ETV Bharat / sitara

ସୁଶାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କୁ ସଲମାନଙ୍କ ଅପିଲ, ସୋନା କହିଲେ ପିଆର ଷ୍ଟଣ୍ଟ

author img

By

Published : Jun 24, 2020, 4:03 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର । ଏଥର ତାଙ୍କ ଟାର୍ଗେଟରେ ସୁପରଷ୍ଟାର ସଲମାନ ଖାନ ।

ମୁମ୍ବାଇ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ କିଛି ଦିନ ହେବ ବିବାଦ ଘେରରେ ଆସିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ପ୍ରଶ୍ନବଚୀ ସୃଷ୍ଟି ହୋଇଛି । ଯାହାକୁ ଆଧାର କରି ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ସଲମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ନିକଟରେ ଏମାନଙ୍କୁ ଜବାବ ଦେବାକୁ ଯାଇ ଟ୍ବିଟ ଜରିଆରେ ସଲମାନ ଫ୍ୟାନ୍ସଙ୍କୁ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ସପୋର୍ଟ କରିବାକୁ ଅପିଲ କରିଥିଲେ । ଏବେ ଏହି ମାମଲାରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

  • A ‘large hearted’ PR move from the one & only poster boy of toxic masculinity!👇🏾Of course he felt no such need to tweet or apologise for the vile threats that his digital paid army sent out to intimidate & bully others in the past. Got his dad to speak everytime he screwed up https://t.co/D3qKjx7PzM

    — Sona Mohapatra (@sonamohapatra) June 21, 2020 " class="align-text-top noRightClick twitterSection" data=" ">

ସେ ଏକ ଟ୍ବିଟ କରି କହିଛନ୍ତି, ‘ପୋଷ୍ଟର ବୟଙ୍କ ତରଫରୁ ଏକ ବଡ ପିଆର ମୁଭ । ମୁଖ୍ୟତଃ ତାଙ୍କୁ ଏପରି ଟ୍ବିଟ କରିବାର କୌଣସି ଆବଶ୍ୟକତା ଅନୁଭବ ହୋଇନଥିବ କିମ୍ବା ନା ସେହି ଧମକ ପାଇଁ କ୍ଷମା ମାଗିବାକୁ । ଯାହାକୁ ତାଙ୍କ ଡିଜିଟାଲ ଟିମ ଏହାପୂର୍ବରୁ ଅନ୍ୟକୁ ଡରାଇବା, ଧମକାଇବା ପାଇଁ ପଠାଇଥିଲେ । ସବୁଥର ଯେବେ ମଧ୍ୟ ସେ ସମସ୍ୟାରେ ଫସନ୍ତି ତେବେ ପିତାଙ୍କୁ ସାମ୍ନାରେ ଠିଆ କରିଦିଅନ୍ତି ।’

ବର୍ତ୍ତମାନ ସୋନାଙ୍କ ଏପରି ବୟାନର ଖୁବ୍ ଚର୍ଚ୍ଚା କରାଯାଉଛି । ସେହିପରି ତାଙ୍କ ଟ୍ବିଟ ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.