ETV Bharat / sitara

‘କେବିସି 12’କୁ ମିଳିବେ ପ୍ରଥମ କୋଟିପତି, ଦେଖନ୍ତୁ ପ୍ରୋମୋ

author img

By

Published : Nov 6, 2020, 1:11 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଜାରି ହେଲା ‘କେବିସି 12’ର ନୂଆ ପ୍ରୋମୋ ଭିଡିଓ । ଏବର୍ଷ ସିଜନକୁ ମିଳିବେ ପ୍ରଥମ କୋଟିପତି । ବଢିଚାଲିଛି ଦର୍ଶକଙ୍କ ଉତ୍ସାହିତ ।

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କ ରିୟାଲିଟି ଶୋ ‘କୌନ ବନେଗା କରୋଡପତି 12’କୁ ନେଇ ଉତ୍ସାହିତ ଦର୍ଶକ । ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଇ ଅନେକ ଲୋକ ଲକ୍ଷପତି ହୋଇସାରିଲେଣି । ହେଲେ ଖୁବଶୀଘ୍ର ଶୋକୁ ପ୍ରଥମ କରୋଡପତି ମିଳିବାକୁ ଯାଉଛି । ଆଜ୍ଞା ହଁ, ଆସନ୍ତା 11 ତାରିଖରେ ପ୍ରସାରିତ ହେବାକୁ ଯାଉଥିବା ଶୋରେ ଭାଗ ନେଇଥିବା କମ୍ୟୁନିକେଶନ ମ୍ୟାନେଜର ନାଜିୟା ନସୀମ କୋଟିଏ ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବିଜୟ ହାସିଲ କରିଛନ୍ତି । ଯାହାର ଏକ ନୂଆ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି।

ଖାଲି ଏତିକି ନୁହେଁ 7 କୋଟି ଟଙ୍କା ପ୍ରଶ୍ନ ମଧ୍ୟ ତାଙ୍କୁ ପଚାରିବେ ଅମିତାଭ । ଏହି ଏପିସୋଡକୁ ନେଇ ଏବେଠୁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିଚାଲିଛି । ଏବେ ଦେଖନ୍ତୁ ଏହାର ଝଲକ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.