ETV Bharat / sitara

ସୋନୁ ନିଗମଙ୍କୁ ସୋନାଙ୍କ ପ୍ରଶ୍ନବାଣ

author img

By

Published : Jun 27, 2020, 9:48 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭାଇରାଲ ହେଲା ସୋନା ମହାପାତ୍ରଙ୍କ ଟ୍ବିଟ । ଏଥର ସେ ସୋନୁଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ।

ମୁମ୍ବାଇ: ଗତ କିଛି ଦିନ ହେଲା ବଲିଉଡ ଇଣ୍ଡଷ୍ଟ୍ରିରେ ପରିବାରବାଦ ଓ ଗୋଷ୍ଠୀବାଦକୁ ନେଇ ବିବାଦ ଦେଖିବାକୁ ମିଳୁଛି । ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ କ୍ରୋଧିତ ଥିବା ଫ୍ୟାନ୍ସ ଅନେକ ଫେମସ ଷ୍ଟାର୍ସଙ୍କ ଉପରେ ଭିନ୍ନ ଭିନ୍ନ ଅଭିଯୋଗ ଲଗାଇଛନ୍ତି । ଏହି ମାମଲାରେ ଅନେକ ସେଲିବ୍ରିଟି ମଧ୍ୟ ପରିବାରବାଦକୁ ନେଇ ମୁହଁ ଖୋଲିସାରିଛନ୍ତି । ନିକଟରେ ଫେମସ ଗାୟକ ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ନେଇ ବଡ ଖୁଲାସା କରିଥିଲେ । ଏହାସହ ସେ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଆସିଥିଲେ । ଇତିମଧ୍ୟରରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରା ପୁଣିଥରେ ସୋନୁଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୋନା ଗୋଟିଏ ପରେ ଗୋଟିଏ ଟ୍ବିଟ କରି ମ୍ୟୁଜିକ ମାଫିଆକୁ ଆଧାର କରି ସୋନୁଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୋନୁଙ୍କୁ ଟାର୍ଗେଟ କରି ସୋନା ପ୍ରଶ୍ନ କରିଛନ୍ତି ଯେ ସତରେ କଣ ଆପଣ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି ? ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘କାହାକୁ ଏହି କଥାର ଚିନ୍ତା ଅଛି ଯେ ସୋନୁ ସର୍ବସାଧାରଣରେ ଏମିତି ଲୋକଙ୍କ ସାଥ ଦେଇଛନ୍ତି, ଯାହାଙ୍କ ନାମ ମିଠୁ ଅଭିଯାନ ସମୟରେ ସାମ୍ନାକୁ ଆସିଥିଲା । କଣ ସତରେ ଆପଣ ଚାହୁଛନ୍ତି ଯେ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ହେଉ ? ତେବେ ଆସନ୍ତୁ କଥା ହେବା ।

ସେହିପରି ଆଉ ଏକ ଟ୍ବିଟରେ ସେ ଲେଖିଛନ୍ତି, ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରି ସବୁବେଳେ ଇଣ୍ଡଷ୍ଟ୍ରିର ଅଂଶ ରହିଆସୁଛି । ଏଥି ପାଇଁ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସମସ୍ୟା ଉପରେ ଆଲୋଚନା ହୋଇପାରିନାହିଁ । ଏହା ନିଜ ଦ୍ବାରା ତିଆରି କରାଯାଇଥିବା ପରିସ୍ଥିତି । ଏହାସହ ସେ ସୋନୁଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.