_sona mohapatra
ଡିଜାଇନ ଫଟୋ

ସୋସିଆଲ ମିଡିଆରେ କଙ୍ଗନା ରଣାୱତଙ୍କ ଭଉଣୀର ସପୋର୍ଟ କଲେ ସୋନା ମହାପାତ୍ର। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସେ।

ମୁମ୍ବାଇ: ନିଜ ବିନ୍ଦାସ ଅନ୍ଦାଜ ପାଇଁ ଜଣାଯାଉଥିବା ଫେମସ ଗାୟିକା ସୋନା ମହାପାତ୍ର ଏଥର ଟ୍ବିଟରରେ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ସମର୍ଥନ କରିଛନ୍ତି। ତାଙ୍କୁ ସମର୍ଥନ କରିବାକୁ ଯାଇ ସୋସିଆଲ ମିଡିଆ ୟୁଜର୍ସଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ରଙ୍ଗୋଲୀଙ୍କ ଟ୍ବିଟର ଆକାଉଣ୍ଟ ସସ୍ପେଣ୍ଡ କରିଦିଆଯାଇଥିଲା।

ଏହି ମାମଲାରେ ତାଙ୍କ ସମର୍ଥନ କରି ସୋନା କହିଥିଲେ ଯେ ଏପରି ହେବା କଥା ନୁହେଁ। ଏହା ପରେ ଆଉ କଣ ଥିଲା ତାଙ୍କର ଏତିକି କଥା ଶୁଣି ୟୁଜର୍ସ ତାଙ୍କୁ ସଙ୍ଗେ ସଙ୍ଗେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ସୋନା ମଧ୍ୟ ରଙ୍ଗୋଲୀଙ୍କ ସହ ନିଜକୁ ଡିଫେଣ୍ଡ କରିବା ପାଇଁ ବାରମ୍ବାର ଟ୍ବିଟ କରିଥିଲେ। ଏହା ସତ୍ତ୍ବେ ଟ୍ରୋଲର୍ସଙ୍କ ସଂଖ୍ୟା ବଢିଚାଲିଥିଲା।

ପ୍ରକାଶ ଥାଉକି ରଙ୍ଗୋଲୀଙ୍କ ବିବାଦୀୟପୂର୍ଣ୍ଣ ଟ୍ବିଟ ପାଇଁ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍ପେଣ୍ଡ କରିଦେଇଛି ଟ୍ବିଟର। ଏହାର ସୂଚନା ସେ ନିଜେ ହିଁ ସୋସିଆଲ ମିଡିଆରେ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.