ETV Bharat / sitara

କମବ୍ୟାକ କଲେ ଅନୁ ମଲ୍ଲିକ, ସୋନୀ ଉପରେ ବର୍ଷିଲେ ସୋନା

author img

By

Published : Oct 7, 2019, 3:16 PM IST

ଡିଜାଇନ ଫଟୋ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା'ଦୁର୍ଗା । ଚଳଚଞ୍ଚଳ ସାରାଦେଶ । ତେବେ ପାର୍ବଣ ଋତୁରେ ସାରା ଦେଶ ମା'ଙ୍କୁ ପୂଜା କରୁଥିବାବେଳେ ସୋନୀ ଚ୍ୟାନେଲ #ମି ଠୁ କେସରେ ଫସିଥିବା ଅନୁ ମଲ୍ଲିକଙ୍କୁ ପୁଣି ଫେରାଇ ଆଣିଛି ଶୋ'କୁ । ଯାହାକୁ ନେଇ ସୋନୀ ଚ୍ୟାନେଲକୁ ବୟକଟ କର କହି ବର୍ଷିଲେ ସୋନା ।

ମୁମ୍ବାଇ: ଗତ ବର୍ଷ ହଲିଉଡର ମି ଠୁ ଅଭିଯାନର ନିଆଁ ବଲିଉଡରେ ଖୁବ୍ ଜଳିଥିଲା । ଏହି ଅଭିଯାନ ଜରିଆରେ ପ୍ରଥମେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବିଶିଷ୍ଟ ଅଭିନେତା ନାନା ପଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହାପରେ ଧିରେ ଧିରେ ଅନେକ ମହିଳା ସାମ୍ନାକୁ ବାହାରି ନିଜ ଶୋଷଣ କାହାଣୀ ସମସ୍ତଙ୍କୁ ଶୁଣାଇଥିଲେ । ଏହି କ୍ରମରେ ସାମିଲ ଥିଲେ ପପୁଲାର ଗାୟିକା ସୋନା ମହାପାତ୍ର ।

  • " class="align-text-top noRightClick twitterSection" data="">

ସେ ମଧ୍ୟ ସଙ୍ଗୀତକାର, ଗାୟକ ଅନୁ ମଲ୍ଲିକଙ୍କ ବିରୋଧ ଯୌନ ଶୋଷଣ ମାମଲା ବିଷୟରେ କହିଥିଲେ । ଯାହାପରେ ଚର୍ଚ୍ଚା ଜୋର ଧରିଥିଲେ । ଏବେ ନବରାତ୍ର ଅବସରରେ ସୋନା ପୁଣି ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ଉଠାଇ ଚର୍ଚ୍ଚାରେ ଆସିଛନ୍ତି ।

କିଛି ସମୟ ପୂର୍ବରୁ ସୋନା ଫେସବୁକରେ ଏକ ଲାଇଭ ଭିଡିଓ ସେୟାର କରି ଅନୁଙ୍କୁ ଟାର୍ଗେଟ କରିଛନ୍ତି । ଆଜି ଦୁର୍ଗା ମା'ଙ୍କୁ ପୂଜା କରୁଛି ଆମେ, ଆଉ ଜୟ ମାତା ଦି କହୁଛେ । କିନ୍ତୁ ଏମଧ୍ୟରେ ସୋନି ଟିଭି ଇଣ୍ଡିଆ ଆଇଡଲ ଜଜ ରୂପେ ପୁଣି ଅନୁଙ୍କୁ ଆଣିଛି । ଯାହାକି ସାରା ଦେଶର ମହିଳାଙ୍କ ପାଇଁ ଅପମାନଜନକ ବୋଲି କହିଛନ୍ତି ସୋନା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୌନ ଶୋଷଣ ମାମଲା କେବଳ ତାଙ୍କର ନଥିଲା କିମ୍ବା କିଛି ଝିଅଙ୍କର ନଥିଲା । ଏହା ପୁରା ଭାରତର ଥିଲା । ଯଦି ଅନୁ ଭଳି ଲୋକଙ୍କୁ ପୁଣି ଇଣ୍ଡିଆ ଆଇଡଲ ଜଜ ରୂପେ ଆଣାଯାଇଛି ଏହା ମହିଳାଙ୍କ ପାଇଁ ସବୁଠାରୁ ବଡ ଅପମାନର କଥା । ଯାହାର ବିରୋଧ ଆମକୁ କରିବାକୁ ପଡିବ ।

ପ୍ରକାଶ ଥାଉକି ସୋନା ମି ଠୁ ଅଭିଯାନରେ ଅନୁଙ୍କ ବିରୋଧରେ ଯୌନ ନିର୍ଯାତନ ସାମ୍ନାକୁ ଆଣିବା ପରେ । ତାଙ୍କୁ ଇଣ୍ଡିଆନ ଆଇଡଲ ଶୋରୁ ବାହାର କରିଦିଆଯାଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କୁ ଶୋରେ ସାମିଲ କରିବାର ଘୋଷଣା କରି ଥିଲେ ମେକର୍ସ । ଯାହାକୁ ଆଧାର କରି ନିଜ ଅସନ୍ତୋଷ ଫେସବୁକରେ ପ୍ରକାଶ କରିଛନ୍ତି ସୋନା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.