ETV Bharat / sitara

ସ୍ପେଶାଲ ଗେଷ୍ଟଙ୍କ ସହ ପିସି ଓ ନିକଙ୍କ ଡାନ୍ସ, ଭିଡିଓ ଭାଇରାଲ

author img

By

Published : Oct 19, 2019, 2:24 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ଏବେ ଲାଗୁଛି ଯେ ନିକ ହିନ୍ଦୀ ଫିଲ୍ମରେ ଖୁବଶୀଘ୍ର ନଜର ଆସିପାରନ୍ତି । କାରଣ ଏବେ କିଛି ଦିନ ହେବ ସେ ବଲିଉଡ ଗୀତରେ ଡାନ୍ସ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିବାରେ ଲାଗିଛନ୍ତି ।

ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନସ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । କିଛି ଦିନ ହେବ ଦୁଇଜଣଙ୍କ ଖୁବ୍ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଫ୍ୟାନ୍ସଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଏକଥା ତ ସମସ୍ତଙ୍କୁ ଜଣା କି ନିକ ବଲିଉଡ ଗୀତରେ ଡାନ୍ସ କରିବାକୁ ଖୁବ୍ ଭଲ ପାଆନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ଏହାର ସୂଚନା ନିକଟରେ ପ୍ରିୟଙ୍କା ଏକ ସାକ୍ଷାତକାରରେ ଦେଇଥିଲେ । ଏହାପରେ ନିକଙ୍କ ବଲିଉଡ ଡାନ୍ସ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । କିନ୍ତୁ ଏଥର ପୁଣି ତାଙ୍କର ଆଉ ଏକ ଡାନ୍ସ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ପତି-ପତ୍ନୀଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳୁଛି । ଆଉ ତାଙ୍କ ସହ ନଜର ଆସୁଛନ୍ତି ସ୍ପେଶାଲ ଗେଷ୍ଟ ତଥା କରନ କୁନ୍ଦ୍ରାଙ୍କ ଗାର୍ଲଫ୍ରେଣ୍ଡ ଅନୁଷା ଦାଣ୍ଡେକର ।

ନିକଟରେ ଅନୁଷା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ କି ପ୍ରିୟଙ୍କା ଓ ନିକଙ୍କ ସହ କିଛି ସ୍ପେଶାଲ କରୁଛନ୍ତି । ଯାହାର ଖୁଲାସା ସେ ଖୁବଶୀଘ୍ର କରିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ନିକ ଠିଆ ହେଉ ଡାନ୍ସ କରୁଥିବାବେଳେ ପ୍ରିୟଙ୍କା ସୋଫାରେ ବସି` ଡାନ୍ସ କରୁଛନ୍ତି । ଆଉ ଅନୁଷାଙ୍କ ଡାନ୍ସ ମଧ୍ୟ ଦେଖିବାକୁ ମିଳୁଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.