ETV Bharat / sitara

କାର୍ତ୍ତିକଙ୍କ କମେଡି ଭିଡିଓରେ ଅଭିଯୋଗ ଆଣିଲେ ସୋନା

author img

By

Published : Apr 24, 2020, 2:55 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ସୁପରଷ୍ଟାର ସଲମାନ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ବିରୋଧ ଟ୍ବିଟ କରି ସମାଲୋଚନାର ଶିକାର ଲୋକପ୍ରିୟ ଗାୟକ ସୋନା ମହାପାତ୍ର।

ମୁମ୍ବାଇ: ଫେମସ ଗାୟିକା ସୋନା ମହାପାତ୍ର ସବୁବେଲେ ନିଜ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ହେବ ସେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ସୋନା ରଙ୍ଗୋଲୀ ଚାନ୍ଦେଲଙ୍କ ସପୋର୍ଟ କରିଥିଲେ। ଆଉ ଏବେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ପାଇଁ ଚର୍ଚ୍ଚାରେ। କିଛି ଦିନ ପୂର୍ବରୁ କାର୍ତ୍ତିକ ଲକଡାଉନରେ ଘରେ ଥିବାରୁ ଭଉଣୀ କ୍ରିତିକାଙ୍କ ସହ ମିଶି ଫନ୍ନି ଭିଡିଓ ତିଆରି କରିଥିଲେ। ଯାହାକୁ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଥିଲେ। ଯାହାର ସମାଲୋଚନା ସୋନା କରିଥିଲେ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ସୋନା ମହାପାତ୍ର

ଏବେ ସେ କାର୍ତ୍ତିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ଯେ ନିଜ ପ୍ରଚାର ପାଇଁ ସେ ତାଙ୍କ ବିଷୟରେ ମିଡିଆରେ ଭୁଲ ଖବର ପ୍ରସାର କରୁଛନ୍ତି। ସେ କାର୍ତ୍ତିକଙ୍କ ଉପରେ ଏହି ଅଭିଯୋଗ ଟ୍ବିଟରରେ ତାଙ୍କୁ ଟ୍ୟାଗ କରି ଲଗାଇଛନ୍ତି।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ସୋନା ମହାପାତ୍ର

ସେ ଟ୍ବିଟରେ ଗୁରୁବାର ଲେଖିଥିଲେ, ‘ବଡ ଦୁଃଖର କଥା ଯେ ଚର୍ଚ୍ଚାରେ ରହିବା ପାଇଁ ଆପଣ କେମିତି ନିଜ ପିଆର ଲୋକଙ୍କୁ ଆଗକୁ ବଢାଉଛନ୍ତି। କେମିତି ତାଙ୍କ ବେକାରୀ ଡାଇଲଗ ଭିଡିଓରେ ସବୁ ସୋସିଆଲ ମିଡିଆ ୟୁଜର ତାଙ୍କୁ ଖରାପ କହୁଛନ୍ତି। ମତେ ଲାଗିଲା ଆପଣଙ୍କୁ ନିଜର ମୂର୍ଖତା ବିଷୟରେ ଅନୁଭବ ହୋଇଯାଇଥିବ।’

ସେହିପରି ଅନ୍ୟ ଏକ ଟ୍ବିଟରେ ସେ ଲେଖିଥିଲେ, ‘ଆରେ ଭୋକିଲା କାର୍ତ୍ତିକ ଆର୍ୟନଙ୍କ ପିଆର, ତାଙ୍କ ଭଉଣୀ ଯେତେବେଳେ ତାଙ୍କୁ ଚାପୁଡା ମାରିଲେ ତେବେ ଆପଣ ତାଙ୍କୁ ସଠିକ୍ ସାବ୍ୟସ୍ତ କରିପାରିଲେ ନାହିଁ। । ଭାରତରେ କେତେ ମହିଳା ଘରେ ପୁରୁଷଙ୍କୁ ପିଟୁଛନ୍ତି । ବିପରିତ ଲିଙ୍ଗ । ହିଂସାକୁ ଆହୁରି ଉସକାଇବାର ସମ୍ଭାବନା ଅଛି।’ ବର୍ତ୍ତମାନ ସୋନାଙ୍କ ଏପରି ଟ୍ବିଟ ଦେଖି ଆଶ୍ଚର୍ଯ୍ୟ କାର୍ତ୍ତିକଙ୍କ ଫ୍ୟାନ୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.