ETV Bharat / sitara

Times Square ବିଲବୋର୍ଡରେ ଝଲସିଲେ ସୋନା ମହାପାତ୍ର

author img

By

Published : Jul 22, 2021, 8:26 PM IST

Times Square ବିଲବୋର୍ଡରେ ଝଲସିଲେ 'ଅମ୍ବରସିଆ' ଝିଅ ସୋନା ମହାପାତ୍ର
Times Square ବିଲବୋର୍ଡରେ ଝଲସିଲେ 'ଅମ୍ବରସିଆ' ଝିଅ ସୋନା ମହାପାତ୍ର

ନ୍ୟୁୟର୍କ ଟାଇମ୍ସ ସ୍କ୍ବୋୟାର (Times Square)ର Led ପରଦାରେ ଝଲସିଛି ସୋନାଙ୍କ ଫଟୋ । ଅଧିକ ପଢନ୍ତୁ...

ମୁମ୍ବାଇ: ନିଜ କଣ୍ଠରେ ସ୍ରୋତାଙ୍କୁ ଝୁମଉଥିବା ଓଡିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ର ନିଜ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ନ୍ୟୁୟର୍କ ଟାଇମ୍ସ ସ୍କ୍ବୋୟାର (Times Square)ର ଏଲଇଡି ପରଦାରେ ଝଲସିଛି ସୋନାଙ୍କ ଫଟୋ ।

ଗତକାଲି ରାତିରେ ସ୍ପୋଟିଫାୟ ଷ୍ଟ୍ରିମିଂ ପ୍ଲାଟଫର୍ମ ପକ୍ଷରୁ ଆରମ୍ଭ ହୋଇଥିବା ‘EQUAL’ ଅଭିଯାନର ଚେହେରା ଭାବରେ ଓଡିଶାରେ ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ନେଇ ଏକ ବିଲବୋର୍ଡ ପ୍ରଦର୍ଶନ କରିଥିଲା । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ସୋନା ।

କିଛି ଦିନ ପୂର୍ବେ ସୋନାଙ୍କ ଏକଦିନ(Ekdin) ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା । ଏହାକୁ ସୋନାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ତେବେ ଆଗାକୁ କଣ୍ଠଶିଳ୍ପୀଙ୍କ ସଟଅପ ସୋନା (Shut Up Sona) ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.