ETV Bharat / sitara

ପୁଣିଥରେ ସୋନାଙ୍କ ଟାର୍ଗେଟରେ ଅନୁ

author img

By

Published : Nov 28, 2019, 2:19 AM IST

sona mohapatra
ଡିଜାଇନ ଫଟୋ

ଗତ ବର୍ଷରୁ ଫେମସ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଗାୟିକା ସୋନା ମହାପାତ୍ର ଏବେ ପୁଣି ନୂଆ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଲେ ଏହି ସୂଚନା ।

ମୁମ୍ବାଇ: ଲାଗୁଛି ଯେ ଫେମସ ଗାୟିକା ସୋନା ମହାପାତ୍ର ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କ ପିଛା ଛାଡିବାକୁ ଚାହୁଁନାହାଁନ୍ତି। କାରଣ ପୁଣିଥରେ ସେ ଅନୁଙ୍କ ଉପରେ ନୂଆ ଅଭିଯୋଗ ଆଣିଛନ୍ତି । ସେ ନିକଟରେ ସୋସିଆଲ ମିଡିଆରେ ଖୁଲାସା କରିଥିଲେ ଯେ ଅନୁ ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା ଚଳାଇଛନ୍ତି । ସୋନା ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଏହି କଥାର ସୂଚନା ଦେଇଛନ୍ତି ।

ମ୍ୟୁଜିକ ଡାଇରେକ୍ଟର ଆଣ୍ଡ କମ୍ପୋଜର୍ସ ଆସୋସିଏସନ ଅଫ ଇଣ୍ଡିଆ ଜରିଆରେ ଅନୁ ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଇନଷ୍ଟାରେ ଲେଖିଛନ୍ତି ସୋନା । ପ୍ରକାଶ ଥାଉକି, ନିକଟରେ ଇଣ୍ଡିଆନ ଆଇଡଲ ସିଜନ 11ରୁ ଅନୁ ଜଜ ପଦ ହରାଇଥିଲେ । ଯାହାକୁ ନେଇ ଖୁବ୍ ଖୁସି ନଜର ଆସିଥିଲେ ସୋନା । ଅନୁ ଜଜ ପଦ ହରାଇବା ମାମଲାକୁ ସେ ଦେଶର ଯୌନ ଶୋଷଣ ହୋଇଥିବା ମହିଳାଙ୍କ ଐତିହାସିକ ବିଜୟ ମଧ୍ୟ କହିଥିଲେ ।

2018ରେ ଦୁଇଜଣଙ୍କ ଏହି ଲଢେଇ ଆରମ୍ଭ ହୋଇଥିଲା ଯାହା ଏଯାବତ ଚାଲିଛି । ଯେବେ ସୋନା ମି ଠୁ ଅଭିଯାନ ଜରିଆରେ ଅନୁଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସୋନାଙ୍କ ପରେ ଅନୁଙ୍କ ଉପରେ ଅନେକ ଗାୟିକା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ।

Intro:Body:

test


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.