ETV Bharat / sitara

କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହଟାଇଥିଲେ ସ୍ବାମୀଙ୍କ ସରନେମ୍, ଖୋଲିଲା ଦେଶୀ ଗର୍ଲଙ୍କ ଗୁମର

author img

By

Published : Dec 22, 2021, 2:12 PM IST

ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହଟାଇଥିଲେ ସ୍ବାମୀଙ୍କ ସରନେମ୍ 'ଜୋନାସ୍'
ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହଟାଇଥିଲେ ସ୍ବାମୀଙ୍କ ସରନେମ୍ 'ଜୋନାସ୍'

ବଲିଉଡରୁ ହଲିଉଡ଼ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସମସ୍ତଙ୍କ ପ୍ରିୟ ଦମ୍ପତି । କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିଷୟରେ ଏକ ଗୁମର ଖୋଲିଛି । ନଭେମ୍ବର 22ରେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ‘ଜୋନାସ’ ସରନେମ୍ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡରୁ ହଲିଉଡ଼ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସମସ୍ତଙ୍କ ପ୍ରିୟ ଦମ୍ପତି । କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିଷୟରେ ଏକ ଗୁମର ଖୋଲିଛି। ନଭେମ୍ବର 22ରେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ‘ଜୋନାସ’ ସରନେମ୍ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। TOI ମୁତାବକ ଯେବେ ପ୍ରିୟଙ୍କାଙ୍କୁ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ 'ଜୋନାସ୍' ସରନେମ୍ ହଟାଇବାକୁ ନେଇ ପ୍ରଶ୍ନ କରାଯାଉଥିଲା ସେତେବେଳେ ସେ କହିଥିଲେ କି, 'ମୁଁ କେବଳ ଚାହୁଁଥିଲି ମୋ ୟୁଜରନେମ୍ ମୋ ଟ୍ବିଟର ସହ ମ୍ୟାଚ ହେଉ' । କିନ୍ତୁ ମୁଁ ଏହା ଦେଖି ଆଶ୍ଟର୍ଯ୍ୟ କି ଲୋକଙ୍କ ପାଇଁ ଏହା କାହିଁକି ଏତେ ବଡ ବିଷୟ ପାଲଟିଗଲା । ଏହା ସୋସିଆଲ ମିଡିଆ ୟାର୍... ତେଣୁ ଆପଣ ସମସ୍ତେ ଚିଲ୍ ରୁହନ୍ତୁ ।'

ବାସ୍ତବରେ, ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମରେ କିଛି ଖବରର ସ୍କ୍ରିନସର୍ଟସ୍ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ନିକ ଜୋନାସଙ୍କ ପତ୍ନୀ ବୋଲି କହି ସମ୍ବୋଧିତ କରାଯାଇଥିଲା । ପ୍ରିୟଙ୍କା ଚୋପ୍ରା ଏହା ବି ପଚାରିଥିଲେ କି, ଏବେ ବି ମହିଳାଙ୍କ ସହ ଏମିତି ବ୍ୟବହାର କେମିତି ହୋଇପାରୁଛି । ସେ କହିଥିଲେ, ମୁଁ ବର୍ତମାନ ସୁଦ୍ଧା ସବୁଠି ପ୍ରତିଷ୍ଠିତ ଫିଲ୍ମ ଫ୍ରେଞ୍ଚାଇଜ ମଧ୍ୟରୁ ଗୋଟିଏର ପ୍ରଚାର କରୁଛି, ଏବଂ ମୋତେ ଏବେ ବି ନିକ ଜୋନାସଙ୍କ ପତ୍ନୀ ରୂପରେ ସମ୍ବୋଧିତ କରାଯାଉଛି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.